Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?
ନିର୍ବାଚନ ଖବର

ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରାର୍ଥୀଙ୍କ ଛାତି ଧଡଧଡ, ଜାଣନ୍ତୁ କାହାର ଆକଳନ କେତେ?

November 13, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ନୂଆପଡା ଫଳାଫଳ
ନୂଆପଡା ନିର୍ବାଚନ: ପ୍ରାରମ୍ଭିକ ଗଣତିରେ ବିଜେପି ଆଗୁଆ, ଜାଣନ୍ତୁ ଅନ୍ୟ ଦଳର ସ୍ଥିତି

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ନୂଆପଡା ନିର୍ବାଚନର ଫଳାଫଳ। ପ୍ରାୟ ଦିନ ତିନିଟାରେ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ। ତେବେ ଆସନ୍ତାକାଲି ଗଣତି ହେବାକୁ ଥିବାରୁ ବର୍ତ୍ତମାନ ତିନି ଦଳର ତିନି ପ୍ରାର୍ଥୀଙ୍କ ଛାତି ଧଡଧଡ ହେବାରେ ଲାଗିଛି। କେତେବେଳେ ସକାଳ ପାଇବ, ଗଣତି ଆରମ୍ଭ ହେବ ସେ ନେଇ ଆଶା ଓ ଆଶଙ୍କା ମଧ୍ୟରେ  ଅଛନ୍ତି ପ୍ରାର୍ଥୀ ଓ ନେତା।

ତେବେ ଫଳାଫଳ ପୂର୍ବରୁ ଚିନି ପ୍ରମୁଖ ଦଳ ସେମାନଙ୍କ ହିସାବ କିତାବ କରିସାରିଲେଣି। କିଏ କେତେ ଭୋଟରେ ଜିତିବ ତାହାର ଏକ ଆକଳନ କରିସାରିଲେଣି। ତିନିଦଳର ଆକଳନକୁ ମିଶାଇ ଯଦି ଆଉ ଏକ ଆକଳନ ବାହାର କରାଯାଏ ତେବେ ତାହା ସ୍ପଷ୍ଟ ହେବ ଯେ, ଯିଏ ଜିତିବ ସେ ପ୍ରାୟ 10 ରୁ 15 ହଜାର ବ୍ୟବଧାନରେ ଜିତିବ। ବିଜେଡି ସରକାରରେ ଥିବା ବେଳେ ଯେପରି ଉପନିର୍ବାଚନଗୁଡିକରେ 50 ହଜାର ଉପରେ ପ୍ରାର୍ଥୀମାନେ ଜିତୁଥିଲେ ତାହା ନୂଆପଡାରେ ପରିଲକ୍ଷିତ ହେବ ନାହିଁ।

ବିଜେଡି ନେତ୍ରୀ ତଥା ବିଧାୟକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ 10 ହଜାର ଭୋଟ ବ୍ୟବଧାନରେ ବିଜୟଲାଭ କରିବେ। ହେଲେ ସେ କହିବା କଥା ଯେ, ଯଦି ଭୋଟ ଗ୍ରହଣ ଠିକ ଭାବରେ କରାଯାଇଥିବ ତେବେ ବିଜେଡି ନିଶ୍ଚିତ ଜିତିବ। ଅର୍ଥାତ ପ୍ରମିଳାଙ୍କ ଇଭିଏମ ଉପରେ ସନ୍ଦେହ ରହିଛି। ସେ କହିଛନ୍ତି ଯେ, କେତେକ ବୁଥରେ ଯାହା ଟିପିଲେ ସେଠାରେ ବିଜେପିକୁ ଭୋଟ ଯାଉଥିଲା। ତେଣୁ ଭୋଟ ଗଡବଡ ହୋଇଥିବାର ଆଶଙ୍କା ରହିଛି।

ସେହିପରି କଂଗ୍ରେସ ନିଜର ଫଳାଫଳ କଣ ହେବ ସେ ନେଇ ଜୋର କରି କେହି କହି ପାରୁ ନାହାଁନ୍ତି। ତେବେ କେତେକ ନେତା ସେମାନଙ୍କର ଆକଳନ କରି ନିଜର ମତ ଦେଇଛନ୍ତି। ସେମାନେ କହିଛନ୍ତି ଯେ, ଘାସିରାମ ମାଝୀ ବିଜେପିଠାରୁ ଦଶ ହଜାର ଭୋଟରେ ବିଜୟ ଲାଭ କରିବ। ତେବେ କଂଗ୍ରେସର ଟାଣୁଆ ନେତା ଏପରି ଆକଳନ ନେଇ ଚୁପ ରହିଛନ୍ତି। ସେମାନେ କଂଗ୍ରେସ ପ୍ରତି ଏକ ଅଣ୍ଡର କରେଣ୍ଟ ପ୍ରବାହିତ ହେବ ବୋଲି ଆଶା ବାନ୍ଧି ବସିଛନ୍ତି।

ସବୁଠାରୁ ଉତ୍ସାହିତ ହୋଇ ରହିଛି ବିଜେପି। ସେମାନେ ପ୍ରାୟ ଜିତି ସାରିଛନ୍ତି ବୋଲି ତାଙ୍କ ହାବଭବରୁ ସ୍ପଷ୍ଟ ହୋଇଛି। ବିଜେପିର କିଏ 10, କିଏ 25, କିଏ 50 ହଜାର ଭୋଟ ବ୍ୟବଧାନରେ ଜୟ ଢୋଲକିଆ ବିଜୟଲଭା କରିବେ ବୋଲି ଆକଳନ କରିସାରିଛନ୍ତି। ତେବେ ରାଜନୈତିକ ବିଶେଷଜ୍ଞ ମତରେ ଯିଏ ବି ଜିତିଲେ ସେମାନଙ୍କର ବ୍ୟବଧାନ 10 ହଜାର ଭିତରେ ରହିବ।

Rail Trade Connectivity: India and Nepal Ink Trade Boost Agreement (Read More)

Nuapada Byelection Vote Counting ଉପନିର୍ବାଚନ ଗଣତି ନୂଆପଡା ଉପନିର୍ବାଚନ ନୂଆପଡା ଫଳାଫଳ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଉତ୍କଳ ଦିବସ -୨୦୨୬ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.