Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରର ଅର୍ପିତା ମହାପାତ୍ର ଜିତିଲେ ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ସେଲ୍‌ଫି ପ୍ରତିଯୋଗିତା
ଆଜିର ଖବର

ଭୁବନେଶ୍ୱରର ଅର୍ପିତା ମହାପାତ୍ର ଜିତିଲେ ଟ୍ରେଣ୍ଡ୍‌ସ ରଜ ରାଜକୁମାରୀ ସେଲ୍‌ଫି ପ୍ରତିଯୋଗିତା

June 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍‌ର ଭାରତର ସର୍ବବୃହତ ଓ ଦ୍ରୁତ ଅଭିବୃଦ୍ଧିଶୀଳ ପୋଷାକ ଓ ଆକ୍‌ସେସୋରିଜ୍ ସ୍ପେସିଅଲ୍‌ଟି ଶୃଙ୍ଖଳା ଟ୍ରେଣ୍ଡ୍‌ସ ପକ୍ଷରୁ ଏହାର ସ୍ୱତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ର ଫଳାଫଳ ଘୋଷଣା କରାଯାଇଛି ଯାହା ଓଡ଼ିଶାର ଲୋକପ୍ରିୟ ରଜ ପର୍ବକୁ ଏକ ମହୋତ୍ସବରେ ପରିଣତ କରିଥିଲା।

ରବିବାର ଦିନ ଏକ ବର୍ଣ୍ଣାଢ଼୍ୟ ରଜ ରାଜକୁମାରୀ ଫିନାଲେ କାର୍ଯ୍ୟକ୍ରମରେ ଟ୍ରେଣ୍ଡସ୍ ରଜ ରାଜକୁମାରୀ ପ୍ରତିଯୋଗିତାର ସମସ୍ତ ଛଅ ବିଜେତାଙ୍କୁ ପୁରସ୍କୃତ କରାଯାଇଛି ଯେଉଁଥିରେ ଏହି ପ୍ରତିଯୋଗିତାର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବା ଓଲିଉଡ୍‌ର ଲୋକପ୍ରିୟ ତାରକା ସମ୍ବିତ ଆଚାର୍ଯ୍ୟ ଓ ଶିବାନୀ ସଙ୍ଗୀତା ଅତିଥି ଭାବେ ଉପସ୍ଥିତ ଥିଲେ।

ରଜ ରାଜକୁମାରୀ ସେଲ୍‌ଫି ପ୍ରତିଯୋଗିତାରେ ଭୁବନେଶ୍ୱରର ଅର୍ପିତା ମହାପାତ୍ର ପ୍ରଥମ ପୁରସ୍କାର ଜିତିଥିବା ବେଳେ ସେମିଳିଗୁଡ଼ାର ସୋନାଲି ସ୍ୱାଇଁ ଓ ନବରଙ୍ଗପୁରର ବର୍ଷା ମହାନ୍ତି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଜିତିଛନ୍ତି। ସେହିପରି, ରଜ ରାଜକୁମାରୀ ଗୀତ / ଭିିଡିଓ ପ୍ରତିଯୋଗିତାରେ ପାରାଦୀପର ସାୟନ୍ତୀ ଚାଟାର୍ଜୀ ପ୍ରଥମ ପୁରସ୍କାର ଜିତିଥିବା ବେଳେ ଭୁବନେଶ୍ୱରର ନନ୍ଦିନୀ ରାୟ ଓ ଢେଙ୍କାନାଳର ପ୍ରିନ୍‌ସେସ୍ ସିମ୍‌ରନ୍ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ହାସଲ କରିଛନ୍ତି।

ଏହି ଧରଣର ପ୍ରଥମ ପ୍ରତିଯୋଗିତା ପାଇଁ ଦିଆଯାଇଥିବା ହ୍ୱାଟସ୍‌ଆପ୍ ନମ୍ବର ସମେତ ୱେବସାଇଟ୍ www.trendsrajarajakumari.comରେ ସାରା ରାଜ୍ୟରୁ ହଜାର ହଜାର ଆବେଦନ ସହ ଜବରଦସ୍ତ ସମର୍ଥନ ମିଳିଥିଲା। ଏହି ପ୍ରତିଯୋଗିତାର ସମସ୍ତ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ମୂଲ୍ୟର ଦୁଇଟି ଲେଖାଏଁ ରଜ ସ୍ୱତନ୍ତ୍ର ରିହାତି କୁପନ୍ ପ୍ରଦାନ କରାଯାଇଥିବା ବେଳେ ଦୁଇଟି ବର୍ଗ ମଧ୍ୟରୁ ପ୍ରତି ବର୍ଗର ଶ୍ରେଷ୍ଠ ତିନି ବିଜେତା ଯଥାକ୍ରମେ ୩୧,୦୦୦ ଟଙ୍କା, ୨୧,୦୦୦ ଟଙ୍କା ଓ ୧୧ ହଜାର ଟଙ୍କାର ନଗଦ ରାଶି ପୁରସ୍କାର ଜିତିଛନ୍ତି।

ଏଠାରେ ଏହା ଉଲ୍ଲେଖଯୋଗ୍ୟ ଯେ ଟ୍ରେଣ୍ଡ୍‌ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୧୬-ଦିନିଆ ରଜ ରାଜକୁମାରୀ ପ୍ରତିଯୋଗିତା ୨୦୨୨ ଜୁନ୍ ୪ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ଯେଉଁଥିରେ ସାମିଲ ଥିଲା ଅନ୍‌-ଗ୍ରାଉଣ୍ଡ୍‌, ହାଉସିଂ ସୋସାଇଟି ଦଳ, ଗଣମାଧ୍ୟମ ଓ ମଲ୍ ଭିତର କାଯ୍ୟକ୍ରମ। ରଜ ହେଉଛି ନାରୀତ୍ୱକୁ ପାଳନ କରିବାର ଏକ ପର୍ବ ଏବଂ ଏହାକୁ ବଡ଼ ଉଲ୍ଲା. ଆଗ୍ରହ ଓ ଉତ୍ସାହର ସହ ମହିଳାମାନଙ୍କ ଦ୍ୱାରା ପାଳନ କରାଯାଏ ଯେଉଁଥିରେ ସେମାନେ ନୂଆ ପୋଷାକ ପିନ୍ଧନ୍ତି, ଦୋଳିରେ ଖେଳନ୍ତି, ଭଲ ଖାଇବା ପରଷିଥାନ୍ତି, କୌତୁକ ଖେଳ ଖେଳନ୍ତୀ ଏବଂ ଏହି ଉତ୍ସବକୁ ପାଳନ କରିବା ଲାଗି ଲୋକ ଗୀତ ଗାଇବା ସହ ଖେଳିଥାନ୍ତି।

ଟ୍ରେଣ୍ଡ୍‌ସ୍ ଏହାର ପରିବ୍ୟାପ୍ତିକୁ ସୁଦୃଢ କରି ଦେଶରେ ମେଟ୍ରୋଠାରୁ ଆରମ୍ଭ କରି ମିନି ମେଟ୍ରୋ ଏବଂ ଟିୟର-୧ ଓ ଟିୟର-୨ ସହରଗୁଡିକରେ ଉପସ୍ଥିତି ସୁନିଶ୍ଚିତ କରିବା ସହିତ ଗ୍ରାହକଙ୍କ ସହିତ ସଂଯୁକ୍ତ ହୋଇ ବାସ୍ତବରେ ଭାରତରେ ଫାଶନର ସାର୍ବଜନୀନକରଣ କରୁଛି ଏବଂ ଭାରତର ପସନ୍ଦଯୋଗ୍ୟ ଫାଶନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି। ଏଠାରେ ଚମତ୍କାର ବର୍ଗର ଉତମ ଗୁଣମାନର ଫାଶନ ସାମଗ୍ରୀ ରହିଛି ଯାହା ପ୍ରତ୍ୟେକ ଅବସର ପାଇଁ ସମ୍ପୂର୍ଣ୍ଣ ଖାପଖୁଆଇବା ଭଳି ହୋଇଛି ଏବଂ ଏହାର ମୂଲ୍ୟ ସୁଲଭ ଏବଂ ଏହା ତାହାର ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ମୂଲ୍ୟବାନ ବିବେଚିତ ହେଉଛି।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026
Latest News

“ହୁମାୟୁନ୍ କବୀରଙ୍କ ସହିତ ବିଜେପି ର ୧ ହଜାର କୋଟିର ଡିଲ୍”: ଗମ୍ଭୀର ଅଭିଯୋଗ ଆଣିଲା ଟିଏମସି

April 9, 2026

୧୫,୦୦୦ ଟନ୍ ଏଲପିଜି ନେଇ ମୁମ୍ବାଇରେ ପହଞ୍ଚିଲା ଭାରତୀୟ ଜାହାଜ “ଗ୍ରୀନ୍ ଆଶା”

April 9, 2026

IPL 2026: କାହା ପାଖରେ ଅରେଞ୍ଜ ଏବଂ ପର୍ପଲ କ୍ୟାପ୍?

April 9, 2026

ହରମୁଜ୍ ପ୍ରଣାଳୀ ଖୋଲା ଅଛି, କିନ୍ତୁ ଏବେ ବି ଟଳିନି ବିପଦ: ଜାହାଜ ପଥ ପରିବର୍ତ୍ତନ କଲା ଇରାନ୍

April 9, 2026

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା: ଲେବାନନ ଉପରେ ଭୟଙ୍କର ଆକ୍ରମଣ

April 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.