Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»କେବଳ ପଦ୍ମ ପୁରସ୍କାର ନୁହଁ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶିଳ୍ପୀ, କଳାକାର ଓ ସମାଜସେବୀଙ୍କୁ ଆର୍ଥିକ ସହାୟତା ଦେବାର ପରିସର ଆହୁରି ବ୍ୟାପକ ହେଉ
ସଂସ୍କୃତି

କେବଳ ପଦ୍ମ ପୁରସ୍କାର ନୁହଁ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶିଳ୍ପୀ, କଳାକାର ଓ ସମାଜସେବୀଙ୍କୁ ଆର୍ଥିକ ସହାୟତା ଦେବାର ପରିସର ଆହୁରି ବ୍ୟାପକ ହେଉ

July 14, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
କେବଳ ପଦ୍ମ ପୁରସ୍କାର ନୁହଁ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶିଳ୍ପୀ, କଳାକାର ଓ ସମାଜସେବୀଙ୍କୁ ଆର୍ଥିକ ସହାୟତା ଦେବାର ପରିସର ଆହୁରି ବ୍ୟାପକ ହେଉ
କେବଳ ପଦ୍ମ ପୁରସ୍କାର ନୁହଁ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶିଳ୍ପୀ, କଳାକାର ଓ ସମାଜସେବୀଙ୍କୁ ଆର୍ଥିକ ସହାୟତା ଦେବାର ପରିସର ଆହୁରି ବ୍ୟାପକ ହେଉ

କେଦାର ମିଶ୍ର 

ପଦ୍ମ ପୁରସ୍କାର ତ ମିଳିଲା ହେଲେ ସେ ପଦ୍ମ ପୁରସ୍କାରକୁ ନେଇ କରିବି କଣ? ଓଡିଶାରୁ ପଦ୍ମ ପୁରସ୍କାର ପାଇଥିବା ଅନେକ ଶିଳ୍ପୀ ଓ ସମାଜସେବୀଙ୍କର ଏହା ହେଉଛି ସାଧାରଣ ପ୍ରତିକ୍ରିୟା। ସେ ଲୋକକବି ହଳଧର ନାଗ ହୁଅନ୍ତୁ ଅଥବା ସମାଜସେବୀ ଦୈତାରୀ ନାୟକ, ସେ ପ୍ରାକୃତିକ ବିହନ ସଂଗ୍ରହରେ ବିରଳ ରେକର୍ଡ ପ୍ରତିଷ୍ଠା କରିଥିବା କମଳା ପୂଜାରୀ ହୁଅନ୍ତୁ ଅଥବା ରଙ୍ଗବତୀ ଗୀତର ପ୍ରସିଦ୍ଧ ଗାୟକ ଜିତେନ୍ଦ୍ର ହରିପାଲ, ଏମାନଙ୍କ ଭିତରେ ଅସାଧାରଣ ପ୍ରତିଭା ଅଛି, ହେଲେ ଆର୍ଥିକ ଦୃଷ୍ଟିରୁ ଏମାନେ ସମସ୍ତେ ଦୁର୍ବଳ। ସମାଜର ସବୁଠୁ ପଛଧାଡିରୁ ଆଗକୁ ଆଣି ଆମେ ସେମାନଙ୍କ ପ୍ରତିଭାକୁ ସମ୍ମାନୀତ କରିଛୁ, ହେଲେ ସେମାନଙ୍କ ପଦ୍ମଶ୍ରୀ ପଦକ ଝୁଲିବା ଲାଗି କାନ୍ଥ ଇ ନାହିଁ। ସମ୍ମାନ ଅଛି ହେଲେ ପେଟ ପୋଡିଯାଉଛି। ଏମିତି କିଛି ଖବର ଆସିବା ପରେ ଓଡିଶା ସରକାର ଅତ୍ୟନ୍ତ ସମ୍ବେଦନଶୀଳତାର ସହ ଏହାକୁ ବିଚାର କରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପଦ୍ମ ପୁରସ୍କାର ବିଜେତାମାନଙ୍କୁ ମାସକୁ ଦଶ ହଜାର ଟଙ୍କା ଲେଖାଏଁ ଭତ୍ତା ଦେବାକୁ ଘୋଷଣା କରିଛନ୍ତି। ଏହା ନିଶ୍ଚିତ ଭାବରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଅନ୍ତତଃ ସାଧାରଣ ଭାବରେ ଏକ ମର୍ୟାଦାବନ୍ତ ଜୀବନ ବଞ୍ଚିବା ଲାଗି ଏହା ସେମାନଙ୍କ ପାଇଁ ସହାୟକ ହୋଇପାରିବ। ଦୈତାରୀ ନାୟକ, ଡି. ପ୍ରକାଶ ରାଓ, ଜିତେନ୍ଦ୍ର ହରିପାଲ, କମଳା ପୂଜାରୀ, ହଳଧର ନାଗଙ୍କ ପରି ପ୍ରତିଭାଙ୍କୁ ଏ ପ୍ରକାର ଆର୍ଥିକ ସହାୟତା ନିତାନ୍ତ ଜରୁରୀ ଥିଲା। ଏଇ ପ୍ରସଙ୍ଗରେ କେନ୍ଦ୍ର ସରକାର ମଧ୍ୟ ଏକ ସ୍ଵତନ୍ତ୍ର ଯୋଜନା ଆଣିବା ଜରୁରୀ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପଦ୍ମ ପୁରସ୍କାର ତଥା ଅନ୍ୟାନ୍ୟ ଜାତୀୟ ପୁରସ୍କାର ବିଜେତାଙ୍କୁ ଏହି ଯୋଜନାରେ ସାମିଲ କରାଯିବା ଉଚିତ।

ବର୍ତ୍ତମାନ ଯେହେତୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏହି ପ୍ରସଙ୍ଗରେ ନିଯମାବଳୀ ପ୍ରଣୟନ କରୁଛନ୍ତି, ଆମେ ଏ ପ୍ରସଙ୍ଗରେ ଆଉ କିଛି ପ୍ରସ୍ତାବ ଦେବାକୁ ଚାହୁଁଛୁ। କେବଳ ପଦ୍ମ ପୁରସ୍କାର ପାଇଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପ୍ରତିଭାଙ୍କ ସଂଖ୍ୟା ୧୫ ରୁ ଅଧିକ ହେବ ନାହିଁ। ଆମର ଅନେକ ପଦ୍ମ ପୁରସ୍କାର ବିଜେତା ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଧନୀ ନହେଲେ ମଧ୍ୟ ଦୁର୍ବଳ ନୁହନ୍ତି। କିନ୍ତୁ ଆଉ ଏକ ଶିଳ୍ପୀ ଓ ସମାଜସେବୀ ଗୋଷ୍ଠୀ ଅଛନ୍ତି ଯେଉଁମାନେ ରାଷ୍ଟ୍ରୀୟ ପୁରସ୍କାର ପାଇ ମଧ୍ୟ ଆର୍ଥିକ ସଂଘର୍ଷ କରୁଛନ୍ତି। କେଉଁଝର ର ପ୍ରସିଦ୍ଧ କଣ୍ଢେଇ ନାଟ ଗୁରୁ ମାଗୁଣି ଚରଣ କୁଅରଙ୍କୁ ତାର ଏକ ଉଦାହରଣ ଭାବରେ ନିଆଯାଇପାରେ। କାଠ କଣ୍ଢେଇର ନାଟକ ଭଳି ଏକ ଲୁପ୍ତପ୍ରାୟ କଳା କୁ ମାଗୁଣି ବାବୁ ଏକାକୀ ନିଜ କାନ୍ଧରେ ବଞ୍ଚାଇ ରଖିଛନ୍ତି। ତାଙ୍କ ଜୀବନ ଓ ଜୀବିକା ହେଉଛି କଣ୍ଢେଇ ନାଚ। କଣ୍ଢେଇ ନାଟର ପରମ୍ପରାକୁ ବଞ୍ଚାଇ ରଖିବାକୁ ମାଗୁଣିଙ୍କୁ ବହୁମୂଲ୍ୟ ଦେବାକୁ ପଡିଛି। କଣ୍ଢେଇ ନାଟ ମାଧ୍ୟମରେ ସେ କେବଳ ଏକ ମହାନ ଲୋକକଳା କୁ ବଞ୍ଚାଇ ରଖିନାହାନ୍ତି, ଏହି କଳା ମାଧ୍ୟମରେ ସେ ସମାଜ ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ଯେତେବେଳେ ବି କୌଣସି ସରକାରୀ ଯୋଜନାର ବାର୍ତ୍ତା ପ୍ରଚାର କରିବା କଥା ଉଠିଛି ସେତେବେଳେ ମାଗୁଣି ମଉସାଙ୍କୁ ଖୋଜା ପଡିଛି। ହେଲେ ଆଜିର ପରିଣତ ବୟସରେ ସେ ଯେତେବେଳେ ନିଜ ଜୀବନ ପାଇଁ ସଂଘର୍ଷ କରୁଛନ୍ତି, ସେତେବେଳେ ସରକାର ତାଙ୍କ ପାଖରେ ଠିଆ ହେବା ନିହାତି ଦରକାର। ମାଗୁଣିଙ୍କୁ ହୁଏତ ପଦ୍ମ ପୁରସ୍କାର ମିଳିନାହିଁ। ହେଲେ ପଦ୍ମ ପୁରସ୍କାର ପାଇବାକୁ ସେ ସବୁଠୁ ଯୋଗ୍ୟ ବ୍ୟକ୍ତି। ତାଙ୍କର ପ୍ରତିଭାକୁ ସମ୍ମାନ ଜଣାଇ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ କରିଛି। କେନ୍ଦ୍ର ସାହିତ୍ୟ, ସଙ୍ଗୀତ-ନାଟକ ଓ ଲଳିତ କଳା ଏକାଡେମୀ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କଳାକାରମାନଙ୍କୁ ମଧ୍ୟ ଏହି ଯୋଜନାରେ ଓଡିଶା ସରକାର ସାମିଲ କରିବା ଉଚିତ ହେବ।

ଗୋଟିପୁଅ ନୃତ୍ୟଗୁରୁ ବୀରବର ସାହୁ, ଓଡିଶୀ ନୃତ୍ୟଗୁରୁ ସୁଧାକର ସାହୁଙ୍କ ସମେତ ପାଲା ଓ ଦାସକାଠିଆରେ ଜାତୀୟ ସମ୍ମାନ ପାଇଥିବା ଅନେକ ଶିଳ୍ପୀ ଆମର ଅଛନ୍ତି, ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ। ପରିଣତ ବୟସରେ ସେମାନଙ୍କୁ ସହାୟତାର ହାତ ବଢାଇବା ନିତାନ୍ତ ଜରୁରୀ। ଆର୍ଥିକ ସହାୟତା ଲାଗି ଯେଉଁ ନିୟମାବଳୀ ପ୍ରସ୍ତୁତ କରାଯାଉଛି, ସେଥିରେ ଏହି ଯୋଗ୍ୟତାକୁ ମଧ୍ୟ ସାମିଲ କରିବା ଉଚିତ ହେବ। ପଦ୍ମ ପୁରସ୍କାର ସମେତ ସବୁ ଜାତୀୟ ପୁରସ୍କାରକୁ ଏଥିପାଇଁ ବିଚାରକୁ ନିଆଯାଉ ବୋଲି ଆମେ ପ୍ରସ୍ତାବ ଦେଉଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଲେ….

February 11, 2026

ଆସନ୍ତାକାଲି ଦେଶବ୍ୟାପୀ ଧର୍ମଘଟ: ବ୍ୟାଙ୍କ ଖୋଲା ରହିବ କି ବନ୍ଦ ରହିବ?, ଜାଣନ୍ତୁ

February 11, 2026

ଜାତୀୟ ସଙ୍ଗୀତ ପୂର୍ବରୁ ବାଜିବ “ବନ୍ଦେ ମାତରମ୍”: ଗୃହ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶ

February 11, 2026

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୫୪ ହଜାର କୋଟି ଟଙ୍କାର ଯୋଜନା

February 11, 2026
Latest News

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026

OSDMA ର ୩୮ତମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ

February 12, 2026

ଆଜି ଫେବୃୟାରୀ ୧୨ ତାରିଖ ଗୁରୁବାର ଦିନ ଏହି ରାଶିଗୁଡିକ ହଠାତ ଧନ ପ୍ରାପ୍ତର ସୁଯୋଗ ପାଇବେ

February 12, 2026

ଚିଲିକା: ଭିବି ରାମଜି ଅଧୀନରେ ବ୍ଲକ୍ ସ୍ତରୀୟ ସାଧାରଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

February 11, 2026

ପୁଣି ଆଇଏଏସ ସ୍ତରରେ ଅଦଳବଦଳ, ବାତିଲ ହେଲା ସ୍ମାର୍ଟ ସିଟି ଓ ବିଡିଏ ଉପାଧ୍ୟକ୍ଷ ନିଯୁକ୍ତି

February 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.