ମହିଳା ଦିବସ ଉପଲକ୍ଷେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ ଛାତ୍ରୀଙ୍କ ଆକର୍ଷଣୀୟ ବାଲୁକା କଳା

Published: Mar 8, 2020, 10:00 am IST

ପୁରୀ, ମହିଳା ଦିବସ ଉପଲକ୍ଷେ ମହିଳାମାନେ କିପରି ସକ୍ଷମ ସେ ନେଇ ବିଭିନ୍ନ ସ୍ତରରେ ପ୍ରତିଯୋଗୀତା ସହିତ ପ୍ରସାର ଆରମ୍ଭ ହୋଇଛି। କ୍ରୀଡା, ଦୁଃସାହାସିକ କ୍ରୀଡା, ଉଚ୍ଚ ଗବେଷଣା, ବୈଜ୍ଞାନିକ, ସାହିତ୍ୟିକ, ସାମ୍ବାଦିକ ଏବଂ କଳା କ୍ଷେତ୍ରରେ ମହିଳାଙ୍କ ଦକ୍ଷତା ପ୍ରତିପାଦନ କରାଯାଇଛି। ସେହିପରି ପୁରୀରେ 11 ଜଣ ଛାତ୍ରୀ ସେମାନଙ୍କ କଳା ନୈପୁଣତା ଆଜିର ଦିନରେ ବେଶ୍ ଗୁରୁତ୍ବ ବହନ କରୁଛି।

ପୁରୀରେ ଥିବା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ସଂସ୍ଥାର 11 ଜଣ ଛାତ୍ରୀ ଆଜି ବିଶ୍ବବାସୀଙ୍କୁ ଆକୃଷ୍ଠ କରିପାରିଛନ୍ତି। ଏହି ଛାତ୍ରୀମାନେ ପୁରୀର ସ୍ବର୍ଣ୍ଣିମ ବେଳାଭୂମିରେ ନିର୍ମାଣ କରିଛନ୍ତି ଆକର୍ଷଣୀୟ ବାଲୁକା କଳା। ଦୁଇଦିନ ଧରି ଏହି ଛାତ୍ରୀମାନେ ସୁଦର୍ଶନଙ୍କ ପରାମର୍ଶରେ ପରିଶ୍ରମ କରି ନିର୍ମାଣ କରିଛନ୍ତି ଏହି କଳାକୃତି। ଏଥିରେ ସେମାନେ ମହିଳାମାନେ କିପରି ଶକ୍ତିଶାଳୀ ତାହାକୁ କଳାମାଧ୍ୟମରେ ପ୍ରତିପାଦନ କରାଇଛନ୍ତି। ଏହି କଳାକୁ ସୁଦର୍ଶନ ନିଜର ସୋସିଆଲ ମିଡିଆ ମାଧ୍ୟମରେ ପ୍ରଦାନ କରିବା ପରେ ତାହା ବିଶ୍ବବାସୀଙ୍କ ନିକଟରେ ପହଁଚି ପାରିଛି।

Related posts