Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ ‘ଅର୍ଜୁନ’ ଉଦଘାଟିତ: ଉପର ମଣିନାଗ ପାଇଁ ବିଧାୟକଙ୍କ ବଡ ଘୋଷଣା
ଆଜିର ଖବର

ରଣପୁର ମହୋତ୍ସବ ‘ଅର୍ଜୁନ’ ଉଦଘାଟିତ: ଉପର ମଣିନାଗ ପାଇଁ ବିଧାୟକଙ୍କ ବଡ ଘୋଷଣା

January 5, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ରଣପୁର ଅଞ୍ଚଳର କଳା, ସାହିତ୍ୟ, ଏତିହ୍ୟ ଓ ସଂସ୍କୃତିକୁ ଉଜୀବିତ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଆଜି ରଣପୁର ମହୋତ୍ସବ ‘ଅର୍ଜୁନ’ ଉଦଘାଟିତ ହୋଇଯାଇଛି।  ୧୯୩୯ ମସିହାରେ ଏହି ରକ୍ତ ରଂଜିତ ରଣପୁର ମାଟିରେ ବ୍ରିଟିଶ ସରକାର ପଲିଟିକାଲ ଏଜେଣ୍ଟ ବେଜେଲଗେଟକୁ ବାଉଁଶ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିଲା। ତ୍ୟାଗ ଓ ବଳିଦାନର ଏହି ଦିବସକୁ ମନେ ରଖିବା ପାଇଁ ରଣପୁର ମହୋତ୍ସବ ପାଳନ କରଯାଉଥିବା ବେଳେ ଏହା ଏକ ନିଆରା ମହୋତ୍ସବ ଭାବେ ସାରା ରାଜ୍ୟରେ ପରିଚିତ ଶହୀଦ ରଘୁଦିବାକର ଓ ଅର୍ଜୁନ ରାଉତଙ୍କ ବଳିଦାନ ଓ ବିଜୟ ଦିବସକୁ ମନେ ରଖିବା ପାଇଁ ଜାନୁଆରୀ ୫ ତାରିଖକୁ ରଣପୁର ମହୋତ୍ସବ-ଅର୍ଜୁନ ନାମରେ ନାମିତ କରାଯାଇଛି।

ମହୋତ୍ସବ ଉଦଘାଟିନ ଦିବସ ଗୁରୁବାର ସକାଳ ପାଞ୍ଚ ଘଟିକା ସମୟରେ ମହୋତ୍ସବ କମିଟିର ଆବାହକ ବରିଷ୍ଠ ଆଇନୀଜୀବୀ ସୁରେଶ ମିଶ୍ରଙ୍କ ତତ୍ୱାବଧାନରେ ପ୍ରଭାତ ଫେରୀ ଓ ରାମଧୂନ କରାଯାଇଥିଲା। ଏହା ପରେ ଗଣଦୌଡ଼ ଏବଂ ମଶାଲ ଶୋଭାଯାତ୍ରା କରାଯାଇଥିଲା। ଅପରାହ୍ନ ୩ ଘଟିକା ସମୟରେ ମଞ୍ଚପୂଜା କରାଯାଇଥିଲା। ପରେ ରଣପୁର ମହୋତ୍ସବ ଅର୍ଜୁନକୁ ଉଦଘାଟନ କରାଯାଇଥିଲା। ସନ୍ଧ୍ୟା ଛଅ ଘଟିକା ସମୟରେ ରଣପୁର ବିଧାୟକ ତଥା ମହୋତ୍ସବ କିମିଟିର ସଭାପତି ସତ୍ୟନାରାୟଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥିଭାବେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ନୟାଗଡ ମୁନିସିପାଲଟି ଅଧକ୍ଷା ନିରୁପମା ଖଟେଇ, ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି, ରଣପୁର ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଁଗୁଆ, ରଣପୁର ଜିଲ୍ଲାପରିଷଦ, ଗୋଡିପଡା ଜିଲ୍ଲାପରିଷଦ, ଶରଣକୁଳ ଜିଲ୍ଲା ପରିଷଦ, ଚାନ୍ଦପୁର ଜିଲ୍ଲା ପରିଷଦ ଆଦି ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କବିୟତ୍ରୀ ତଥା ଅଧ୍ୟାପିକା ପ୍ରତିଭା ମହାରଥୀ ଯୋଗ ଦେଇଥିଲେ। ପ୍ରତିଭା ମହାରଥୀଙ୍କ ରଣପୁର ଇତିହାସ ସମ୍ପର୍କିତ ମାଟିର ଗାଥା ଉପରେ ଅଭିଭାଷଣ ଉପସ୍ଥିତ ଶ୍ରୋତାଙ୍କୁ ବିମୋହିତ କରିଥିଲା।

ଉପର ମଣିନାଗରେ କୃତ୍ରିମ ଝରଣା କରାଯିବ ବୋଲି ବିଧାୟକ ସତ୍ୟନାରାୟଣ ପ୍ରଧାନ ମତବ୍ୟକ୍ତ କରିଥିଲେ। ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ରଘୁରାଜପୁର ଗୋଟିପୁଅ ନୃତ୍ୟ ଏବଂ ଓଡିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁନଦାରଙ୍କ ମେଲୋଡି କାର୍ଯ୍ୟକ୍ରମ ସାରେ-ଗା-ମା-ପା ଉପସ୍ଥିତ ଦର୍ଶକଙ୍କୁ ମନମୁଗ୍ଧ କରିବା ସହିତ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ଏବଂ ମହୋତ୍ସବ ପଡିଆରେ ପଡିଥିବା ମିନାବଜାର, ରାମଦୋଳି ଓ ଖାଇବା ଷ୍ଟଲରେ ଭିଡ ଜମି ଥିଲା।

ରଣପୁର ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Latest News

ସମ୍ ହସ୍ପିଟାଲ୍‌ରେ ଅଙ୍ଗଦାନକାରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ

September 9, 2025

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.