Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଙ୍ଗାରଙ୍ଗ ଉଦ୍‌ଘାଟନ ସହ ଆରମ୍ଭ ହେଲା ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ
ଆଜିର ଖବର

ରଙ୍ଗାରଙ୍ଗ ଉଦ୍‌ଘାଟନ ସହ ଆରମ୍ଭ ହେଲା ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ

May 30, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମୁମ୍ବାଇର ଓରଲୀସ୍ଥିତ ନେହେରୁ କେନ୍ଦ୍ରରେ ସପ୍ତଦଶ ମୁମ୍ବାଇ ବୃତ୍ତଚିତ୍ର, କ୍ଷୁଦ୍ର ଫିକସନ ଓ ଆନିମେସନ ଚଳଚ୍ଚିତ୍ର (ଏମଆଇଏଫଏଫ୍‌-୨୦୨୨) ଏକ ଚିତ୍ତାକର୍ଷକ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଚଳଚ୍ଚିତ୍ର ପ୍ରଭାଗ ପକ୍ଷରୁ ଏହି ସାତଦିନ ବ୍ୟାପୀ ମହୋତ୍ସବକୁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ, ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ଓ ବୟନଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଉଦ୍‌ଘାଟନ କରିଛନ୍ତି। ଏମଆଇଏଫଏଫ-୨୦୨୨ରେ ବ୍ୟାପକ ଅଂଶଗ୍ରହଣ ନିମନ୍ତେ ଏହା ହାଇବ୍ରିଡ ମୋଡ୍‌ରେ ଆୟୋଜିତ ହୋଇଥିବାବେଳେ, ଯେଉଁମାନେ ଏମଆଇଏଫ୍‌ଏଫ୍‌. ଇନ୍‌ରେ ନିଜକୁ ପଞ୍ଜୀକୃତ କରିଛନ୍ତି ସେମାନେ ସମସ୍ତେ ଅନଲାଇନରେ ବିନା ମୂଲ୍ୟରେ ଚଳଚ୍ଚିତ୍ରମାନ ଦେଖିପାରିବେ ବୋଲି ମହୋତ୍ସବ ନିର୍ଦ୍ଦେଶକ ରବିନ୍ଦ୍ର ଭାକର କହିଛନ୍ତି।

ସ୍ୱାଧୀନତା ପ୍ରାପ୍ତିର ୫୦ବର୍ଷ ପୂର୍ତ୍ତି ଅବସରରେ ବଙ୍ଗଳାଦେଶକୁ  ଚଳିତବର୍ଷ ଫୋକସ୍ ଦେଶଭାବେ ବଛାଯାଇଛି। ବଙ୍ଗଳାଦେଶର ୧୧ଟି ଚଳଚ୍ଚିତ୍ରର ପ୍ୟାକେଜ ଓ ବହୁଚର୍ଚ୍ଚିତ -ହସିନା-ଏ-ଡଟରର୍ସ ଟେଲ ଏମଆଇଏଫ୍‌ଏଫ-୨୦୨୨ରେ ପ୍ରଦର୍ଶିତ ହେବ।

ଭି.ଶାନ୍ତାରାମ ଜୀବନବ୍ୟାପୀ ସାଧନା ସମ୍ମାନ ବୃତ୍ତଚିତ୍ର ନିର୍ମାତା ଏବଂ ଲେଖକ ସଞ୍ଜିତ ନରଭେକରଙ୍କୁ ପ୍ରଦାନ

ଉତ୍ସବ ଆରମ୍ଭରେ ଡକ୍ଟର ଭି.ଶାନ୍ତାରାମ  ଜୀବନ ବ୍ୟାପୀ ସାଧନା ସମ୍ମାନ ବିଶିଷ୍ଟ ବୃତ୍ତଚିତ୍ର ନିର୍ମାତା ତଥା ପ୍ରବୀଣ ଲେଖକ ସଞ୍ଜିତ ନରଭେକରଙ୍କୁ ପ୍ରଦାନ କରାଯାଇଥିଲା। ଶ୍ରୀ ନରଭେକରଙ୍କୁ ବିଶେଷକରି ଚଳଚ୍ଚିତ୍ର ଇତିହାସ ଓ ବୃତ୍ତଚିତ୍ର ଆନ୍ଦୋଳନ ଦିଗରେ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଛି। ନରଭେକର ଚଳଚ୍ଚିତ୍ର ଉପରେ ୨୦ରୁ ଅଧିକ ପୁସ୍ତକ ଲେଖିଛନ୍ତି ଓ ସମ୍ପାଦନା ମଧ୍ୟ କରିଛନ୍ତି। ଏଥିରେ ମରାଠୀ ଚଳଚ୍ଚିତ୍ର  ‘ଅତୀତ’ ଅନ୍ତର୍ଭୁକ୍ତ ଯାହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସ୍ୱର୍ଣ୍ଣ କମଳ ଲାଭ କରିଥିଲା। ଭି. ଶାନ୍ତାରାମ ଜୀବନବ୍ୟାପୀ ସାଧନା ପୁରସ୍କାର ବାବଦ ଦଶଲକ୍ଷ ଟଙ୍କା ନଗଦ ଅର୍ଥ, ସ୍ୱର୍ଣ୍ଣ ଶଙ୍ଖ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଏ। କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତା ଭି. ଶାନ୍ତାରାମଙ୍କ ସ୍ମରଣାର୍ଥେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଭି. ଶାନ୍ତାରାମ ଚଳଚ୍ଚିତ୍ର ପ୍ରଭାଗ ସହ ସଂଶ୍ଳିଷ୍ଟ ରହିବା ସହିତ ପଚାଶ ଦଶକରେ ଏହାର ସମ୍ମାନସୂଚକ ମୁଖ୍ୟ ପ୍ରଯୋଜକ ମଧ୍ୟ ଥିଲେ।

ବୃତ୍ତଚିତ୍ର-ସଂସ୍କୃତି ଓ ଏହାର ପରିସୀମା ଅତିକ୍ରମ କରିଥିବା ଏକ ମାଧ୍ୟମ-ଅନୁରାଗ ଠାକୁର

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ “ ବୃତ୍ତଚିତ୍ର ଚଳଚ୍ଚିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବିସ୍ତାର କରିଥାଏ। ଏହା କେବଳ ସମାଜରେ ଶିକ୍ଷିତ,ପ୍ରୋତ୍ସାହିତ ଓ ପରିବହନ ଆଣେ ନାହିଁ, ବରଂ ସଂସ୍କୃତି ଓ ଏହାର ପରିସୀମାକୁ ବ୍ୟାପ୍ତ ହୋଇଥାଏ।” ଏମ୍‌ଆଇଏଫ୍‌ଏଫ୍ ବିଶ୍ୱବ୍ୟାପୀ ବୃତ୍ତଚିତ୍ର, କ୍ଷୁଦ୍ର ଓ ଆନିମେସନ ଚଳଚ୍ଚିତ୍ରର ଏକ ବଜାର ଯେଉଁଠି ଏହାର  ବ୍ୟାବସାୟିକ ସମ୍ଭାବନା ମଧ୍ୟ ଖୋଜାଯାଏ। ଏହା ଚଳଚ୍ଚିତ୍ର ନିର୍ମାତା ଓ ବିଶ୍ୱ ଚଳଚ୍ଚିତ୍ର ବଜାର ସହ ଏକାଠି ହେବା ନିମନ୍ତେ ଏକ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ।

ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗାନ ତାଙ୍କ ଅଭିଭାଷଣରେ ବିଶ୍ୱରେ ଭାରତୀୟ ଚଳଚ୍ଚିତ୍ର ପ୍ରୋତ୍ସାହନ ଉପରେ କହିଥିଲେ। ସେ କହିଥିଲେ ଯେ ଭାରତରେ ଉପସ୍ଥିତି କାନ୍‌ସ ଚଳଚ୍ଚିତ୍ର ମହୋତ୍ସବରେ ବେଶ୍ ଉତ୍ସାହପଦ ଥିଲା ଓ ଶଙ୍ଖ ସେନଙ୍କ ଚଳଚ୍ଚିତ୍ର “ଅଲ ଦ୍ୟାଟ ବ୍ରିଜ୍‌ସ” ଭାରତକୁ ଗର୍ବିତ କରିବା ସହ ଶ୍ରେଷ୍ଠ ବୃତ୍ତଚିତ୍ର ପୁରସ୍କାର ଲାଭ କଲା। ମନ୍ତ୍ରୀ କହିଥିଲେ ଯେ ସରକାର ଆର୍ନ୍ତଜାତୀୟ ଚଳଚ୍ଚିତ୍ର ନିର୍ମାତା ଓ ଯୁଗ୍ମ ପ୍ରଯୋଜକମାନଙ୍କ  ନିମନ୍ତେ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର, ଆନିମେସନ ଚଳଚ୍ଚିତ୍ର ଓ ବୃତ୍ତଚିତ୍ର ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି।

କେନ୍ଦ୍ର ରେଳ, କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ପାଟିଲ ଦାନ୍‌ବେ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ  ଅର୍ଥାବଲେ, ପଂଚାୟତିରାଜ ରାଷ୍ଟ୍ରମନ୍ତ୍ରୀ କପିଲ ମୋରେଶ୍ୱର ପାଟିଲ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କିଷନରାଓ କରଜ, ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର, ନିର୍ମାତା ସାଜି କରୁନ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅତିରିକ୍ତ ଶାସନ ସଚିବ ନୀରଜା ଶେଖର, ଚଳଚ୍ଚିତ୍ର ନିର୍ମାତା କିରଣ  ଶାନ୍ତାରାମ, ଚଳଚ୍ଚିତ୍ର ନିର୍ମାତା ରାହୁଲ ରାୱାଲୀ ଓ ଅଭିନେତା ଦିଲ୍ଲୀପ ତହିଲ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025

IFFI 2025: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେଲେ ନିର୍ଦ୍ଦେଶକ ରାଜୁ ହିରାନୀ, କହିଲେ..

November 25, 2025

Ram Mandir Flag Hoisting: ଅଯୋଦ୍ଧା ରାମ ମନ୍ଦିରରେ ଧ୍ବଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

November 25, 2025
Latest News

Clean Energy Transition: ଓଡ଼ିଶା ଓ ଗ୍ଲୋବାଲ୍ ଏନର୍ଜି ଆଲାଏନ୍ସ ମଧ୍ୟରେ ବୁମଣାପତ୍ର ସ୍ୱାକ୍ଷରିତ

November 25, 2025

Utkalika Handloom: ଭୁବନେଶ୍ଵର ବିମାନ ବନ୍ଦର ଖୋଲିଲା ନୂତନ ବିକ୍ରୟ କେନ୍ଦ୍ର “ଉତ୍କଳିକା ଆତିଥ୍ୟ” 

November 25, 2025

IFFI 2025: ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଯୋଗ ଦେଲେ ନିର୍ଦ୍ଦେଶକ ରାଜୁ ହିରାନୀ, କହିଲେ..

November 25, 2025

Ram Mandir Flag Hoisting: ଅଯୋଦ୍ଧା ରାମ ମନ୍ଦିରରେ ଧ୍ବଜା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ମୋଦି

November 25, 2025

ବିଜେଡିରେ ପୁଣି କମ୍ପନ, ଦଳୀୟ ପଦପଦବୀରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ

November 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.