Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ଧର୍ମ

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସତ୍ୟାନନ୍ଦ ଦାସ ମହାରାଜ
ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ଗୁରୁକୃପା ଋରିଟେବୁଲ ସୋସାଇଟି ପକ୍ଷରୁ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ମହିମା ପ୍ରୟରକ, ବିଶିଷ୍ଟ ଭାଗବତ କଥାକାର, ମାଳିକା ପୁରୁଷ ସନ୍ଥ ବାବା ବୈକୁଣ୍ଠନାଥ ବ୍ରହ୍ମରରୀଙ୍କ ଶିଷ୍ୟ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ୱନକ୍ଷତ୍ର ଉତ୍ସବ, ମହନ୍ତ ଚିନ୍ତାମଣି ପର୍ବତ ମହାରାଜଙ୍କ ପୌରହିତ୍ୟରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବରିଷ୍ଠ ସେବକ ସାମନ୍ତ ସୁଦର୍ଶନ ପୂଜାପଣ୍ଡା କହିଲେ ଯେ, ସ୍ୱନକ୍ଷତ୍ର ପାଳନ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ଅବିଚ୍ଛିନ୍ନ ଅଙ୍ଗ । ବାବା ସତ୍ୟାନନ୍ଦ ନିଜର ପ୍ରତିଷ୍ଠା ବଳରେ ତାଙ୍କ ଗୁରୁ ବାବା ବୈକୁଣ୍ଠନାଥଙ୍କୁ ବିଶ୍ଵ ଦରବାରରେ ପହଞ୍ଚାଇ ପାରିଛନ୍ତି । ମୁଖ୍ୟ ଅତିଥି ପ୍ରଜ୍ଞା ମିଶନର ସନ୍ଥ ସ୍ଵାମୀ ଶ୍ରଦ୍ଧାନନ୍ଦ ଗିରି କହିଲେ ଯେ, ମଣିଷ ଯେତେ ଉଚ୍ଚ ଆସନକୁ ଯିବ, ଯଦି ତାର “ମୁଁ”ତ୍ବ ଓ ଅହଙ୍କାରକୁ ତ୍ୟାଗ କରିବ, ସେ ସମାଜରେ ନିଶ୍ଚିତ ସମ୍ମାନର ପାତ୍ର ହେବ । ଯାହାର ଉଦାହରଣ ବାବା ସତ୍ୟାନନ୍ଦ ।

ଏହି ଅବସରରେ ମୁଖ୍ୟ ଅତିଥ୍ୟ ସ୍ଵାମିଜୀ, ଉଦ୍‌ଘାଟକ ପୂଜାପଣ୍ଡା ସାମନ୍ତ, ଓଡ଼ିଶାର ସଂସ୍କୃତି ପୁରୁଷ, ବେଦଜ୍ଞ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଉତ୍ତରୀୟ, ମାନପତ୍ର ଓ ସ୍ମୃତି ଫଳକ ଦେଇ “ପ୍ରଥମ ଗୁରୁକୃପା ସମ୍ମାନ”ରେ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସୋସାଇଟିର ସମ୍ପାଦକ ଇଂ ବିଷ୍ଣୁ ଚରଣ ସ୍ଵାଇଁ ସ୍ଵାଗତ ଭାଷଣ ଓ ଆଇନଜିବୀ ବୀର ନାରାୟଣ ପାତ୍ର ଧନ୍ୟବାଦ ଦେଇଥିଲେ । ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ, ମାତାମଠ, ପୁରୀର ମହନ୍ତ ସୁବଳ ଦାସ ମହାରାଜ, ସ୍ଵାମୀ ଗୋକୁଳାନନ୍ଦ ସରସ୍ଵତୀ ଓ ଶ୍ରୀଜଗନ୍ନାଥ ଗବେଷକ ଡଃ ଭାସ୍କର ମିଶ୍ରଙ୍କ ଦ୍ଵାରା ସ୍ମରଣିକା “ଗୁରୁକୃପା” ଉନ୍ମୋଚିତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ବାବା ଗିରିଶ ଦାସ, ନାଇଜରର ପୂର୍ବତନ କୁଳସଚିବ ଡଃ ଅଜୟ ନାୟକ, ମା ଶାରଳାଙ୍କ ଅଙ୍ଗଲାଗି ସେବକ ରମାକାନ୍ତ ରାଉଳ, ବିଶ୍ଵନାଥ ରାଉଳ ଓ ମା’ମଙ୍ଗଳାଙ୍କ ଅଙ୍ଗଲାଗି ସେବକ ପଣ୍ଡିତ ସୁଦାମ ଚରଣ ଦୀକ୍ଷିତ, ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ବାବା ସତ୍ୟାନନ୍ଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରାର୍ଥନା ଟିଭିର ଉପସ୍ଥାପକ ଅଭିନନ୍ଦନ ଦାସ ସଂଯୋଜନା କରିଥିଲେ ।

ଏହି ଉପଲକ୍ଷେ ସତ୍ୟସେବା ମଣ୍ଡଳର ଭକ୍ତ ଶିଷ୍ୟମାନେ ଭଜନ, କୀର୍ତନ ପରିବେଷଣ ପରେ ନାଉଁଗା ବୃଦ୍ଧାଶ୍ରମରେ ଆଡଭୋକେଟ ବୀର ନାରାୟଣ ପାତ୍ର ଓ ଭାଗିରଥ ସାହୁ ଫଳ ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମର ସଫଳତା ପାଇଁ ବାବା ସତ୍ୟାନନ୍ଦ ଦାସ ମହାରାଜ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ବାବା ବୈକୁଣ୍ଠନାଥ ବ୍ରହ୍ମରରୀ ସତ୍ୟାନନ୍ଦ ଦାସ ମହାରାଜ
Share. Facebook Twitter LinkedIn Email WhatsApp Copy Link

Related Posts

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026

ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

February 22, 2026
Latest News

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.