
ଭୁବନେଶ୍ବର, ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ତଥା ପ୍ରଭୁ ବଳରାମଙ୍କ ଜନ୍ମଦିନ। ପରଂପରା ରହିଛି ଆଜିର ଦିନରେ ଭଉଣୀର ରକ୍ଷା କବଚ ଭାବେ ଭାଇଙ୍କୁ ମନେ ପକାଇବାର ଦିନ। ସେଥିପାଇଁ ଭାଇଙ୍କ ହାତରେ ଭଉଣୀମାନେ ରାକ୍ଷୀ ବାନ୍ଧି ତାହାକୁ ମନେ ପକାଇଥାନ୍ତି। ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ଅନେକ ଦୂରଦୂରାନ୍ତରେ ଥିବା ଭଉଣୀମାନେ ଭାଇମାନଙ୍କ ପାଖକୁ ନ ଆସି ଡିଜିଟାଲ ରାକ୍ଷୀ ବାନ୍ଧିଛନ୍ତି। ତେବେ ଯେଉଁ ଭଉଣୀମାନେ ଭାଇଙ୍କ ନିକଟରେ ଅଛନ୍ତି ସେମାନେ କଟକଣାକୁ ନଜରରେ ରଖି ରାକ୍ଷୀ ବାନ୍ଧିଛନ୍ତି।
ସେହିପରି କରୋନା ପାଇଁ ଚଳିତ ବର୍ଷ ରାକ୍ଷୀ ବଜାର ମଧ୍ୟ ମାନ୍ଦା ରହିଛି। କାରଣ ଲକଡାଉନ ଭିତରେ ରାକ୍ଷୀ ଦୋକାନ ଖୋଲିବାର ଅନୁମତି ମିଳିବା କଷ୍ଟକର ହୋଇପଡିଛି। ଫଳରେ ପୂର୍ବ ବର୍ଷଗୁଡିକରେ ଯେପରି ଦୋକାନ ଖୋଲାଯାଇଥାଏ ତାହା ଏଥର ପରିଲକ୍ଷିତ ହୋଇ ନାହିଁ।
Tags: ବଳରାମ ଜନ୍ମ, ରାକ୍ଷୀ ପୂର୍ଣିମା