ନୂଆଦିଲ୍ଲୀ: ପ୍ରମାଣ ନଷ୍ଟ କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ କେରଳ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଆଣ୍ଟୋନି ରାଜୁ ବିଧାନସଭାରେ ତାଙ୍କର ସଦସ୍ୟତା ହରାଇବେ। କୋର୍ଟ ରାୟକପି ମିଳିବା ପରେ ବିଧାନସଭା ସଚିବାଳୟ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରିବ।
ନେଦୁମଙ୍ଗଡ ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ କୋର୍ଟ ଗତକାଲି ଆଣ୍ଟୋନି ରାଜୁଙ୍କୁ ତିନି ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କୁ ଆଗାମୀ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ମଧ୍ୟ ନିଷେଧ କରାଯାଇଛି।
ତଥାପି, କୋର୍ଟ ତାଙ୍କ ଆବେଦନର ଶେଷ ନହେବା ପର୍ଯ୍ୟନ୍ତ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତାଙ୍କର ଦଣ୍ଡ ସାତ ବର୍ଷରୁ କମ୍ ଥିବାରୁ ଏହି ଜାମିନ ପ୍ରଦାନ କରାଯାଇଛି। 34 ବର୍ଷ ପୂର୍ବେ ଘଟିଥିବା ଏକ ଘଟଣାର ସହିତ ଜଡିତ ଏକ ଘଟଣାକୁ ନେଇ ସେ ଦଣ୍ଡିତ ହୋଇଛନ୍ତି। ଏହି ମାମଲରେ ଆଣ୍ଟୋନି ରାଜୁ ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗିରଫ ହୋଇଥିବା ଜଣେ ଅଷ୍ଟ୍ରେଲିୟ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଠା କରିଥିଲେ। ସେଥିରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ତିନିବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି।


