
ଭୁବନେଶ୍ବର: ମୁନ୍ ଟିଭି ମୁଭିଜ ପକ୍ଷରୁ ଘୋଷିତ ଦଶଟି ଓଡ଼ିଆ ଚଳଚ୍ଚିତ୍ର ମଧ୍ୟରୁ ପ୍ରଥମ ଚଳଚ୍ଚିତ୍ର ‘ତୁ ସେଇ ନୀଳାନୟନା’, ସମ୍ବିତ ଓ ଲିପିକା,”ଲଭ୍ ୪୨୦” ରେ ଜ୍ୟୋତି ଓ ଶୀତଲର ସୁଟିଂ ସରିବା ପରେ ଆଉ ଏକ ନୂଆ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଲଭ୍ ଇମ୍ପସିବଲ୍” ଅଭିନେତ୍ରୀ ପୁନମ୍ ଓ ନବାଗତ ନାୟକ ରୋହନ୍ ଙ୍କୁ ନେଇ ସୁଟିଂ ଡିସେମ୍ବର ୧୦ରୁ ଆରମ୍ଭ ହୋଇ ଯାଇଛି। ସେହି “ଲଭ ଇମ୍ପସିବୁଲ” ନୂଆ ଓଡ଼ିଆ ଚଳଚ୍ଚିତ୍ର ଭୁବନେଶ୍ୱରସ୍ଥିତ ବରମୁଣ୍ଡା ସାଇ ମନ୍ଦିର ରେ ମହୁରତ ପରେ ସୁଟିଂ ଆରମ୍ଭ ହୋଇଥିଲା।
ଏହାର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ତ୍ରିପତି ସାହୁ। ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ପ୍ରତେକ୍ଷ୍ୟ ତତ୍ତ୍ଵାବଧାନରେ ସୁଟିଂ କାମ ଧୁମ୍ ଧାମରେ ଚାଲିଛି। ତେବେ ସଂଳାପ ରଚନା ଓଡ଼ିଶାର ଆଗଧାଡିର ସଂଳାପକାର ଡ. ରଜନୀ ରଞ୍ଜନ ଲେଖିଥିବା ବେଳେ , ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ସୁପର ଡୁପର ସଂଗୀତ ନିର୍ଦ୍ଦେଶନା ଦେଇଥିବା ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କ୍ୟାମେରା ପରିଚାଳନା କରୁଛନ୍ତି ସୁନାମଧନ୍ୟ ଓ ୫୦ ରୁ ଅଧିକ ଚଳଚ୍ଚିତ୍ର ରେ କ୍ୟାମେରା ପରିଚାଳନା କରିଥିବା କ୍ୟାମେରାମ୍ୟାନ୍ ଅଜିତ୍ ଓ ୧୫୦ ରୁ ଅଧିକ ଚଳଚ୍ଚିତ୍ରର ପ୍ରଚାର ପ୍ରସାର କରିଥିବା କ୍ରିଏଟିଭ ନିର୍ଦ୍ଦେଶକ ପ୍ରଣୟ ଜେଠୀ ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ପ୍ରଯୋଜନା ସଂସ୍ଥା ମୁନ୍ଟିଭି ମୁଭିଜ୍ ତରଫରୁ ପ୍ରକାଶ।