Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Banapur News:ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ
ଆଜିର ଖବର

Banapur News:ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

June 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ
ସ୍ନାନବେଦୀରେ ଗଜାନନ ବେଶରେ ଶ୍ରୀରଙ୍କନାଥ ଦେବ: ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ

ବାଣପୁର: ଲୀଳାକ୍ଷେତ୍ର ବାଣପୁରର ବ୍ରହ୍ମସ୍ପର୍ଶୀ ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ ଦେବଙ୍କ ସ୍ନାନଯାତ୍ରା ମହାସମାରୋହରେ ସଂପର୍ଣ୍ଣ ହୋଇଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଗ୍ରେପୂଜୀତ ଗଜାନନ ବେଶ ଦର୍ଶନ କଲେ ଅଗଣିତ ଶ୍ରଦ୍ଧାଳୁ। ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ଆଦ୍ୟଲୀଳା ସ୍ନାନଯାତ୍ରା ସ୍ନାନବେଦୀରେ ଆପାଦମସ୍ତକ ମହାସ୍ନାନ ସମଗ୍ର ବିଶ୍ୱ ଆଜିଦର୍ଶନ କରିଥିବାବେଳେ, ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କନାଥ ଦେବଙ୍କ ସ୍ନାନଯାତ୍ରା ଅତି ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି।

ପୂର୍ଣ୍ଣିମା ପୂର୍ବ ରାତିରେ ବିଳମ୍ବିତ ପ୍ରହରରେ ସେବାୟତ ମାନେ ସେନାପଟା ରୁନ୍ଧି ସିଂହାସନ ଓ ଲାଗି କରାଇବା ପରେ ବଡ଼ସିଂହାର ହୋଇ ପହଡ଼ ପଡ଼ିଥିଲା। ପୂର୍ଣ୍ଣିମାର ପ୍ରତ୍ୟୁଷରୁ ଦ୍ୱାରଫିଟା, ମଙ୍ଗଳ ଆଳତି ବଢ଼ି ଡୋରିବନ୍ଧା ଟାହିଆ ଲାଗିପରେ ବନ୍ଦାପନା ହୋଇ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ଘଣ୍ଟା ଘଣ୍ଟ କାହାଳୀ ମୃଦଙ୍ଗ ବାଦ୍ୟର ତାଳେ ତାଳେ ଛତ୍ରତରାଶ ସହିତ ହୁଳହୁଳି ଜୟ ଜଗନ୍ନାଥ ଧ୍ୱନୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସେବାୟତ ମାନେ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପରେ ବିଜେ କରାଇଥିଲେ।

ମଣ୍ଡପରେ ସ୍ନାନ ବେଶରେ ଅବକାଶ, ତଡ଼ପଲାଗି, ହୋଇ ୧୦୮ କଳସ ସୁବାଷିତ ଅଭିଶିକ୍ତ ତୀର୍ଥଜଳରେ ଚାରି ଠାକରଙ୍କୁ ସ୍ନାନ କରାଇବାପରେ ପତନି ରେ ଗଜାନନବେଶକରି ମଧ୍ୟାହ୍ନ ଧୂପ ବଢ଼ାଇ ଆଳତୀ ବନ୍ଦାପନା କରାଯାଇଥିଲା। ଲୀଳାକ୍ଷେତ୍ର ବାଣପୁରର ମହିମା ବନ୍ତ ଠାକୁର ଶ୍ରୀରଙ୍କନାଥ ଦେବଙ୍କ ଏହି ଦୁର୍ଲଭ ସ୍ନାନଯାତ୍ରା ସହିତ ଗଜାନନ ବେଶ ଦର୍ଶନ କରିବାପାଇଁ ଦିନତମାମ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ମନ୍ଦିର ପରିଚାଳନା କମିଟି ଓ ସ୍ଥାନୀୟ ଆରକ୍ଷୀ ଅଧିକାରୀଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଏହି ଯାତ୍ରା ସମାପନ ହୋଇଥିଲା।

ଗଜାନନ ବେଶ ଲୀଳାକ୍ଷେତ୍ର ବାଣପୁର ସ୍ନାନବେଦୀ
Share. Facebook Twitter LinkedIn Email WhatsApp Copy Link

Related Posts

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026

ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍: SIR ପ୍ରକ୍ରିୟାକୁ ନେଇ CEO ଙ୍କ ବଡ଼ ସୂଚନା

July 22, 2026

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026
Latest News

୪ ହଜାରରୁ ଉର୍ଦ୍ଧ୍ଵ କୋଟିର ୨୩ ଟି ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

July 22, 2026

ପୂର୍ବାଞ୍ଚଳ ଆଞ୍ଚଳିକ ପୋଲିସ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ

July 22, 2026

ରାଜ୍ୟରେ ମୋଟ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ୍: SIR ପ୍ରକ୍ରିୟାକୁ ନେଇ CEO ଙ୍କ ବଡ଼ ସୂଚନା

July 22, 2026

ଓଡ଼ିଶାରେ ମତ୍ସ୍ୟ ସମ୍ପଦ ଯୋଜନା

July 22, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ରାଜ୍ୟ ନିର୍ବାଚନ ଆୟୁକ୍ତ

July 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.