
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ଆଜି ଅତି ଭୀଷଣ ବାତ୍ୟା ଭାବେ ପରିଣତ ହୋଇଛି। ଏହା ଘଣ୍ଟାକୁ 175 କିଲୋମିଟର ବେଗର ମିଆମାର ଆଡକୁ ଗତିକରୁଛି ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଏହା ଆସନ୍ତା ରବିବାର ଦିନ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।
ଗତକାଲି ସକାଳେ ଏହା ବାତ୍ୟା ରୂପ ନେବା ପରେ ରାତିରେ ଭୀଷଣ ବାତ୍ୟାକୁ ପରିବର୍ତ୍ତନ ହୋଇଥିଲା। ଏହାପରେ ଆଜି ଏହା ଅତିଭୀଷଣ ବାତ୍ୟା ଭାବେ ପରିବର୍ତ୍ତନ ହୋଇଛି। ତେବେ ଏହି ବାତ୍ୟାର ପ୍ରଭାବ ଓଡିଶାରେ ନ ଥିଲେ ମଧ୍ୟ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି।