
ନୂଆଦିଲ୍ଲୀ, ଡିସେମ୍ବର 14 ରେ ଘଟିବାକୁ ଯାଉଥିବା ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ, କାରଣ ଏହି ସୂର୍ଯ୍ୟ ଗ୍ରହଣର ସମୟ ଭାରତରେ ରହିବ ନାହିଁ। ଦକ୍ଷିଣ ଆଫ୍ରିକା, ପ୍ରଶାନ୍ତ ମହାସାଗରରେ ଦକ୍ଷିଣ ଆମେରିକା, ମେକ୍ସିକୋ ସାଉଦି ଆରବ, କାତାର, ସୁମାତ୍ରା, ମାଲେସିଆ, ଓମାନ, ସିଙ୍ଗାପୁର, ଉତ୍ତର ମାରିନା ଦ୍ୱୀପ ଏବଂ ଶ୍ରୀଲଙ୍କାରେ ମଧ୍ୟ ଏହା ଦେଖିବାକୁ ମିଳେିବ। ଦେଶରେ ଦେଖାଯାଉ ନ ଥିବାରୁ ଏହି ସୂର୍ଯ୍ୟ ଗ୍ରହଣକୁ ଖଣ୍ଡଗ୍ରାସ୍ କୁହାଯାଉଛି । ଖଣ୍ଡାଗ୍ରାସ ସୂର୍ଯ୍ୟ ଗ୍ରହଣ ସମୟରେ ମନ୍ଦିରର ପୂଜା ବନ୍ଦ ହେବ ନାହିଁ। କୌଣସି ବିଧିବିଧାନ ବାରଣ ହେବ ନାହିଁ।
ତେବେ ବିଛା ରାଶିର ଲୋକମାନେ ଏହି ସମୟରେ ବିଶେଷ ଯତ୍ନ ଆବଶ୍ୟକ। କାରଣ ଏଥର ସୂର୍ଯ୍ୟ ଗ୍ରହଣ ଏହି ରାଶିରେ ହେବାକୁ ଯାଉଛି। ସୂର୍ଯ୍ୟ ଗ୍ରହଣ ସମୟରେ ଯାତ୍ରା କରିବା ଠାରୁ ଦୂରେଇ ରୁହନ୍ତୁ। ଏହା ସହିତ, ବୃଷ, କର୍କଟ, ତୂଳା ଏବଂ ମକର ରାଶିର ବ୍ୟକ୍ତିମାନଙ୍କୁ ମଧ୍ୟ ସଜାଗ ରହିବାକୁ ପଡିବ। ଖଣ୍ଡଗ୍ରାସ୍ ପରେ ମଧ୍ୟ ସୂର୍ଯ୍ୟ ଗ୍ରହଣର ପ୍ରଭାବ ସମସ୍ତ ରାଶିରେ ଦେଖାଯିବ | ସୂର୍ଯ୍ୟ ଗ୍ରହଣ ସମୟରେ ଏକାଠି ପାଞ୍ଚୋଟି ଗ୍ରହ ରହିବେ। ଏହି ସମୟ ମଧ୍ୟରେ ଚନ୍ଦ୍ର, ବୁଧ, ଶୁକ୍ର, ସୂର୍ଯ୍ୟ ଏବଂ କେତୁ ଉପସ୍ଥିତ ରହିବେ।