Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାର୍ଚ୍ଚ ୮ ତାରିଖରେ ରବିନ୍ଦ୍ର ମଣ୍ଡପରେ ହେବ ‘ବୃନ୍ଦାବନ ମହୋତ୍ସବ’
ଆଜିର ଖବର

ମାର୍ଚ୍ଚ ୮ ତାରିଖରେ ରବିନ୍ଦ୍ର ମଣ୍ଡପରେ ହେବ ‘ବୃନ୍ଦାବନ ମହୋତ୍ସବ’

March 5, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
VrendabanUtasav
ମାର୍ଚ୍ଚ ୮ ତାରିଖରେ ରବିନ୍ଦ୍ର ମଣ୍ଡପରେ ହେବ 'ବୃନ୍ଦାବନ ମହୋତ୍ସବ'

ଭୁବନେଶ୍ବର: ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏବଂ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ବୃନ୍ଦାବନ ଗୁରୁକୁଳ ତରଫରୁ ଆଗାମୀ ମାର୍ଚ୍ଚ ୮ତାରିଖରେ ପ୍ରମୁଖ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ୮ମ ବୃନ୍ଦାବନ ମହୋତ୍ସବ ଅନୁଷ୍ଠିତ ହେବ।

ଏହି ମହୋତ୍ସବର ଆୟୋଜନ ସମ୍ପର୍କରେ ବୃନ୍ଦାବନ ଗୁରୁକୁଳର ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରଖ୍ୟାତ ବଂଶୀ ବାଦକ ପଦ୍ମଶ୍ରୀ ପଣ୍ଡିତ ହରି ପ୍ରସାଦ ଚୌରାସିଆ, ଓଡ଼ିଆ ଭାଷା, ସାହିତ୍ୟ,ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ,ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ଶ୍ରୀ ପ୍ରବୋଧ ରଥ ଯୋଗ ଦେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

ପୂର୍ବରୁ ଏହି ମହୋତ୍ସବ ରାଜ୍ୟ ପର‌୍ୟ୍ୟଟନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ବେଳେ ଏବେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଅନୁଷ୍ଠିତ ହେବ। ଭାରତୀୟ ଶାସ୍ତ୍ରୀୟ ସରୋଦ ବାଦକ ପଦ୍ମବିଭୂଷଣ ଉସ୍ତାଦ ଅମଜାଦ ଅଲୀ ଖାନ୍, ଶାସ୍ତ୍ରୀୟ ସଂଗୀତ ବିଶାରଦ ପଦ୍ମଶ୍ରୀ ମାଳିନୀ ଅଓ୍ୱସ୍ତି, ଶାସ୍ତ୍ରୀୟ ତବଲା ବାଦକ ପଣ୍ଡିତ ଅରବିନ୍ଦ କୁମାର ଆଜାଦ, ବୃନ୍ଦାବନ ଗୁରୁକୂଳର ଶିକ୍ଷାନବୀଶ ବଂଶୀ ବାଦକମାନେ ଓ ବିଦେଶରୁ ସ୍ୱନାମଧନ୍ୟ ଶାସ୍ତ୍ରୀୟ ସଂଗୀତ ବାଦକମାନେ ପଦ୍ମବିଭୂଷଣ ପଣ୍ଡିତ ଚୌରାସିଆଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ପରିବେଷଣ କରିବେ। କାର‌୍ୟ୍ୟକ୍ରମରେ ଓଡିଶାର ରାଜ୍ୟପାଳ ଯୋଗଦାନ କରିବାର କାର‌୍ୟ୍ୟକ୍ରମ ରହିଛି।

ଉତ୍ସବ ପରିପ୍ରେକ୍ଷୀରେ ଗୁରୁଜୀ ପଣ୍ଡିତ ଚୌରାସିଆ କହିଥିଲେ ଯେ,ଶାସ୍ତ୍ରୀୟ ସଂଗୀତର ଗୁରୁତ୍ୱ ସବୁବେଳେ ରହିଆସିଛି ।ଶାସ୍ତ୍ରୀୟ ସଂଗୀତକୁ ସମସ୍ତେ ଭଲ ପାଆନ୍ତୁ, ଉତ୍ସବର ଏହି ଉଦ୍ଦେଶ୍ୟ ରହିଛି। ଛାତ୍ରଛାତ୍ରୀମାନ ପାଠ ପଢା ସହିତ ଶାସ୍ତ୍ରୀୟ ସଂଗୀତ ଶିଖି ପାରିବେ। ଫଳରେ ସଂଗୀତ କଳା ଉଜ୍ଜୀବିତ ରହିବ। ବୃନ୍ଦାବନ ମହୋତ୍ସବ ଏକ ଭାରତୀୟ ଶାସ୍ତ୍ରୀୟ ସଂଗୀତ କାର‌୍ୟ୍ୟକ୍ରମ ,ଯାହା ସଂଗୀତ ପ୍ରଶିକ୍ଷାର୍ଥୀଙ୍କୁସଂଗୀତର ନିକଟତର କରିବ।

ଗଣମାଧ୍ୟମକ ସୂଚନା ଦେଇ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦାସ କହିଲେ ଯେ, ବୃନ୍ଦାବନ ମହୋତ୍ସବ, ଓଡିଶାକୁ ଭାରତ ବର୍ଷରେ ଗୌରବାନ୍ୱିତ କରିବାର ସୁଯୋଗ ସୃଷ୍ଟି କରିଛି । ଶାସ୍ତ୍ରୀୟ ସଂଗୀତ ପରିବେଷଣ ଫଳରେ ଦିବ୍ୟ ପରିବେଶ ସୃଷ୍ଟି ହୋଇଥାଏ । ପୂର୍ବରୁ ଏହି ମହୋତ୍ସବ ରାଜ୍ୟ ପର‌୍ୟ୍ୟଟନ ବିଭାଗ କରୁଥିବା ବେଳେ ଏବେ ସଂସ୍କୃତି ବିଭାଗ ଏହି ଦାୟିତ୍ୱ ନେଇଛି। ସମସ୍ତଙ୍କ ସହଯୋଗରେ ଏହି କାର‌୍ୟ୍ୟକ୍ରମ ଉଚ୍ଚମାନର ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ଆଶାପୋଷଣ କରିଥିଲେ ।

ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ରଥ କହିଲେ ଯେ, ସଂଗୀତ ଓ ମାନବ ଜୀବନ ଅଙ୍ଗାଙ୍ଗୀ ଭାବେ ଜଡିତ । ଓଡିଶାବାସୀ କଳା, ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଆନ୍ତି । ସଂଗୀତ ନାଟକ ଏକାଡେମୀ ସହଯୋଗରେ ଏହି ଉତ୍ସବ ଏ ବର୍ଷ ନୂତନ ଉତ୍ସାହର ସହ ନୂଆ ରୂପରେ ଅନୁଷ୍ଠିତ ହେବା ପାଇଁ ପ୍ରଚେଷ୍ଠା ରହିବ ବୋଲି ସେ କହିଥିଲେ ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର‌୍ୟ୍ୟ ଯୋଗଦେଇ କହିଲେ ଯେ, ପ୍ରତିବର୍ଷ ଏହି ଉତ୍ସବ ହୋଲି ଦିନ ପାଳନ କରାଯାଇଥାଏ। ବଂଶୀ ଭଗବାନ ଶ୍ରୀକୃଷ୍ଣଙ୍କ ଚିନ୍ତା, ଚେତନା ଓ ନୈସର୍ଗିକ ସଂପର୍କର ପ୍ରତୀକ । ପ୍ରଖ୍ୟାତ ବଂଶୀ ବାଦକ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କ ଦ୍ୱାରା ପରିଚାଳିତ ଏହି କାର‌୍ୟ୍ୟକ୍ରମ ସୁଦୂର ପ୍ରସାରୀ ହେଉ, ଏହା ସେ କାମନା କରିଥିଲେ। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବୃନ୍ଦାବନ ଗୁରୁକୁଳର ସଂପାଦକ ଶ୍ରୀ ଦିଗବିଜୟ ସିଂ ଚୌହାନ୍ ଉପସ୍ଥିତ ଥିଲେ।

ଏହି କାର‌୍ୟ୍ୟକ୍ରମକୁ ଓଡିଶା ଖଣି ନିଗମ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଇଣ୍ଡିଆନ ଅଏଲ୍, ବେଦାନ୍ତ, ଜିନ୍ଦଲ ଷ୍ଟିଲ ଓ ପାଓ୍ୱାର , ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ, ଭୁବନେଶ୍ୱର ମହାନଗର ନିଗମ, ବୟନିକା, ସୋଆ ବିଶ୍ୱ ବିଦ୍ୟାଳୟ ସମେତ ଆତିଥେୟତା ପାଇଁ ମେ ଫେୟାର ହୋଟେଲ ଓ ରିସୋର୍ଟ, ସ୍ୱସ୍ତି ଗ୍ରୁପସ୍ ଓ ମିଡିଆ ପାର୍ଟନର ଭାବେ ପ୍ରମେୟ,ନ୍ୟୁଜ୍-୭ ସହାୟତା କରୁଛନ୍ତି । ଡିଡି ଭାରତୀରେ ଏହା ସିଧା ପ୍ରସାରଣ ହେବ।

ସୂଚନା ଯୋଗ୍ୟ ଯେ,ପଦ୍ମବିଭୂଷଣ ପଣ୍ଡିତ ଚୌରାସିଆଙ୍କ ଦ୍ୱାରା ସ୍ଥାପିତବୃନ୍ଦାବନ ଗୁରୁକୂଳ ନିଃଶୁଳ୍କ ସଂଗୀତ ଶିକ୍ଷା ପ୍ରଦାନ କରିଆସୁଛି । ବୃନ୍ଦାବନ ଗୁରୁକୂଳ ପଣ୍ଡିତ ଚୌରାସିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ସଂଗୀତ, କଳା ଓ ସଂସ୍କୃତିର ଜୀବନ୍ତ ଐତିହ୍ୟ। ଏହି ଭଳି ଗୁରୁକୁଳ ଗୋଟିଏ ମୁମ୍ବାଇରେ ଥିବା ବେଳେ ଅନ୍ୟଟି ଭୁବନେଶ୍ୱର ସ୍ଥିତ କଳିଙ୍ଗନଗର, ଘାଟିକିଆଠାରେ ୧୩ ବର୍ଷ ହେଲା ସ୍ଥାପିତ ହୋଇପ୍ରତିଷ୍ଠା ଲାଭ କରିଛି।

ଏହା ସଂଗୀତ, ବଂଶୀ ଓ ଅନ୍ୟ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରୁଥିବା ଦେଶବିଦେଶର ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୈସର୍ଗିକ ପରିବେଶ ସ୍ଥଳୀ ହୋଇଛି । ଆୟୋଜିତ ବୃନ୍ଦାବନ ମହୋତ୍ସବରେ ସଂଗୃହିତ ଅର୍ଥ ଭାରତୀୟ ଶାସ୍ତ୍ରୀୟ ସଂଗୀତ ବିଶେଷ କରି ବଂଶୀ ବାଦନ କ୍ଷେତ୍ରରେ ଆଗାମୀ ପିଢିମାନଙ୍କୁ ଶିକ୍ଷା ଦେବାରେ ସହାୟକ ହେବ ବୋଲି ଗୁରୁକୂଳ ତରଫରୁ ସୂଚନା ଦିଆଯାଇଛି ।

ବୃନ୍ଦାବନ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

୪୦ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ ଟିମ୍ ଇଣ୍ଡିଆର ‘ଗବ୍ବର’ ଶିଖର ଧାୱନ

February 21, 2026

ନିଜ ଘରେ ପଶି ଅଷ୍ଟ୍ରେଲିଆକୁ ଧରାଶାୟୀ କଲା ଭାରତ: ୨-୧ ରେ ଜିତିଲା ଟି-୨୦ ସିରିଜ

February 21, 2026
Latest News

ଆଜି ଫେବୃୟାରୀ ୨୨ ତାରିଖ ରବିବାରରେ ଏହି ରାଶି ଉପରେ ଶନିଦେବ ଅଛନ୍ତି ଖୁସି

February 22, 2026

ରାଜ୍ୟରେ ସୃଷ୍ଟି ହୋଇଛନ୍ତି ୧୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି, ଗୃହରେ ତଥ୍ୟ ରଖିଲେ ମନ୍ତ୍ରୀ

February 21, 2026

ସିଆରପିଏଫର ୮୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଲେ ଅମିତ ଶାହ

February 21, 2026

ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ପରେ ଭାରତ ଉପରେ କେତେ ଶୁଳ୍କ ଲଗାଇବେ ଟ୍ରମ୍ପ?: ଜାଣନ୍ତୁ

February 21, 2026

ମୁଟୁରୁମୁଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

February 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.