Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବିବାରଠାରୁ ଆରମ୍ଭ ହେବ ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଏମ୍‌ଆଇଏଫ୍‌ଏଫ୍‌)୨୦୨୨ 
ଆଜିର ଖବର

ରବିବାରଠାରୁ ଆରମ୍ଭ ହେବ ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଏମ୍‌ଆଇଏଫ୍‌ଏଫ୍‌)୨୦୨୨ 

May 28, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ସପ୍ତଦଶ ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ(ଏମ୍‌ଆଇଏଫ୍‌ଏଫ୍‌) ଆସନ୍ତା ରବିବାରଠାରୁ ଆରମ୍ଭ ହେବ । ଏହି ଚଳଚ୍ଚିତ୍ର ଉତ୍ସବଟି ସ୍ୱତନ୍ତ୍ର ଭାବେ ପ୍ରାମାଣିତ ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର ଓ ଆନିମେସନ ଫିଲ୍ମ ପାଇଁ ଉଦ୍ଦିଷ୍ଟ । ଏହା ମୁମ୍ବାଇର ଫିଲ୍ମ ଡିଭିଜନ କମ୍ପେ୍ଲକ୍ସ ପରିସରରେ ଆୟୋଜିତ ହେବ । ସେଠାରେ ମଧ୍ୟ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ରହିଛି । ସମ୍ପୃକ୍ତ ପରିସରକୁ ଏହି ଚଳଚ୍ଚିତ୍ର ଉତ୍ସବ ପାଇଁ ପ୍ରସ୍ତୁତି କରାଯାଇଛି । ଏହି ଉତ୍ସବ ଏକ ସପ୍ତାହ ଧରି ଚାଲିବ ।

ଉତ୍ସବର ଉଦ୍‌ଘାଟନ କାର୍ଯ୍ୟକ୍ରମ ୱର୍ଲିସ୍ଥିତ ନେହେରୁ ସେଣ୍ଟରରେ ଅନୁଷ୍ଠିତ ହେବ । ଚଳଚ୍ଚିତ୍ର ଉତ୍ସବ କିନ୍ତୁ ଫିଲ୍ମ ଡିଭିଜନ କମ୍ପେ୍ଲକ୍ସରେ ଆୟୋଜିତ ହେବ ଏବଂ ସେଠାରେ ଥିବା ଆଧୁନିକ ପ୍ରେକ୍ଷାଳୟ ସମୂହରେ ଚିତ୍ରଗୁଡିକୁ ପ୍ରଦର୍ଶିତ କରାଯିବ ।

ଏଥର ମୁମ୍ବାଇ ଆର୍ନ୍ତଜାତିକ ଚଳଚ୍ଚିତ୍ର ଉତ୍ସବ ପାଇଁ ସମଗ୍ର ବିଶ୍ୱରୁ  ବେଶ୍ ଭଲ ପ୍ରତିନିଧିତ୍ୱ ମିଳିଛି । ମୋଟ ୩୦ଟି ଦେଶରୁ ୮୦୮ଫିଲ୍ମ ଏଥିରେ ପ୍ରତିଯୋଗିତା ବର୍ଗରେ ପ୍ରଦର୍ଶିତ ହେବ । ସେଥିରୁ ୩୫ଟି ଆନ୍ତର୍ଜାତିକ ପ୍ରତିଯୋଗିତା ଓ ୬୭ଟି ଜାତୀୟ ପ୍ରତିଯୋଗିତା ବର୍ଗରେ ସ୍ଥାନିତ ହୋଇଛି । ଏହାଛଡା ୧୮ଟି ଫିଲ୍ମକୁ “ଏମ୍‌ଆଇଏଫଏଫ ପ୍ରିଜମ” ବର୍ଗରେ ପ୍ରଦର୍ଶନ କରାଯିବ ।

ଏହି ଉତ୍ସବରେ ଶ୍ରେଷ୍ଠ ବିବେଚିତ ଚଳଚ୍ଚିତ୍ରକୁ ସ୍ୱର୍ଣ୍ଣ ଶଙ୍ଖ (ଗୋଲେ ଡନ କଞ୍ଚ)ନଗଦ ୧୦ଲ ଟଙ୍କା ମିଳିବ । ସେହିଭଳି ଅନ୍ୟାନ୍ୟ ପୁରସ୍କାର ବାବଦରେ ରୌପ୍ୟ ଶଂଖ (ସିଲିଭର୍ କଞ୍ଚ) ସମେତ ୫ଲକ୍ଷରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ପୁରସ୍କାର, ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯିବ । ବିଦ୍ୟାର୍ଥୀ ବର୍ଗର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଆଇଡିପିଏ ପୁରସ୍କାର ଏବଂ ପ୍ରଥମଥର ନିର୍ଦ୍ଦେଶନା ଦେଇଥିବା ଶ୍ରେଷ୍ଠ ନିର୍ଦ୍ଦେଶକଙ୍କୁ ଦାଦା ସାହେବ ଫାଲ୍‌କେ ଚିତ୍ର ନଗରୀ ପୁରସ୍କାର ଉତ୍ସବର ସମାପନ ଦିବସରେ ପ୍ରଦାନ କରାଯିବ ।

ସମ୍ମାନଜନକ ଡକ୍ଟର ଭି ଶାନ୍ତାରାମ ଜୀବନବ୍ୟାପୀ  ଉପଲବ୍ଧି ପୁରସ୍କାର ବାବଦରେ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ସୁବର୍ଣ୍ଣ ଶଙ୍ଖ, ୧୦ଲକ୍ଷ ଟଙ୍କା ଓ ପ୍ରଶଂସାପତ୍ର ବୃତ୍ତଚିତ୍ର ବର୍ଗରେ ଶ୍ରେଷ୍ଠତ୍ୱ ପାଇଁ ଜଣେ  ପ୍ରତିଷ୍ଠିତ ଚିତ୍ର  ନିର୍ମାତାକୁ ପ୍ରଦାନ କରାଯିବ । ଅତୀତରେ ପ୍ରସିଦ୍ଧ ଚିତ୍ର ନିର୍ମାତା ଏସ୍ କୃଷ୍ଣସ୍ୱାମୀ, ଶ୍ୟାମ ବେନେଗାଲ, ନରେଶ ବେଦୀ, ବିଜୟା ସୁଲୟ ପ୍ରମୁଖଙ୍କୁ ଏହି ପୁରସ୍କାର ମିଳିଛି । ପ୍ରଖ୍ୟାତ ଚିତ୍ର ନିର୍ମାତା ଭି. ଶାନ୍ତାରାମଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

ଏଥର ‘କଣ୍ଟ୍ରି ଫୋକସ’ ବର୍ଗରେ ଏହି ଚଳଚ୍ଚିତ୍ର ଉତ୍ସବରେ ବାଂଲାଦେଶ ସ୍ଥାନ ପାଇଛି । ବାଂଲାଦେଶ ତାହାର ସ୍ୱାଧୀନତାର ୫୦ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ସେ ଦେଶର ୧୧ଟି ଚିତ୍ରକୁ ସ୍ୱତନ୍ତ୍ର ପ୍ୟାକେଜରେ ପ୍ରଦର୍ଶିତ କରାଯିବ । ସେଥି ମଧ୍ୟରେ ରହିଛି ବହୁଚର୍ଚ୍ଚିତ ଫିଲ୍ମ “ହସିନା ଏ ଡଟର୍ସ ଟେଲ” ।

ଏହାଛଡା ନେଟଫିକ୍ସ ଅରିଜିନନାଲ ସିରିଜ୍‌ର ‘ମାଇଟି ଲିଟଲ ଭୀମ: ଆଏ ଲଭ୍ ତାଜମହଲ” ଏପିସୋଡ ମଧ୍ୟ ଏଥିରେ ବିଶ୍ୱ ଦର୍ଶକଙ୍କ ପାଇଁ ପ୍ରଥମ ପ୍ରଦର୍ଶିତ ହେବ ।

ଭାରତ ଓ ଜାପାନ ଦ୍ୱାରା ମିଳିତଭାବେ ପ୍ରସ୍ତୁତ ପ୍ରଥମ ଆନିମେସନ ଫିଲ୍ମ -ରାମାୟଣ: ଦି ଲିଜେଣ୍ଡ ଅଫ ପ୍ରିନ୍ସ ରାମ’କୁ ମଧ୍ୟ ଏଥିରେ ସ୍ୱତନ୍ତ୍ରଭାବେ ପ୍ରଦର୍ଶିତ କରାଯିବ । ଷ୍ଟୁଡେଂଟ ଫିଲ୍ମ ପ୍ୟାକେଜରେ ଅହମ୍ମଦାବାଦର ଜାତୀୟ ଡିଜାଇନ ପ୍ରତିଷ୍ଠାନ, କଲକାତାର ସତ୍ୟଜିତ ରାୟ ଫିଲ୍ମ ଓ ଟେଲିଭିଜନ ପ୍ରତିଷ୍ଠାନ, ପୁଣେର ମହାରାଷ୍ଟ୍ର ଇନ୍‌ଷ୍ଟିଚ୍ୟୁଟ ଅଫ ଟେକ୍‌ନୋଲୋଜି, କେରଳର କେ. ଆର ନାରାୟଣନ୍ ଫିଲ୍ମ ପ୍ରତିଷ୍ଠାନ ଭଳି ପ୍ରତିଷ୍ଠିତ ଅନୁଷ୍ଠାନ ଦ୍ୱାରା  ପ୍ରସ୍ତୁତ ଯୁବପ୍ରତିଭା ଆଧାରିତ ଫିଲ୍ମ ପ୍ରଦର୍ଶିତ ହେବ । ଏହା ବ୍ୟତୀତ ମିଆଁମାରା ଓ ବ୍ରାଜିଲର ଷ୍ଟୁଡେଂଟସ୍ ଆନିମେସନ ଡକୁମେଂଟାରୀ ଆଦି ଏହି ଉତ୍ସବରେ ପ୍ରଦର୍ଶିତ ହେବାର  କାର୍ଯ୍ୟକ୍ରମ ରହିଛି ।

ଏହା ବ୍ୟତୀତ ଉତ୍ତର ପୂର୍ବାଞ୍ଚଳର କ୍ୟୁରେଟେଡ ଫିଲ୍ମ, ପକେଟ ଫିଲ୍ମ ପ୍ଲାଟଫର୍ମର ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ତଥା ସତ୍ୟଜିତ ରାୟଙ୍କ ଚର୍ଚ୍ଚିତ ଫିଲ୍ମ ‘ସୁକୁମାର’ର ପୁନରୁଦ୍ଧାର ହୋଇଥିବା ଅଂଶକୁ ସ୍ୱତନ୍ତ୍ର ଭାବେ ପ୍ରଦର୍ଶିତ କରାଯିବ।

ଏମ୍‌ଆଇଏଫ୍‌ଏଫ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ପ୍ରାମଣିକ ଚିତ୍ର ଉତ୍ସବ ହୋଇଥିବାରୁ ଏଥିରେ ପୃଥିବୀର ବିଭିନ୍ନ ପ୍ରାନ୍ତରରୁ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାତା, ଫିଲ୍ମବଫ୍‌, ଚଳଚ୍ଚିତ୍ର ସମୀକ୍ଷକ, ପ୍ରସାରଣକାରୀ, ଓଟିଟି ପ୍ଲାଟଫର୍ମ, ଛାତ୍ରଛାତ୍ରୀ ଏଥିରେ ଏକତ୍ର ହୋଇ ଡକ୍ୟୁମେଣ୍ଟାରୀ ଚିତ୍ର ନିର୍ମାଣର ଧାରା ଓ ସ୍ଥିତି ଓ ଭବିଷ୍ୟତ ଉପରେ ଆଲୋଚନା ବିତର୍କ କରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025
Latest News

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.