Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୌରଭ ଗାଙ୍ଗୁଲିଙ୍କ ସହ ଅନୁଭବ କରିବେ “ଦାଦାଗିରି” ହୃଦୟରୁ
ଆଜିର ଖବର

ସୌରଭ ଗାଙ୍ଗୁଲିଙ୍କ ସହ ଅନୁଭବ କରିବେ “ଦାଦାଗିରି” ହୃଦୟରୁ

February 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସମସ୍ତଙ୍କ ପ୍ରିୟ କ୍ରିକେଟିୟର ତଥା ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏଥର ଓଡ଼ିଆ ଟେଲି ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଆସିବେ। ସେ ଜୀ ସାର୍ଥକ ଓଡ଼ିଆର ସବୁଠାରୁ ବ୍ୟୟ ବହୁଳ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି”କୁ ଆସିବେ।

ସୌରଭ ଗାଙ୍ଗୁଲି ଯେକି ଜି ବଙ୍ଗଳାରେ ପ୍ରସାରିତ ସବୁଠାରୁ ଲୋକପ୍ରିୟ ମେଗା ରିଅଲିଟି ଗେମ୍ ସୋ “ଦାଦାଗିରି” ର ପରିଚାଳକ। ସେ ବିଗତ ୯ ବର୍ଷଧରି “ଦାଦାଗିରି” ଧାରାବାହିକକୁ ସଂଚାଳନା କରି ଆସୁଛନ୍ତି। ଏଥର ଓଡ଼ିଶାର ଜୀ ସାର୍ଥକ ଚ୍ୟାନେଲରେ ଚାଲୁଥିବା ଧାରାବାହିକ “ଦାଦାଗିରି” ର ସ୍ବତନ୍ତ୍ର ଅଧ୍ୟାୟରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଛନ୍ତି। “ଦାଦାଗିରି” ର ଏହି ସପ୍ତମ ଅଧ୍ୟାୟ ଆସନ୍ତା ଶନିବାର ଫେବୃଆରୀ ୫ ରାତି ୯ ଟାରେ ପ୍ରସାରିତ ହେବ ବୋଲି ଜୀ ସାର୍ଥକ ତରଫରୁ ପ୍ରକାଶ।

ଓଡ଼ିଆ ଟେଲି ଦର୍ଶକଙ୍କୁ ଆମୋଦିତ କରିବେ କ୍ରିକେଟର ସୌରଭ ଗାଙ୍ଗୁଲି। ଏବେ ଓଡ଼ିଶାରେ ଜୀ-ସାର୍ଥକ ଚ୍ୟାନେଲ୍‌ରେ ଚାଲିଥିବା ‘ଦାଦାଗିରି’ ସୋ’କୁ ଦେଖିବାପାଇଁ ଦର୍ଶକ ମହଲରେ ଅଜସ୍ର ଉତ୍କଣ୍ଠା ଦେଖାଦେଇଛି। ପ୍ରଥମେ ମେଗାଷ୍ଟାର ଅନୁଭବଙ୍କୁ ନେଇ ମେଗା ରିଆଲିଟି ସୋ’ ‘ଦାଦାଗିରି’ର ପରିକଳ୍ପନା କରିଥିଲା ଚ୍ୟାନେଲ୍ ଜୀ-ସାର୍ଥକ। କିଛିଦିନ ତଳେ ଦର୍ଶକ ଜୀ-ସାର୍ଥକ ଚ୍ୟାନେଲରେ ପ୍ରଦର୍ଶିତ ହେଉଥିବା ଲୋକପ୍ରିୟ ଧାରାବାହିକ,”ଝିଲି” ‘ବିଜୟୀନି’,”ତୋ ପାଇଁ ମୁଁ ମୋ ପାଇଁ ତୁ”ର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଏହି ସୋ’ର ଏକ ବିଶେଷ ଅଧ୍ୟାୟ ଦେଖିଥିଲେ। ଅଭିନେତ୍ରୀ ଦୀପିକା ତ୍ରିପାଠୀଙ୍କ ନିପୁଣ ନୃତ୍ୟ ସହ ଉକ୍ତ ଏପିସୋଡ୍‌ରେ ଅଭିନେତା ବିଶ୍ବଭୂଷଣ, ସାଗର ଓ ବାଦଲ ମଧ୍ୟ ଯୋଗଦେଇ ଅନୁଭବଙ୍କ ସହ ମଜାମସ୍ତି କରିଥିଲେ।

ଅନୁଭବଙ୍କ ଏହି ରିଆଲିଟି ସୋ’ ସଂଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ସୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି। ୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ର ଦର୍ଶକାଦୃତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ନେଉଛନ୍ତି।

"ଦାଦାଗିରି" ହୃଦୟରୁ ଜୀ ସାର୍ଥକ ସୌରଭ ଗାଙ୍ଗୁଲି
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Latest News

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ମମତା ବାନାର୍ଜୀ ବିଜୟର ହ୍ୟାଟ୍ରିକ୍ ମାରିବେ, ନା ପ୍ରଥମ ଥର ପାଇଁ ପଦ୍ମ ଫୁଟିବ?: ଜାଣନ୍ତୁ ସର୍ଭେ

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.