Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଏଫ୍ଏଫ୍ଆଇ ୫୨ ଭାରତୀୟ ପାନୋରାମା ଅନୁଭାଗ ଉଦ୍‌ଘାଟିତ
ଆଜିର ଖବର

ଆଇଏଫ୍ଏଫ୍ଆଇ ୫୨ ଭାରତୀୟ ପାନୋରାମା ଅନୁଭାଗ ଉଦ୍‌ଘାଟିତ

November 21, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ସିଂ ଠାକୁର ଏହାକୁ ଉଦ୍‌ଘାଟନ କରିଥିବାବେଳେ ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ମଧ୍ୟ ଏଥିରେ ଉପସ୍ଥିତ ଥିଲେ।

ଚଳିତବର୍ଷ ଭାରତୀୟ ପାନୋରାମା ୨୦୨୧ରେ ୨୪ଟି ପୂର୍ଣ୍ଣାଙ୍ଗ ଓ ୨୦ଟି ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସମ୍ପର୍କରେ ଦର୍ଶକଙ୍କୁ ସୂଚନା ଦିଆଯାଇଥିଲା। ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କେନ୍ଦ୍ରମନ୍ତ୍ରୀଙ୍କ ସହ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସେମଖୋର ଓ ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଭେଦ-ଦିବ୍ୟଦ୍ରଷ୍ଟାର ନିର୍ମାତା, ଅଭିନେତା ଓ ସହାୟକ ଷ୍ଟାଫଙ୍କୁ ଅଂଶଗ୍ରହଣ  ପାଇଁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧତ କରିଥିଲେ।

ଚଳଚ୍ଚିତ୍ର ନିର୍ମାଣକାରୀଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ “ ଦେଶର ଅତ୍ୟନ୍ତ ଦୁର୍ଗମ ସ୍ଥାନରୁ ଆପଣମାନେ ବହୁ କଷ୍ଟ ସ୍ୱୀକାର କରି ଚଳଚ୍ଚିତ୍ର କାହାଣୀ ସଂଗ୍ରହ ପାଇଁ ଉଦ୍ୟମ କରିଛନ୍ତି। ବିଷୟବସ୍ତୁ ହେଉଛି ରାଜା ଓ ଆପଣମାନେ ଯଦି ସଠିକ୍ ବିଷୟବସ୍ତୁ ବାଛିଛନ୍ତି ତେବେ ତାହା କେବଳ ଜାତୀୟ ନୁହଁ, ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ । ଆମ ମଧ୍ୟରେ ମେଧା ରହିଛି ଓ ଆପଣମାନଙ୍କ ସାହାଯ୍ୟରେ ଆମେ  ଆଇଏଫ୍ଏଫ୍ଆଇକୁ ଏକ ନୂତନ ଶିଖରରେ ପହଞ୍ଚାଇବ ପାରିବା। ଗୋଆ ବେଳାଭୂମିକୁ  ଆଇଏଫ୍ଏଫ୍ଆକୁ ଆଣିପାରିଥିବା ସ୍ୱର୍ଗତ ମନୋହର ପାରିକରଙ୍କୁ ମଧ୍ୟ ସେ ମନେ ପକାଇଥିଲେ । ସେ ଆହୁରି କହିଥିଲେ ଯେ “ ଆଗରୁ ଆମେ ଦେଖିଥିଲୁ ଯେ କେବଳ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନୀତ କରାଯାଉଛି । କିନ୍ତୁ ଆଜି ଆମେ ବୈଷୟିକ କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତି, ପ୍ରଚ୍ଛଦ ପଟରେ ରହି ଯେଉଁମାନେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ କରିବାରେ ସହାୟକ ହୁଅନ୍ତି ସେମାନଙ୍କୁ ମଧ୍ୟ ସମ୍ମାନୀତ କରୁଛୁ।” ସେ ମଧ୍ୟ ଆନ୍ତର୍ଜାତୀୟ ନିର୍ମାତାମାନଙ୍କୁ ଭାରତ ଆସି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ।

ଏହି ଅବସରରେ ସମବେତ ବ୍ୟକ୍ତିଙ୍କୁ ଉଦ୍‌ବୋଧନ ଦେଇ ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କହିଥିଲେ ଯେ “ମୁଁ ଜଣେ ଚଳଚ୍ଚିତ୍ର ସମାଲୋଚକ ବା ଚଳଚ୍ଚିତ୍ରରେ ଏକାନ୍ତ ଭକ୍ତ ନୁହଁ, ମାତ୍ର ସବୁବେଳେ ମୁଁ ଭାରତୀୟ ପାନୋରାମା ଆମ ସମାଜରେ ଚଳଚ୍ଚିତ୍ର ପ୍ରଭାବ କିପରି ପ୍ରତିଫଳିତ ହୁଏ ତାହା ଦେଖିଥାଏ। ମୁଁ ଗର୍ବର ସହ ଏତିକି କହିପାରେ ଯେ ଭାରତୀୟ ଚଳଚ୍ଚିତ୍ର ଅତି ସୁନ୍ଦର ଭାବେ ଆମ ସମାଜର ଆକାଂକ୍ଷା, ଆବଶ୍ୟକତା ଓ ସଂଘର୍ଷକୁ ଚିତ୍ରଣ କରିଥାଏ।

ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଶ୍ରେଣୀରେ ଭାରତୀୟ ପାନୋରାମା ଅନୁଭାଗରେ ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ସେମଖୋର ଡିମ୍‌ଶା ଭାଷାର ପ୍ରଥମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ରକୁ ସ୍ୱୀକୃତି ଦେଇ ସମ୍ମାନୀତ କରିଥିବାରୁ ଏହାର ନିର୍ଦ୍ଦେଶିକା ଆମି ବରୁଆ ଓୠୠଓ କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଆସାମର ଡିମ୍‌ଶା ଗୋଷ୍ଠୀର ଲୋକଙ୍କ ସଂଘର୍ଷର କାହାଣୀ ଏଥିରେ ପ୍ରତିଫଳିତ ବୋଲି ସେ କହିଛନ୍ତି।

ଅଣ ପୂର୍ଣ୍ଣାଙ୍ଗ ଶ୍ରେଣୀରେ ଉଦ୍‌ଘାଟନୀ ଚଳଚ୍ଚିତ୍ର ଭେଦ-(ଦିବ୍ୟଦ୍ରଷ୍ଟ୍ରା)ର ନିର୍ଦ୍ଦେଶକ ରାଜୀବ ପ୍ରକାଶ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାଣରେ ମୋ ବାପାଙ୍କ  ନମନିୟତା ଓ ସଂଘର୍ଷର କାହାଣୀ ଦର୍ଶାଯାଇଛି। ଚଳଚ୍ଚିତ ଇତିହାସରେ ଏଥିରେ କରାଯାଇଥିବା ପ୍ରୟାସ ଗଭୀର ଛାପ ପକାଇବ।

ପୂର୍ଣ୍ଣାଙ୍ଗ ଓ ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଜୁରୀମାନଙ୍କୁ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଭାରତୀୟ ପାନୋରାମା ଆଇଏଫ୍ଏଫ୍ଆଇକୁ ଅଧୀନରେ ଏକ ଫ୍ଲାଗସିପ୍ ଅଂଶ ଯାହା ଜରିଆରେ ଚଳଚ୍ଚିତ୍ରକଳା ପାଇଁ ସାମ୍ପ୍ରତିକ ଚଳଚ୍ଚିତ୍ରଗୁଡିକୁ ବଛାଯାଇଥାଏ। ଭାରତୀୟ ସମୃଦ୍ଧ ସଂସ୍କୃତି, ସିନେମାକଳା ଓ ଭାରତୀୟ ସିନେମାକୁ ପ୍ରୋତ୍ସାହନ ପାଇଁ ୧୯୭୮ ମସିହାରେ ଆଇଏଫ୍ଏଫ୍ଆଇକୁ ଅଧୀନରେ ଏହାକୁ ପ୍ରବର୍ତ୍ତନ କରାଯାଇଥିଲା।

ଭାରତୀୟ ପାନୋରାମାରେ ଉଦ୍‌ଘାଟନୀ ଚଳଚ୍ଚିତ୍ର

ସେମଖୋର-ସେମଖୋରର ଡିରୋ ହେଉଛି ସେମସା ଗୋଷ୍ଠୀର ଲୋକ। ଡିରୋର  ମୃତ୍ୟୁ ପରେ ସହକାରୀ ଧାଈଭାବେ କାମ କରୁଥିବା ଡିରୋର ସ୍ତ୍ରୀ ତାର ତିନିଟି ପିଲାଙ୍କୁ ଲାଲନପାଳନ କରେ। ତାର ଏକମାତ୍ର ଝିଅ ମୁରୀକୁ ଯେତେବେଳେ ମାତ୍ର ୧୧ବର୍ଷ, ତାର ଦିନାର ସହ ବିବାହ ହୋଇଯାଏ। ଗୋଟିଏ ଝିଅକୁ ଜନ୍ମ ଦେଇ ମୁରୀ ପ୍ରାଣତ୍ୟାଗ କରେ। ସେମଖୋରର ପରମ୍ପରା ଅନୁସାରେ ପିଲା ଜନ୍ମ ସମୟରେ ମହିଳାର ମୃତ୍ୟୁ ହେଲେ ଜନ୍ମିତ ଶିଶୁକୁ ତାର ମାଆ ସହ ଜିଅନ୍ତା ଦାହ ସଂସ୍କାର କରାଯାଏ। ମାତ୍ର ଡିରୋ ସ୍ତ୍ରୀ ମୁରୀର ଛୁଆକୁ ସୁରକ୍ଷା ଦେଇ ସେମଖୋରରେ ଏକ ନୂତନ ପରମ୍ପରା ସୃଷ୍ଟି କରିଛି।

ଭେଦ-(ଦିବ୍ୟଦ୍ରଷ୍ଟ୍ରା) ଏହି ଚଳଚ୍ଚିତ୍ର ପ୍ରସ୍ତୁତକର୍ତ୍ତା ବେଦ ପ୍ରକାଶ ଓ ୧୯୩୯-୧୯୭୫ ମଧ୍ୟରେ ଚଳଚ୍ଚିତ୍ର ନିର୍ମାଣ ଜୀବନଯାତ୍ରା କାହାଣୀ ଉପରେ ଆଧାରିତ ହୋଇଛି । ତାଙ୍କର ଅସାଧାରଣ କାର୍ଯ୍ୟ ମଧ୍ୟରେ ରହିଛି ୧୯୪୮ ଜାନୁୟାରୀରେ ମହାତ୍ମାଗାନ୍ଧୀଙ୍କ ଅନ୍ତିମ ଯାତ୍ରା ଯାହା ୧୯୪୯ ମସିହାର ବ୍ରିଟିଶ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିଲା, କ୍ଷମତା ହସ୍ତାନ୍ତର ଯେତେବେଳେ ଭାରତ ସ୍ୱାଧୀନ ହେଲା, ଦେଶ ବିଭାଜନର ଦୁଃଖ ଇତ୍ୟାଦି।

Share. Facebook Twitter LinkedIn Email WhatsApp Copy Link

Related Posts

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025
Latest News

କଳାହାଣ୍ଡି: ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ

August 25, 2025

ଓଡ଼ିଆ ଭାଷା ସାହିତ୍ୟକୁ ଉଜ୍ଜୀବିତ କରି ରଖିବାରେ ଶିଶୁସାହିତ୍ୟର ଭୂମିକା ଅତୁଳନୀୟ

August 25, 2025

ଓୟୁଏଟି ର ୬୪ତମ ପ୍ରତିଷ୍ଠା ଦିବସ

August 25, 2025

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ତାରିଖ ସୋମବାରରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2025

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.