ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦଯାପିତ, ପ୍ରଦର୍ଶିତ ହୋଇଥିଲା 28 ପ୍ରକାରର ହସ୍ତକଳା

Published: Feb 16, 2020, 11:45 pm IST

ଭୁବନେଶ୍ବର, ଜନତା ମଇଦାନରେ ଚାଲିଥିବା ରାଜ୍ୟସ୍ତରୀ ହସ୍ତଶିଳ୍ପ ପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି। ଏହି ମେଳା ଗତ 7 ତାରିଖରୁ ଆରମ୍ଭ ହୋଇଥିଲା। ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ତରଫରୁ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଚଳିତ ବର୍ଷ ଏହି ପ୍ରଦର୍ଶନୀରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ 112 ଜଣ କାରୀଗର ଯୋଗଦେଇଥିଲେ।

ଦୀର୍ଘ ଦଶ ଦିନ ଧରି ଚାଲିଥିବା ଏହି ପ୍ରଦର୍ଶନୀରେ ଏଥର ରାଜ୍ୟ ପ୍ରାୟ 28 ପ୍ରକାରର ହସ୍ତଶିଳ୍ପ ପ୍ରଦର୍ଶିତ କରାଯାଇଥିଲା। ସେଗୁଡିକ ମଧ୍ୟରେ ଥିଲା ପଟ୍ଟଚିତ୍ର, ମୂର୍ତ୍ତିକା କାମ, ଚାନ୍ଦୁଆ, ଡୋକ୍ରା, ପିତ୍ତଳକାମ, ତାରକସୀ, ଜନଜାତି ଅଳଙ୍କାର, ପଥର ଖୋଦେଇ, ପଥର ବାସନ, ମାଟି କଣ୍ଢେଇ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ଦଶଦିନରେ ଏହି ମେଳାକୁ ପ୍ରାୟ 40 ହଜାରରୁ ଅଧିକ ଲୋକ ପ୍ରରିଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀରେ ପ୍ରାୟ 60 ଲକ୍ଷ ଟଙ୍କାର କାରବାର ହୋଇଛି ବୋଲି ରାଜ୍ୟ ହସ୍ତଶିଳ୍ପ ବିଭାଗ ତରଫରୁ କୁହାଯାଇଛି।

Related posts