Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ଦର୍ଶକଙ୍କ ବେଶ ପସନ୍ଦ ପାଲଟିଛି ‘ମୋ ଅଗଣାର ତୁଳସୀ ତୁ’
ଆଜିର ଖବର

ଓଡିଶା ଦର୍ଶକଙ୍କ ବେଶ ପସନ୍ଦ ପାଲଟିଛି ‘ମୋ ଅଗଣାର ତୁଳସୀ ତୁ’

August 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସୁଦୂର ସମ୍ବଲପୁରର ନିପଟ ମଫସଲରେ ବଢ଼ିଥିବା ଝିଅଟି ତାର ସ୍ୱପ୍ନକୁ ସତ କରିବାକୁ ରାଜଧାନୀ ଭୁବନେଶ୍ୱର ଆସିଛି। ଜଣକ ଘରେ ରହିବା ହାଣ୍ଡିଶାଳ ସମ୍ଭାଳିବାକୁ ପରିସ୍ଥିତି ପରିବେଶ ତାକୁ ବାଧ୍ୟ କରିଛି। କିନ୍ତୁ ସେଇ ହାଣ୍ଡିଶାଳୁ ଏକ ବିରାଟ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର ହେବାକୁ ସକ୍ଷମ ହୋଇଛି। ‘ମୋ ଅଗଣାର ତୁଳସୀ ତୁ’ ସୁଟିଂ ସେଟରେ ଏମିତି କିଛି ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଦେଖିବାକୁ ମିଳିଥିଲା ଗୋଟିଏ ସମ୍ଭ୍ରାନ୍ତ ପରିବାରର ନିୟମ କାନୁନ ଆଉ ଗୋଟିଏ ଗାଉଁଲୀ ଝିଅର ସିନ୍ଦୂରର ସୁରକ୍ଷାର ଚିତ୍ର।

ଜୀ ସାର୍ଥକରେ ପ୍ରସାରିତ ‘ମୋ ଅଗଣାର ତୁଳସୀ ତୁ’ର ସୁଟିଂ ଚାଲିଛି। ନିପଟ ମଫସଲ ଗାଁର ତୁଳସୀ ପରିବାରର ବୋଝ ହାଲୁକା କରିବାକୁ ଏବଂ ଭାଇର ଅପରେସନ କରିବାକୁ ଚିନ୍ତା କରିଛି। ତା ହାତ ତିଆରି କ୍ରୀମର ଦୋକାନ ଖୋଲି ଏସବୁ ଦୁଃଖ ଦୂର କରିବାକୁ ସେ ଚାହିଁଛି। କିନ୍ତୁ ଭାଗ୍ୟର ଖେଳ ଅଲଗା। ତୁଳସୀ ଭୁବନେଶ୍ୱର ଆସିଛି। ବିଶିଷ୍ଟ ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ହାଣ୍ଡିଶାଳ ସମ୍ଭାଳିବା ଦାୟିତ୍ୱ ମିଳିଛି ତୁଳସୀକୁ। ନିଜ ଦାୟିତ୍ୱ ଅତି ନିଖୁଣତାର ସହ ସମ୍ଭାଳୁଥିବା ତୁଳସୀକୁ ସାମନ୍ତରାୟ ପରିବାର ଆପଣାଇ ନେଇଛି। ରୋଷେୟାରୁ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି। ହେଲେ ତୁଳସୀ ଭିତରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ ବରଂ ସେ କାଲି ଯାହା ଥିଲା ଆଜି ବି ସେମିତି ରହିଛି।

ତେବେ ହଠାତ ତୁଳସୀର ନିକଟତର ହୁଅନ୍ତି ଶିଳ୍ପପତି ଚିତ୍ରା ସାମନ୍ତରାୟଙ୍କ ବଡ ପୁଅ ଚନ୍ଦନ। ସମୟ ଓ ପରିସ୍ଥିତି ତୁଳସୀକୁ ଏମିତି ଏକ ମୋଡରେ ଛିଡା କରିଦିଏ ଯେଉଁଠି ସେ ଆତ୍ମହତ୍ୟାର ରାସ୍ତା ବାଛିନିଏ। ତେବେ ତୁଳସୀ ଜୀବନରେ ଚନ୍ଦନର ଭୂମିକା କିଭଳି ରହୁଛି ଓ ଉଭୟଙ୍କୁ ସାମନ୍ତରାୟ ପରିବାର କେଉଁଭଳି ଗ୍ରହଣ କରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ହୋଇଛି। ଓଡିଶାର ଲୋକପ୍ରିୟ ମନୋରଂଜନ ଚ୍ୟାନେଲ ଜୀ ସାର୍ଥକରେ ପ୍ରସାରିତ ହେଉଛି ‘ମୋ ଅଗଣାର ତୁଳସୀ ତୁ’। ଯାହାକୁ ଓଡିଶା ଦର୍ଶକ ବେଶ ପସନ୍ଦ କରୁଥିବା ଦେଖିବାକୁ ମିଳିଛି।

ଏଥିରେ ଅଙ୍କିତ, ହିରଣ୍ୟମୟୀ, ଡେଜି, ସୋମା ହୋତା,ନମିତା ଅଭିନୟ କରୁଛନ୍ତି।
ନିର୍ଦ୍ଦେଶନା ଦେଉଛନ୍ତି ସରୋଜ ଦାସ, ସଂଳାପ ଆଲୋକ ରାୟ, ପ୍ରଯୋଜନା କରୁଛନ୍ତି ବିଜୟ କାଣ୍ଡୋଇ।

ଜୀ ସାର୍ଥକ ସମ୍ବଲପୁର
Share. Facebook Twitter LinkedIn Email WhatsApp Copy Link

Related Posts

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026

ମାତ୍ର ୨୦ ମିନିଟ୍ ଚାଲିଲା ଅଭିଷେକ ଶର୍ମାଙ୍କ ଅଭ୍ୟାସ: ଗମ୍ଭୀର ଏବଂ ସୂର୍ଯ୍ୟଙ୍କ ବଢିଲା ଚିନ୍ତା

February 22, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର?: ତାମିଲନାଡୁରୁ ଛଅ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

February 22, 2026
Latest News

ସ୍କୁଲ ବ୍ୟାଗର ବୋଝକୁ କମ କରିବ ଜିଓ-ଶିକ୍ଷାର ସ୍ମାର୍ଟ କ୍ଲାସରୁମ୍ 

February 22, 2026

Road Accident: ଝାରସୁଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୫ ପୋଲିସ ମୃତ, ୩ ଜଣ ଗୁରୁତର

February 22, 2026

ମାତ୍ର ୨୦ ମିନିଟ୍ ଚାଲିଲା ଅଭିଷେକ ଶର୍ମାଙ୍କ ଅଭ୍ୟାସ: ଗମ୍ଭୀର ଏବଂ ସୂର୍ଯ୍ୟଙ୍କ ବଢିଲା ଚିନ୍ତା

February 22, 2026

ଭାରତ ବିରୁଦ୍ଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର?: ତାମିଲନାଡୁରୁ ଛଅ ସନ୍ଦିଗ୍ଧଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

February 22, 2026

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରେ ବାଧା ଦେବ ବର୍ଷା?: ଜାଣନ୍ତୁ ପାଣିପାଗ ଅପଡେଟ୍‌

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.