Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍‌-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କଲେ ସୋଆ ଆସିଷ୍ଟାଂଟ ପ୍ରଫେସର
ଆଜିର ଖବର

“ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍‌-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କଲେ ସୋଆ ଆସିଷ୍ଟାଂଟ ପ୍ରଫେସର

December 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: “ମିସେସ୍ ଇଣ୍ଡିଆ ୱାନ୍ ଇନ୍ ମିଲିୟନ୍‌-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର ଆସିଷ୍ଟାଂଟ ପ୍ରଫେସର ମନୀଷା ପ୍ରହରାଜ। ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏକମାତ୍ର ପ୍ରତିଯୋଗୀ ମନୀଷା ଏହି ସଫଳତା ସାଉଁଟିଛନ୍ତି।

ନୂଆଦିଲ୍ଲୀର ଏକ ତାରକା ହୋଟେଲ୍‌ରେ ଚାରି ଦିନ ବ୍ୟାପୀ ଚାଲିଥିବା ଜାତୀୟ ସ୍ତରୀୟ ଏହି ସୁନ୍ଦରୀ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୭୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଗତ ଡିସେମ୍ବର ୨୪ ତାରିଖ ଦିନ ଏହାର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଥିଲା ବେଳେ ଶ୍ରେଷ୍ଠ ୮ ଜଣ ପ୍ରତିଯୋଗୀ ଫାଇନାଲ୍ ରାଉଣ୍ଡକୁ ମନୋନୀତ ହୋଇଥିଲେ।

ଏହି ଅବସରରେ ଶ୍ରୀମତି ପ୍ରହରାଜ ଏହି ୮ ଜଣଙ୍କ ମଧ୍ୟରେ ରହିଥିବା ବେଳେ “ମିସେସ୍ ଇଣ୍ଡିଆ ୱାନ୍ ଇନ୍‌ ମିଲିୟନ୍‌-ଓଡ଼ିଶା ୨୦୨୧” ଟାଇଟଲ୍ ହାସଲ କରି ସୋଆ ପାଇଁ ଗୌରବ ଅର୍ଜନ କରିଛନ୍ତି।

ସେହିପରି ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗି ୍ରକଲ୍‌ଚରାଲ୍ ସାଇନ୍‌ସେସ୍‌ର ବିଏସ୍‌ସି (ଏଗ୍ରିକଲ୍‌ଚର) ବିଭାଗର ତୃତୀୟ ବର୍ଷର ଛାତ୍ର ଶ୍ରୀ ଅସିତ କୁମାର ସାମଲ୍  ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଥିବା “ମିସ୍ ଆଣ୍ଡ ମିଷ୍ଟର ଓଡିଶା ୨୦୨୧” ରେ ମିଷ୍ଟର ଓଡ଼ିଶା ଟାଇଟଲ୍ ହାସଲ କରିଛନ୍ତି।

ଗତ ଜାନୁଆରୀ ୨୦୨୧ରୁ ଏହି ପ୍ରତିଯୋଗିତା ଆରମ୍ଭ କରାଯାଇଥିବା ବେଳେ ଓଡ଼ିଶାର ୧୨ଟି ଜିଲ୍ଲାରେ ଅଡିସନ୍ କରାଯାଇଥିଲା। ଗତ ମାର୍ଚ୍ଚ ମାସରେ ଏହାର ସେମିଫାଇନାଲ୍ ରାଉଣ୍ଡ ଅନ୍‌ଲାଇନ୍‌ରେ କରାଯାଇଥିବା ବେଳେ ଗତ ଡିସେମ୍ବର ୨୫ ତାରିଖରେ ଭୁବନେଶ୍ୱର ଠାରେ ଏହାର ଗ୍ରାଣ୍ଡ ଫିନାଲେ ଆୟୋଜନ କରାଯାଇଥିଲା।

ଏହି ପ୍ରକ୍ରିୟାରେ ୨୪ ଜଣ ପୁଅ ଓ ଝିଅ ଫାଇନାଲକୁ ଉନ୍ନୀତ ହୋଇଥିଲେ। ଫାଇନାଲରେ ମିଷ୍ଟର୍‌ ଓଡିଶାର ଟାଇଟଲ୍ ଜିତିଥିଲେ ଅସିତ୍।

ଏହି କାର୍ଯ୍ୟକ୍ରମରେ ଅତିଥି ତଥା ବିଚାରକ ଭାବେ ବିଗ୍ରେଡିୟର ବି. ପି. ପଟ୍ଟନାୟକ, ସିନେ ଅଭିନେତ୍ରୀ ତମ୍ମନା ବ୍ୟାସ, ଅଭିନେତା ପୁଷ୍ପକ, ସମାଜସେବୀ ରାକେଶ କୁମାର ସାହୁ, ସସ୍ମିତା ଦାସ ଓ ଇକୋ ପ୍ଲାଜାର ଅଧ୍ୟକ୍ଷ ସ୍ମୃତି ଶ୍ୱେତା ଦାସ ଯୋଗ ଦେଇ ବିଜେତା ଚୟନ କରିଥିଲେ। ଆୟୋଜକଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ହେବ ବୋଲି ସୂଚନା ଦିଆଯାଇଛି।

ଟାଇଟଲ୍ ହାସଲ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.