Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»କାଲି ମୋହନ ସରକାରଙ୍କୁ ପୁରିବ ୧୦୦ ଦିନ, ଏହାକୁ ନେଇ ବିଜେପି ସଭାପତି ମନମୋହନ ସାମଲ କହିଲେ…
ନିର୍ବାଚନ ଖବର

କାଲି ମୋହନ ସରକାରଙ୍କୁ ପୁରିବ ୧୦୦ ଦିନ, ଏହାକୁ ନେଇ ବିଜେପି ସଭାପତି ମନମୋହନ ସାମଲ କହିଲେ…

September 18, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link
କାଲି ମୋହନ ସରକାରଙ୍କୁ ପୁରିବ ୧୦୦ ଦିନ, ଏହାକୁ ନେଇ ବିଜେପି ସଭାପତି ମନମୋହନ ସାମଲ କହିଲେ...

ଭୁବନେଶ୍ବର: ଆସନ୍ତାକାଲି ଗୁରୁବାରରେ କେନ୍ଦ୍ରରେ ତୃତୀୟ ଥର ଏବଂ ଓଡିଶାରେ ପ୍ରଥମ ଥର ବିଜେପି ସରକାରର ୧୦୦ ଦିନ ପୁର୍ତି କରିବ। ନିର୍ବାଚନ ପୂର୍ବରୁ ଜନତାଙ୍କୁ ଦିଆଯାଇଥିବା ସଂକଳ୍ପକୁ ବାସ୍ତବ ରୂପ ଦେବା କାର୍ଯ୍ୟ ଆରମ୍ଭ ହୋଇସାରିଛି । ଓଡିଶାବାସୀଙ୍କ ବିଶ୍ୱାସକୁ ନେଇ ବିଜେପି ସରକାର କାମ କରିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ।

କେନ୍ଦ୍ର ସରକାରଙ୍କ ସଫଳତା

ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀ ଗତ ୧୦ ବର୍ଷରେ ଗରୀବ ବାସହୀନଙ୍କୁ ପକ୍କା ଘର, ଶୌଚାଳୟ, ଗ୍ୟାସ, ବିଜୁଳି, ୫ କିଲୋ ଚାଉଳ ଏବଂ ୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ଦୀନଦୟାଲ ଯୋଜନା ଅନ୍ତର୍ଗତ ୧୦ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସଂଗଠିତ କରାଯିବା ସହିତ ୯୦ ଲକ୍ଷରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଦୁତ ସାଜିଛନ୍ତି । ଏଥି ସହ ୧୧ ଲକ୍ଷ ଲକ୍ଷପତି ଦିଦିଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବିଶ୍ୱକର୍ମା ଯୋଜନାକୁ ତ୍ୱରାନ୍ୱିତ କରାଯାଇଛି ।

ଯୁବକମାନଙ୍କ ପାଇଁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି ଏବଂ ଏଥିରେ ଆସନ୍ତା ୫ ବର୍ଷରେ ୪.୧୦ କୋଟି ଯୁବକ ଉପକୃତ ହେବେ । ଗତ ୧୦ବର୍ଷରେ ପିଏମ୍ କିଷାନ ଯୋଜନା ଅନ୍ତର୍ଗତ ୯.୫ କୋଟି କୃଷକଙ୍କୁ ୨୦ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ତମାନ ସୁଦ୍ଧା ୧୨.୩୩ କୋଟି କୃଷକଙ୍କୁ ୩ ଲକ୍ଷ କୋଟି ଟଙ୍କା ବିତରଣ କରାଯାଇଛି ।

ବାସୁମତି ଚାଉଳର ସର୍ବନିମ୍ନ ରପ୍ତାନୀ ମୂଲ୍ୟକୁ ହଟାଇ ଦିଆଯାଇଛି। ପିଆଜ ଉପରେ ରପ୍ତାନୀ ଶୁଳ୍କ ୪୦ ରୁ ୨୦ ପ୍ରତିଶତକୁ କମାଇ ଦିଆଯାଇଛି। ଖରିଫ ଫସଲର ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି। ମକାରୁ ଇଥାନଲ ପ୍ରସ୍ତୁତ ପାଇଁ ସମବାୟ ଚିନିକଳ ଗୁଡିକ ଆଧୁନିକିକରଣ କରାଯାଇଛି। “ଏଗ୍ରି ସେୟାର” ନାମରେ ମୋଦିଜୀ ଏକ ନୂତନ ପାଣ୍ଠି ଆରମ୍ଭ କରିଛନ୍ତି।

ସେହିପରି ମଧ୍ୟମ ବର୍ଗଙ୍କୁ ଆଶ୍ୱସ୍ତି ପ୍ରଦାନ କରାଯାଇ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ଟିକସ ମୁକ୍ତ କରାଯାଇଛି। ୱାନ୍ ର‌୍ୟାଙ୍କ୍‌, ୱାନ୍ ପେନସନର ତୃତୀୟ ସଂସ୍କରଣ ଲାଗୁ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ୩ କୋଟି ବାସଗୃହ ନିର୍ମାଣ ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି। ସେ ମଧ୍ୟରୁ ୧ କୋଟି ସହରାଂଚଳ ଏବଂ ୨ କୋଟି ଗ୍ରାମାଂଚଳରେ ନିର୍ମାଣ କରାଯିବ।

ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ୨.୫ ଲକ୍ଷ ଘରେ ସୋଲାର ସିଷ୍ଟମ ସ୍ଥାପିତ କରାଯିବ। ୩୪୦୦ କୋଟି ଟଙ୍କାର ପିଏମ୍ – ବସ ସେବା ଯୋଜନା ଆରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ଯୋଜନା ଆଜି ଦେଶର ଅନେକ ଲୋକଙ୍କ ଜୀବନ ଆଧାର ସାଜିଛି। ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ମୋଦିଜୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ବହନ କରୁଛି। ନିର୍ବାଚନ ପ୍ରତିଶୃତି ଅନୁଯାୟୀ ୭୦ ବର୍ଷ ଏବଂ ତଦୁର୍ଦ୍ଧ ନାଗରିକଙ୍କ ସଂପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ବହନ କରିବେ ମୋଦି ସରକାର।

ଏହା ଦ୍ୱାରା ଦେଶର ୬ କୋଟି ଲୋକ ଉପକୃତ ହେବେ। ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବିଦେଶୀ ନିର୍ଭରତାକୁ ମୋଦିଜୀ ଶେଷ କରିଦେଇଛନ୍ତି। ମୋଦି ସରକାରଙ୍କ ପାଇଁ ଦେଶରେ ୭୫ ହଜାର ମେଡିକାଲ ସିଟ୍ ବୃଦ୍ଧି କରାଯିବ। ମୋଦିଜୀ ଯାହା ପ୍ରତିଶ୍ରୁତି ଦିଅନ୍ତି ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତି ବୋଲି ଶ୍ରୀ ସାମଲ କହିଛନ୍ତି।

ଗତ ୧୦୦ ଦିନରେ ୧୪ ଗୋଟି ଶ୍ରେଣୀ ପାଇଁ ୧୫ ଲକ୍ଷ କୋଟି ଟଙ୍କାର ଯୋଜନା ଶୁଭାରମ୍ଭ କରାଯାଇଛି। ବିଶେଷ ଭାବେ ଭିତିଭୂମି କ୍ଷେତ୍ରରେ ୩ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି। ମହାରାଷ୍ଟ୍ରର ବଧବାନଠାରେ ୭୬ ହଜାର କୋଟି ଟଙ୍କା ପୁଂଜି ବିନିମୟରେ ଏକ ମେଗା ପୋର୍ଟ ନିର୍ମାଣ କରାଯିବ। ଏହା ବିଶ୍ୱର ୧୦ଟି ପ୍ରମୁଖ ବନ୍ଦର ଭିତରେ ସାମିଲ ହେବ । ୪୯ ହଜାର କୋଟି ଟଙ୍କା ପୁଂଜି ବିନିମୟରେ ୨୫ ହଜାର ଗ୍ରାମକୁ ପକ୍କା ସଡକ ଦ୍ୱାରା ସଂଲଗ୍ନ କରାଯିବ।

୧୦୦ ଜଣ ବାସ କରୁଥିବା ଗ୍ରାମଗୁଡିକୁ ଏହି ଯୋଜନାରେ ସାମିଲ କରାଯିବ। ୫୦୬୦୦ କୋଟି ଟଙ୍କା ବିନିମୟରେ ବଡ ବଡ ସଡକଗୁଡିକୁ ଓସାର କରାଯିବ। ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ବ୍ୟାପକ ପୁଂଜି ନିବେଶ କରାଯିବ ଏବଂ ଓଡିଶାକୁ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଗ୍ରାଧିକାର ଦିଆଯାଇଛି। ଦେଶର ଅନେକ ସହରାଂଚଳରେ ନୂତନ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି।

ଅନ୍ତରୀକ୍ଷ ଷ୍ଟାର୍ଟ ଅପ୍ ଯୋଜନାରେ ୧୦୦୦ କୋଟି ଟଙ୍କାର ଉଦ୍ୟମ ପୁଂଜି (ଭେଂଚର କ୍ୟାପିଟାଲ) ବ୍ୟବସ୍ଥା କରାଯାଇଛି। ସେମି କଣ୍ଡକ୍ଟର ୟୁନିଟ ମଧ୍ୟ ସ୍ଥାପନା କରାଯାଇଛି ଏବଂ ଆଗାମୀ ୧୦ ବର୍ଷରେ ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ସେମି କଣ୍ଡକ୍ଟର ନିର୍ମାଣ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେବ। ସେହିପରି ବିପର୍ଯ୍ୟୟ ପ୍ରଶମନ ଓ ସାଇବର ଅପରାଧ ରୋକିବା କ୍ଷେତ୍ରରେ ଲୋକସଭାରେ ବିପର୍ଯ୍ୟୟ ପ୍ରଶମନ ଅଧିନିୟମ – ୨୦୨୪ କୁ ଉପସ୍ଥାପନ କରାଯାଇଛି। ଏହି ବାବଦରେ ୧୨ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।

ମୋଦିଜୀଙ୍କ ନେତୃତ୍ୱରେ ଓଡିଶାର ଗମନାଗମନ କ୍ଷେତ୍ରରେ ୧୫ ହଜାର କୋଟି ଟଙ୍କାର ୪ଟି ବୃହତ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଛି। ୬ ଲେନ ବିଶିଷ୍ଟ ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥ ପାଇଁ ୧୮ଶହ କୋଟି ଟଙ୍କା, ଚଣ୍ଡିଖୋଲ-ବଡବିଲ ଜାତୀୟ ରାଜପଥ ପାଇଁ ୧୦ ହଜାର କୋଟି, ୪ ଲେନ ବିଶିଷ୍ଟ ଖୋର୍ଦ୍ଧା-ନୟାଗଡ ଜାତୀୟ ରାଜପଥ ପାଇଁ ୧୧ ଶହ କୋଟି ଏବଂ ୪ ଲେନ ବିଶିଷ୍ଟ କେସିଙ୍ଗା – ଜୁନାଗଡ ଜାତୀୟ ରାଜପଥ ପାଇଁ ୧ ହଜାର କୋଟି ଟଙ୍କାକୁ ଅନୁମୋଦନ ମିଳିଛି।

ଏଥି ସହ ୨ ଲେନ ବିଶିଷ୍ଟ କୋରାପୁଟ-ପୋଡାମାରି ପ୍ରକଳ୍ପ ପାଇଁ ୨୫୦୦ କୋଟି ଟଙ୍କା, ସେତୁବନ୍ଧ ଯୋଜନାରେ ୨୫୦ କୋଟି, କେନ୍ଦ୍ରୀୟ ସଡକ ଓ ଭିତିଭୁମି ପାଣ୍ଠି ଅଧିନରେ ୫୦୦ କୋଟି ଏବଂ ରାଜ୍ୟରେ ଜାତୀୟ ରାଜପଥର ଉନ୍ନତି ପାଇଁ ୩୪୦୦ କୋଟି ଟଙ୍କା ମଂଜୁରୀ ମିଳିଛି।

ଆଗାମୀ ଦିନରେ ମୋଟୁ – ତିରିଙ୍ଗି ମଧ୍ୟରେ ଅଟଳ ଏକ୍ସପ୍ରେସ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଟଙ୍କାର ପଶ୍ଚିମ-ପୂର୍ବ ସଂଯୋଗୀକରଣ କରିଡର ସମେତ ଝାରସୁଗୁଡା – ବାଲେଶ୍ୱର, ନୂଆପଡା – ଅସ୍ତରଙ୍ଗ, ବୃନ୍ଦାବାହା – ଗୋପାଳପୁର, ସମ୍ବଲପୁର – ସାତଭାୟା ଜାତୀୟ ରାଜପଥ, ବ୍ରହ୍ମପୁର – ଜୟପୁର, ଜୟପୁର – ରାଉରକେଲା, ରାଉରକେଲା – ଜଳେଶ୍ୱର, ଜଳେଶ୍ୱର – ବ୍ରହ୍ମପୁର ଗ୍ରାଣ୍ଡ ରିଙ୍ଗ ରୋଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି। ଏହା ଏକ ଐତିହାସିକ ନିଷ୍ପତି ବୋଲି ଶ୍ରୀ ସାମଲ କହିଛନ୍ତି।

ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି। ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୮୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ଆର୍ଥୀକ ଅନୁଦାନ । ରାଜ୍ୟରେ ଶତ ପ୍ରତିଶତ ରେଳଲାଇନ ବିଦ୍ୟୁତ୍‌କରଣ ହୋଇସାରିଛି। ଆଉ ୫୯ଟି ଷ୍ଟେସନକୁ ଅମୃତ ଷ୍ଟେସନ ଭାବେ ବିକଶିତ କରାଯିବ। ବିଶେଷ ଭାବେ ଓଡିଶାକୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥୀକ ସହାୟତା ଦିଆଯିବାର ଚଳିତ ବଜେଟରେ ଘୋଷଣା କରାଯାଇଛି। ସେହିପରି କୃଷି, ଶକ୍ତି, ଟେକ୍ନୋଲୋଜି, ଶିଳ୍ପ, ଶିକ୍ଷା ଆଦି କ୍ଷେତ୍ରରେ ଓଡିଶା ଭଳି ରାଜ୍ୟ ସର୍ବାଧିକ ଲାଭାନ୍ୱିତ ହେବ।

ମୋଦି ଗ୍ୟାରେଂଟିକୁ ଓଡିଶା ସମେତ ସମଗ୍ର ଦେଶବାସୀ ଦେଖିଛନ୍ତି। ଓଡିଶାରେ ବର୍ତମାନ ବିଜେପିର ଡବଲ ଇଂଜିନ ସରକାର। ଓଡିଶାକୁ ସୁନାର ଓଡିଶା ଗଢି ତୋଳିବା ପାଇଁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ବିକଶିତ ଭାରତ ଆଡକୁ ଗୋଟିଏ ପାଦ ଅଗ୍ରସର। ବିକଶିତ ଭାରତ ଗଠନରେ ଓଡିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବ ବୋଲି ଶ୍ରୀ ସାମଲ କହିଛନ୍ତି।

ରାଜ୍ୟ ସରକାରଙ୍କ ସଫଳତା

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବାର ମାତ୍ର ୧୦୦ ଦିନ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି। ଭକ୍ତଙ୍କ ପାଇଁ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯାଇଛି। ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କା, ଓଡିଆ ଅସ୍ମିତା ପାଇଁ ୨୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯାଇଛି।ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ୪ ରୁ ୬ ଲକ୍ଷ ଟଙ୍କା ଓ ସ୍ୱାଭାବିକ ମୃତ୍ୟୁ ପାଇଁ ୨ ରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।

୮୦ ବର୍ଷ ବୟସ୍କ ଏବଂ ୮୦ ପ୍ରତିଶତ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ପେନସନ ବ୍ୟବସ୍ଥା କରିସାରିଛୁ। ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀ ଡ୍ରପଆଉଟ ହ୍ରାସ ପାଇଁ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୫୦୦୦ ଟଙ୍କା ବ୍ୟବସ୍ଥା କରାଯାଇଛି ।

ଲୋକସେବା ଭବନ ଏବଂ ବିଧାନସଭାକୁ ସାମ୍ବାଦିକଙ୍କ ପ୍ରବେଶ ପାଇଁ ନିଷ୍ପତି ନିଆଯାଇଛି । “ଆମ ସରକାର – ଲୋକଙ୍କ ସରକାର” ଜନଶୁଣାଣୀକୁ ଅଗ୍ରାଧିକାର ଦେଇଛି । କୃଷି କ୍ଷେତ୍ରରେ ଚଳିତ ବଜେଟ୍‌ରେ “ସିଏମ କିଶାନ ସମ୍ମାନ ଯୋଜନା”ରେ ୪୬ ଲକ୍ଷ ଚାଷୀଙ୍କୁ ୨୦୦୦ ଟଙ୍କାର ପ୍ରଥମ କିସ୍ତି ପ୍ରଦାନ କରାଯାଇଛି। ଚାଷୀମାନେ ଧାନ କ୍ୱିଂଇଟାଲ ପିଛା ଓଡିଶାରେ ୩୧ଶହ ଟଙ୍କା ପାଇବେ ନିଷ୍ପତି ହୋଇସାରିଛି। ଜଳସେଚନ ବ୍ୟବସ୍ଥାକୁ ସୁଦୃଢ କରାଯିବ।

ପ୍ରତ୍ୟେକ ସବଡିଭିଜନରେ ଶୀତଳ ଭଣ୍ଡାର କରାଯିବ। ଖାଲି ପଡିଥିବା ୧୬୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା ହୋଇଛି। ଠେଲା ଦୋକାନୀଙ୍କଠାରୁ ଆରମ୍ଭ କରି କ୍ଷୁଦ୍ର ବ୍ୟବସାୟୀ ଓ ଚାଷୀଙ୍କ ବିକାଶକୁ ଗୁରତ୍ୱ ଦିଆଯାଇଛି। ବହୁ ପ୍ରତିକ୍ଷିତ ସୁଭଦ୍ରା ଯୋଜନାକୁ ଗତ କାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଜ ଜନ୍ମଦିନରେ ଶୁଭାରମ୍ଭ କରିଛନ୍ତି ଏବଂ ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଯିବ।

୧୦୦ ଦିନର ସଂକଳ୍ପ ପତ୍ରରେ ଯେଉଁ ଯେଉଁ ନିଷ୍ପତି ନିଆଯାଇଛି ସେ ସବୁର କାର୍ଯ୍ୟାନ୍ୱୟନ ଆରମ୍ଭ ହୋଇସାରିଛି । କେନ୍ଦ୍ରସରକାରଙ୍କ ଅନୁଦାନକୁ ସଠିକ୍ ଭାବେ ବିନିଯୋଗ କରି ଦେଶ ଓ ରଜ୍ୟର ବିକାଶ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଓ ସତ୍ୟବ୍ରତ ପଣ୍ଡା, ଗଣମାଧ୍ୟମ ରାଜ୍ୟ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

100 Days BJP Government ବିଜେପି ସରକାର ମନମୋହନ ସାମଲ ମୋହନ ସରକାରର 100 ଦିନ ଶହେ ଦିନର ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Latest News

ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇଲା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’: ଧର୍ମେନ୍ଦ୍ର ପ୍ରଧାନ

August 4, 2025

ବଡବାହାଳ ଉଚ୍ଚ ପ୍ରାଥମିକ ସ୍କୁଲର ମୁଖ୍ୟ ଗେଟ୍ ରେ ତାଲା: ଧାରଣାରେ ସ୍କୁଲ କମିଟି ଓ ଗ୍ରାମବାସୀ

August 4, 2025

କାରରୁ ମିଳିଲା ଦକ୍ଷିଣ କୋରିଆର ଅଭିନେତା ସୋଙ୍ଗ ୟଙ୍ଗ-କ୍ୟୁଙ୍କ ମୃତଦେହ: କାରଣ ଅସ୍ପଷ୍ଟ

August 4, 2025

ଭାରତର ନେତୃତ୍ୱରେ ସାର୍କ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟଚାଷ ପ୍ରକଳ୍ପ: ଓଡ଼ିଆ ବୈଜ୍ଞାନିକଙ୍କ ଅଗ୍ରଣୀ ଭୂମିକା

August 4, 2025

ଚୂଡାନ୍ତ ରାଉଣ୍ଡ ନାମଲେଖା ପାଇଁ ଆଇଆଇଏମସି ପକ୍ଷରୁ ଆବେଦନ ଆହ୍ବାନ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.