
ଭୁବନେଶ୍ବର: ମୁନ ଟିଭି ମୁଭିଜ୍ ର ନୂଆ ଓଡ଼ିଆ ଚଳଚ୍ଚିତ୍ର ଲଭ୍ ଇମ୍ପସିବଲ୍ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଜୋରଦାର ସୁଟିଂ ଚାଲିଛି। ୧୦ଟି ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଭେଟି ଦେବାର ପ୍ରତିଶୃତି ଦେଇ ଆରମ୍ଭ କରିଥିଲେ ମୁନ୍ ଟିଭି ମୁଭିଜ୍ ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ। ଏବେ ତୃତୀୟ ଚଳଚ୍ଚିତ୍ରର ସୁଟିଂ ସାରି ଚତୁର୍ଥ ଚଳଚ୍ଚିତ୍ର ଲଭ୍ ଇମ୍ପସିବଲ୍ ର ସୁଟିଂ ନବାଗତ ଅଭିନେତା ରୋହନ଼ ଓ ଅଭିନେତ୍ରୀ ପୁନମ଼ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ସୁଟିଂ ଚାଲିଛି।
ଚଳଚ୍ଚିତ୍ର ର ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୈଦ୍ୟନାଥ ଦାଶ। ସଂଳାପ ରଚନା କରିଛନ୍ତି ଡଃ ରଜନୀରଞ୍ଜନ। ନୃତ୍ୟ ନିର୍ଦ୍ଦେଶକ ଅଛନ୍ତି ସୁଧାକର ବସନ୍ତ। କ୍ୟାମେରା ପରିଚାଳନା କରୁଛନ୍ତି ଅଜିତ୍। ଗୀତ ଗୁଡ଼ିକ ଅତି ଶୃତି ମଧୂର ହୋଇଥିଲା ବେଳେ ଗୀତ ଗୁଡ଼ିକ ସୁଟିଂ ଭୁବନେଶ୍ୱର , କୋରାପୁଟ, କୋଣାର୍କ, ଚିଲିକା ରେ ହେବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।
ଚଳଚ୍ଚିତ୍ର ଟି ଭାଲେନ୍ ଟାଇନ଼ ଡେ ରେ ଶୁଭମୁକ୍ତି କରିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ ପ୍ରକାଶ।