Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ସରିଲା ନୁଆପଡା ଉପନିର୍ବାଚନ ପ୍ରଚାର, ଏବେ ଅନ୍ଧାରୀ ବିଜେ, ହେଲିକାପ୍ଟରରେ ଯିବେ ପୁଲିଂ ପାର୍ଟି
ନିର୍ବାଚନ ଖବର

ସରିଲା ନୁଆପଡା ଉପନିର୍ବାଚନ ପ୍ରଚାର, ଏବେ ଅନ୍ଧାରୀ ବିଜେ, ହେଲିକାପ୍ଟରରେ ଯିବେ ପୁଲିଂ ପାର୍ଟି

November 9, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସରିଲା ନୁଆପଡା ଉପନିର୍ବାଚନ
ସରିଲା ନୁଆପଡା ଉପନିର୍ବାଚନ ପ୍ରଚାର, ଏବେ ଅନ୍ଧାରୀ ବିଜେ, ହେଲିକାପ୍ଟରରେ ଯିବେ ପୁଲିଂ ପାର୍ଟି

ଭୁବନେଶ୍ବର: ଆଜି ଅପରାହ୍ନରେ ଶେଷ ହୋଇଛି ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର। ବେଶ କିଛି ଦିନ ଧରି ନୂଆପଡାରେ ଚାଲିଥିଲା ଘୋ..ଘା। ଏବେ ଆରମ୍ଭ ହେଲା ସାଇଲାଣ୍ଟ ପିରିୟଡ। ଭୋଟରଙ୍କୁ ଏହି ପିରିୟଡରେ କାହାକୁ ଭୋଟ ଦେବା ଉଚିତ ତାହା ଚିନ୍ତା କରିବେ। ଆସନ୍ତା ମଙ୍ଗଳବାର ଦିନ ସକାଳ ସାତଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ।

ଆଜି ଅପରାହ୍ନରୁ ସମସ୍ତ ବାହାର ନେତାଙ୍କୁ ନୂଆପଡା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ବିଭିନ୍ନ ଦଳର ନେତା ନୂଆପଡା ଜିଲ୍ଲା ଛାଡି ନିକଟ ଜିଲ୍ଲାରେ ଆଶ୍ରୟ ନେଇଥିବାର ଜଣାପଡିଛି। ତେବେ ବର୍ତ୍ତମାନ ପ୍ରଚାର ସରିଛି ସତ ହେଲେ ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନେତାଙ୍କ ଅନ୍ଧାରୀ ବିଜେ ହେବ। ଅର୍ଥାତ ନେତାମାନେ ଲୁଚିଛପି ଭୋଟରଙ୍କୁ ବିଭିନ୍ନ ପ୍ରଲଭୋନ ଦେଖାଇବା ପାଇଁ ଚେଷ୍ଠା କରିବେ।

ତେବେ ପ୍ରଚାର ସରିବା ପରେ ନୂଆପଡାରେ ସୁରକ୍ଷା କଡାକଡି କରାଯାଇଛି। ଯେପରି କୌଣସି ସ୍ଥାନରେ ଅପ୍ରିତିକର ପରିସ୍ଥିତ ନ ଘଟେ ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବନ୍ଦୋବସ୍ତ କରାଯାଇଛି। ମଙ୍ଗଳବାର ଦିନ ଭୋଟ ଗ୍ରହଣ ହେବ। ସେଥିପାଇଁ ଆସନ୍ତାକାଲି ସୋମବାରରେ ସମସ୍ତ ବୁଥକୁ ପୁଲିଂ ପାର୍ଟିଙ୍କୁ ପଠାଯିବ ବୋଲି ନିଷ୍ପତି କରାଯାଇଛି।

ନିର୍ବାଚନ ଅଧିକାରୀ ଅଫିସ ଅନୁସାରେ ନୂଆପଡା ଉପନିର୍ବାଚନ ପାଇଁ ଇଭିଏମ ଗୁଡିକ ଯାଞ୍ଚ ସରିଛି। ପୁଲିଂ ପାର୍ଟି ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ନୂଆପଡାରେ ଆଠଟି ବୁଥ ଉତ୍ତେଜନା ପ୍ରବଣ ଥିବାରୁ ସେଠାକୁ ସ୍ବତନ୍ତ୍ର ହେଲିକାପ୍ଟରରେ ପୁଲିଂ ପାର୍ଟି ପଠାଯିବ ବୋଲି ନିଷ୍ପତି କରାଯାଇଛି। ଭୋଟ ଗ୍ରହଣ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଚାଲିବ। ହେଲେ ଉତ୍ତେଜନା ପ୍ରବଣ ବୁଥରେ ଏହା ଅପରାହ୍ନ ଚାରିଟାରେ ଶେଷ କରାଯିବ। ନୂଆପଡାରେ ପ୍ରାୟ ଅଢେଇ ଲକ୍ଷ ଭୋଟର ସେମାନଙ୍କ ବିଧାୟକଙ୍କୁ ବାଛିବେ।

IAF Marks 93 Years with Stunning Air Show in Assam ( Click Here to Read)

Nuapada Byelection ନୂଆପଡା ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

January 16, 2026
Latest News

ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ-୨୦୨୬କୁ ସମ୍ବୋଧିତ କଲେ ଅମିତ ଶାହ

January 16, 2026

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026

ଆଇଆଇଏମସି ଢେଙ୍କାନାଳ ପକ୍ଷରୁ ଦୁଇଟି ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଘୋଷଣା

January 16, 2026

ନୂତନ ବିହନ ଆଇନ ସଂକ୍ରାନ୍ତରେ ସୂଚନା ପ୍ରଦାନ କଲେ କେନ୍ଦ୍ର କୃଷିମନ୍ତ୍ରୀ

January 16, 2026

ଏବେ ବ୍ୟାଟସମ୍ୟାନ କରିବେ ନାହିଁ ଫିଲ୍ଡିଂ!: ବଦଳିଯିବ ଲିଗ୍ କ୍ରିକେଟର ଦୃଶ୍ୟପଟ

January 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.