Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବୃଦ୍ଧି ହେଲା ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ
ନିର୍ବାଚନ ଖବର

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବୃଦ୍ଧି ହେଲା ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ

March 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବୃଦ୍ଧି ହେଲା ଗ୍ରାମ୍ୟ ସାଧନ କର୍ମୀଙ୍କ ଦୈନିକ ପାରିଶ୍ରମିକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ଅତିରିକ୍ତ ୧୦୦ ଟଙ୍କା ପାଇବେ । ସମୁଦାୟ ୫୦୦ ଟଙ୍କା ପାଇବେ ।

ଏହାଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୨.୮୮ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବେ ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ସାଧନ କର୍ମୀ ମାନଙ୍କ ପକ୍ଷରୁ ଏ ସଂପର୍କରେ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ଏମାନଙ୍କ ପାରିଶ୍ରମିକ ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ‘ଓଡିଶା ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ବ ଓ ସ୍ବଚ୍ଛତା ସମିତି’ରେ କାମ କରୁଥିବା ଏହି ସାଧନ କର୍ମୀମାନେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ଯଥା – ମନରେଗା, ପକ୍କା ଘର, ଖାଦ୍ୟ ସୁରକ୍ଷା, ମଧ୍ୟାହ୍ନ ଭୋଜନ ଭଳି ଅନେକ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା (Social Audit) କରି ସ୍ବଚ୍ଛତା ରକ୍ଷା କରିବାରେ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏଥିରେ ମିଶନ ଶକ୍ତି ମା ମାନେ ବହୁ ସଂଖ୍ୟାରେ ନିୟୋଜିତ ଅଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

September 17, 2025

ଯୋଗୀ ଆଦିତ୍ୟ ନାଥଙ୍କ ଜୀବନ କାହାଣୀକୁ ନେଇ ଆସନ୍ତା ୧୯ରେ ମୁକ୍ତିଲାଭ କରିବ ହିନ୍ଦୀ ଚଳଚ୍ଚିତ୍ର ‘ଅଜେୟ’

September 17, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ ସମ୍ପର୍କ ଏବଂ ଜନ ସମ୍ବେଦନା

September 17, 2025

ପାର୍ବଣକୁ ନେଇ କଟକ ସ୍ଥିତ କେନ୍ଦ୍ରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ

September 17, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆଙ୍କ ସମ୍ପର୍କିତ AI ଭିଡିଓ ମାମଲା: ପାଟନା ହାଇକୋର୍ଟ ଦେଲେ କଡା ନିର୍ଦ୍ଦେଶ

September 17, 2025

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

September 17, 2025

ବେଟିଂ ଆପ୍ ମାମଲା: ଯୁବରାଜ ସିଂହ, ସୋନୁ ସୁଦଙ୍କୁ ସମନ କଲା ଇଡି

September 17, 2025

କାନାଡାରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ୍: ଭାରତୀୟ ଦୂତାବାସ ଦଖଲ କରିବାକୁ ଦେଲେ ଧମକ

September 17, 2025

ଧାର ଠାରେ ପିଏମ ମିତ୍ର ପାର୍କକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

September 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.