Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସଂସ୍କୃତି»ଦ୍ଵିତୀୟ ଶୈଳେଶ୍ୱର ନାଟ୍ୟ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନାରାୟଣ ସାହୁ
ସଂସ୍କୃତି

ଦ୍ଵିତୀୟ ଶୈଳେଶ୍ୱର ନାଟ୍ୟ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନାରାୟଣ ସାହୁ

December 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦ୍ଵିତୀୟ ଶୈଳେଶ୍ୱର ନାଟ୍ୟ ସମ୍ମାନ
ଦ୍ଵିତୀୟ ଶୈଳେଶ୍ୱର ନାଟ୍ୟ ସମ୍ମାନରେ ସମ୍ମାନିତ ହେଲେ ଡ଼ଃ ନାରାୟଣ ସାହୁ

ଭୁବନେଶ୍ୱର: ଓଡ଼ିଆ ନାଟକ ଓ ସଂଶ୍ଳିଷ୍ଟ ସଂସ୍କୃତି କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବିଶିଷ୍ଟ ନାଟ୍ୟକାର ପ୍ର. ଡ଼ଃ ନାରାୟଣ ସାହୁ ଓ ସୁନାମଧନ୍ୟ ସମାଜସେଵୀ ଡ଼ଃ ଆଦିତ୍ୟ କୁମାର ମହାନ୍ତି ଯଥାକ୍ରମେ ମର୍ଯ୍ୟାଦାପୂର୍ଣ୍ଣ ଶୈଳେଶ୍ୱର ନାଟ୍ୟ ସମ୍ମାନ ଓ ସଂଯୁକ୍ତା ସମାଜ ସେବା ସମ୍ମାନ ରେ ଅଭିଷିକ୍ତ ହୋଇଛନ୍ତି।

ଶୁକ୍ରବାର ସନ୍ଧ୍ୟାରେ ବୁଦ୍ଧମନ୍ଦିର ଠାରେ ଅନୁଷ୍ଟିତ ସ୍ଵତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଖ୍ୟାତ ସାହିତ୍ୟିକ ଶାନ୍ତନୁ କୁମାର ଆଚାର୍ଯ୍ୟ ଏହି ପୁରସ୍କାର,ଉପଢୌକନ ଓ ଅର୍ଥରାଶି ଡ଼ଃ ନାରାୟଣ ସାହୁ ଓ ଡ଼ଃ ଆଦିତ୍ୟ କୁମାର ମହାନ୍ତି ଙ୍କୁ ପ୍ରଦାନ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଏବଂ ଶ୍ରୀ ଦାସ ବେନେହୂର୍ ଏବଂ ସଭାପତି ଭାବେ ଇଂ ଚନ୍ଦ୍ରଶେଖର ନନ୍ଦ ଯୋଗ ଦେଇଥିଲେ।

ଶୈଳେଶ୍ୱର ସଂଯୁକ୍ତା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଟିତ ଏହି ଉତ୍ସବରେ ଟ୍ରଷ୍ଟର ସଭ୍ୟ ସତ୍ୟକାମ ନନ୍ଦ ବିବରଣୀ ପାଠ କରିଥିଲେ। ଟ୍ରଷ୍ଟର ଉପଦେଷ୍ଟା ଡାକ୍ତର ଶୈଳେଶ୍ୱର ନନ୍ଦ ଓ ସଂଯୁକ୍ତା ମହାପାତ୍ର ଉପସ୍ଥିତ ହୋଇ ଉଦବୋଧନ ଦେଇଥିଲେ। ଶାସ୍ତ୍ରୀୟ କଣ୍ଠ ଶିଳ୍ପୀ ନାଭ୍ୟା ନନ୍ଦ ସଙ୍ଗୀତ ପରିବେଷଣ କରିଥଲେ। ନିବେଦିତା ମିଶ୍ର ମାନପତ୍ର ପାଠ କରିଥଲେ।

ଅନ୍ୟତମ ଟ୍ରଷ୍ଟି ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରି ସଭା ସମ୍ପର୍ଣ୍ଣ କରିଥଲେ। ପ୍ର. ଡ଼ଃ ନାରାୟଣ ସାହୁ ଓଡ଼ିଆ ନାଟକ ଓ ସମାଲୋଚନା ସାହିତ୍ୟ ରେ ଖୁବ ସୁଖ୍ୟାତି ପାଇଛନ୍ତି, ଏବେଯାଏଁ ୨୭ ଟି ମୂଲ୍ୟବାନ ନାଟକ ଦେଇ ନବନାଟ୍ୟ ଆନ୍ଦୋଳନର ଜଣେ କର୍ଣ୍ଣଧାର ସାଜିଛନ୍ତି। ଡ଼ଃ ଆଦିତ୍ୟ କୁମାର ମହାନ୍ତି ନିଜକୁ ସମାଜ ସେବାରେ ନିଯୁକ୍ତି କରି ଖୁବ ସୁଖ୍ୟାତି ପାଇଛନ୍ତି, ଏବେ ସେହି ଅବହେଳିତ, ନିରଶ୍ରିଷ୍ଟ ଶିଶୁ, କିଶୋର ଓ କିଶୋରୀ ଙ୍କୁ ୧୦ ଟି କେନ୍ଦ୍ର ରେ ପ୍ରାୟ ୬୫୦ ପିଲାମାନଙ୍କୁ ସାହାଯ୍ୟ ଦେଇ ତାଙ୍କ ଶିକ୍ଷା ଦୀକ୍ଷା ସହ ସେମାନଙ୍କର ସାଂସ୍କୃତିକ ଚେତନା ନିମନ୍ତେ ଚେଷ୍ଟାରତ।

ଓଡିଆ ନାଟକ ଏବଂ ଏହା ସହିତ ସଂଲଗ୍ନ ସଂସ୍କୃତି ଓ ସମାଜ ସେବା କ୍ଷେତ୍ର ରେ ଅବଦାନ ଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ପ୍ରତ୍ୟେକ ବର୍ଷ ପ୍ରଦାନ କରାଯିବ ବୋଲି ଶୈଳେଶ୍ୱର ସଂଯୁକ୍ତା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ସୂଚନା ଦଆଯାଇଥିଲା

ଡ଼ଃ ନାରାୟଣ ସାହୁ ଶୈଳେଶ୍ୱର ନାଟ୍ୟ ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026
Latest News

ପୁଣି ଦିଲ୍ଲୀ-ଗୁଜରାଟ ମ୍ୟାଚ୍‌ରେ ବର୍ଷା ଆଶଙ୍କା!: ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ

April 8, 2026

ତୁଷାରପାତ ଯୋଗୁଁ ବଦ୍ରିନାଥ ଏବଂ ହେମକୁଣ୍ଡ ସାହିବରେ ପ୍ରବଳ ଥଣ୍ଡା

April 8, 2026

ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ

April 8, 2026

ଗଞ୍ଜାମରେ ଦୁଇ ଦିନିଆ ଆନ୍ତର୍ଜ୍ୟାତୀୟ କର୍ମଶାଳା

April 8, 2026

ପାକିସ୍ତାନ ନୁହେଁ ଯୁଦ୍ଧବିରତିର ପ୍ରକୃତ ଖେଳାଳି ଚୀନ?: ବଡ଼ ସଂକେତ ଦେଲେ ଟ୍ରମ୍ପ

April 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.