Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ଭାଦୋବ ହାଁସଦା
ନିର୍ବାଚନ ଖବର

ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ଭାଦୋବ ହାଁସଦା

February 29, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link
ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ ଏବଂ ଭାଦୋବ ହାଁସଦା

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ନବୀନ ନନ୍ଦ, ପୂର୍ବତନ ଗଁଦିଆ ବ୍ଲକ ଅଧ୍ୟକ୍ଷ ସନାତନ ସାହୁ, ନାରାୟଣ ସାହୁ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ଆର୍ତବନ୍ଧୁ ସାହୁ, ଢେଙ୍କାନାଳ ମ୍ୟୁନିସିପାଲିଟିର ପୂର୍ବତନ ଉପାଧ୍ୟକ୍ଷା ସୁମିତ୍ରା ଭୋଇ, ସଦର ବ୍ଲକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଅନ୍ନପୂର୍ଣ୍ଣା ନନ୍ଦଙ୍କ ସମେତ ଗଁଦିଆ ବ୍ଲକର ଅନେକ ବିଜେଡି ନେତା ଓ କର୍ମୀ ନିଜ ନିଜ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜ ଅନ୍ତର୍ଗତ ସାରସକଣାର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଭାଦୋବ ହାଁସଦା, ବିଜେଡିର ପୂର୍ବତନ ରାଜ୍ୟ ପରିଷଦ ସଦସ୍ୟ ସମୀର କୁମାର ରାଜ, ଜିଲ୍ଲା ପରିଷଦ ଉପସଭାପତି ଭାଗବତ ପ୍ରସାଦ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପରମେଶ୍ୱର ବେହେରା, ପୂର୍ବତନ ସମିତି ସଭ୍ୟ ସଂଜୟ ସାହୁ, ସଂଜୟ ମହାନ୍ତି, ରାଜ୍ୟ ପରିଷଦ ସଦସ୍ୟ ସତ୍ୟରଞ୍ଜନ ମଣ୍ଡଳ ପ୍ରମୁଖ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

କଟକ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ହାତୀ, ପୂର୍ବତନ କର୍ପୋରେଟର ନମିତା ମଞ୍ଜରୀ ସାହୁ, କ୍ଷୀରୋଦ ସାହୁ, ଗଙ୍ଗାଧର ବେହେରା, ହେମନ୍ତ ସାହୁ, ଅମରେନ୍ଦ୍ର ବେହେରା, ସମାଜସେବୀ ଜୟନ୍ତି ସାହା, ଶିବାନୀ ସାହୁ, ମହିଳା ମହାସଂଘର ଅଧ୍ୟକ୍ଷ ବାସନ୍ତି ଧଡା, ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କୁଅଁରଙ୍କ ନେତୃତ୍ୱରେ ବିଜେଡି ଓ କଂଗ୍ରେସ ଦଳ ପରିତ୍ୟାଗ କରି ଶତାଧିକ ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗଦାନ କରିଛନ୍ତି । ବରିଷ୍ଠ ବିଜେଡି ନେତା ତଥା ତରିମୁଳ ସରପଂଚ କୈଳାଶ ଚନ୍ଦ୍ର ରାଉତ, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ପ୍ରତାପ ଚନ୍ଦ୍ର ପୁହାଣ, କଂଗ୍ରେସ ନେତା କାଳନ୍ଦୀ ବଳ, ହରେକୃଷ୍ଣ ବଳ, ବିଜେଡି ନେତା ଜୀମୁତ ବାହନ ରାଉତ, ଧନୁର୍ଯ୍ୟୟ ରାଉତ, ବାଂଛାନିଧି ବଳ, ପ୍ରଶାନ୍ତ କୁମାର ପାଢ଼ୀ ପ୍ରମୁଖ ନେତୃବୃନ୍ଦ ନିଜ ନିଜ ସମର୍ଥକଙ୍କ ଗହଣରେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।

ସେହିପରି ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଝାନ୍ସିରାଣୀ ଦାସ ତାଙ୍କର ଶତାଧିକ ସମର୍ଥକ ତଥା ବିଜେଡି ନେତା ବିଶ୍ୱରଞ୍ଜନ କର, ବନ୍ଦିତାରାଣୀ ଦାସ, ଭାଗ୍ୟଲକ୍ଷ୍ମୀ ଜେନା, ଦମୟନ୍ତୀ ଜେନା ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସମ୍ବଲପୁର ଜିଲ୍ଲାର ଜଣାଶୁଣା ବ୍ୟକ୍ତିତ୍ୱ ତଥା ଦୃଢ ସଂଗଠକ ଦୀପକ କୁମାର ଗୌଡ ଏବଂ ସେହେନାଜ୍ ଅଖତର ବିଜେପିରେ ସାମିଲ ହୋଇଛନ୍ତି । ବ୍ରହ୍ମପୁର ସହରର ଜଣାଶୁଣା ଆଇଟି ଇଞ୍ଜିନିୟର ଆଶୁତୋଷ ଦାସ ଓ ଭୁବନେଶ୍ୱରର ସମାଜସେବୀ ସ୍ୱାଗତିକା ରାଉତ, ଡା.ପ୍ରଭାତ ରଥ, ଅବସରରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବାଙ୍କନିଧି ମହାରଣା, ସମାଜସେବୀ ସରୋଜିନି ଆଚାର୍ଯ୍ୟ, ସାବିତ୍ରୀ ସାହୁ, ସଞ୍ଜୟ ପଟ୍ଟନାୟକ ପ୍ରମୁଖ ଆନୁଷ୍ଠାନିକଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟୀ ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେଉଛି । ଏଥିଲାଗି ପ୍ରତ୍ୟେକ ଦିନ ହଜାର ହଜାର ବିଜେଡି ଓ କଂଗ୍ରେସର ନେତାମାନେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ଭାବେ ବିଜେପିରେ ସାମିଲ ହେଉଛନ୍ତି । ମୋଦିଜୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପି ସାମିଲ ହେଉଛନ୍ତି । ଓଡ଼ିଶାର ଜନତା ସଂକଳ୍ପ ନେଲେଣି ଓଡ଼ିଶାରେ ବିଜେପିର “ଡବଲ ଇଞ୍ଜିନ ସରକାର” ଗଠନ କରିବ । ବିଜେପିରେ ସାମିଲ ହୋଇଥିବା ସମସ୍ତ ନୂତନ ସଦସ୍ୟମାନଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା ।

ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡଙ୍ଗୀ, ବିଧାୟକ ନବ ମାଝୀ, ଡ.ବୁଦ୍ଧାନ ମୁର୍ମୁ ପ୍ରମୁଖ ନୂତନ କାର୍ଯ୍ୟକର୍ତାଙ୍କୁ ସ୍ୱାଗତ ଜଣାଇଲେ । ଏହି ଅବସରରେ ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର, ବିରଂଚି ତ୍ରପାଠୀ, ବରିଷ୍ଠ ନେତା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୁଦ୍ର ପାଣୀ, ଭୃଗୁ ବକ୍ସିପାତ୍ର, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ୱୀରାଜ କହଁର, ସୁନୀଲ ଶର୍ମା, ମୟୂରଭଞ୍ଜ ଜିଲ୍ଲା ସଭାପତି କାନ୍ଦରା ସୋରେନ, କୃପାସିନ୍ଦୁ ମହନ୍ତ, ଯାଜପୁର ଜିଲ୍ଲାର ସଭାପତି ଗୌତମ ରାୟ, ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ମହାପାତ୍ର ଓ ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, କେନ୍ଦୁଝର ଜିଲ୍ଲା ସଭାପତି ଅଶୁଂମାନ ସବୁଜ ମହନ୍ତବର୍ମା, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।

BJP ବିଜେପି ମିଶ୍ରଣ ପର୍ବ
Share. Facebook Twitter LinkedIn Email WhatsApp Copy Link

Related Posts

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026
Latest News

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.