Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ ୨୦ ରୁ ଜୀ ସାର୍ଥକରେ ଆରମ୍ଭ ହେବ ‘ସା ରେ ଗା ମା ପା’ର ପ୍ରସାରଣ 
ଆଜିର ଖବର

ଅଗଷ୍ଟ ୨୦ ରୁ ଜୀ ସାର୍ଥକରେ ଆରମ୍ଭ ହେବ ‘ସା ରେ ଗା ମା ପା’ର ପ୍ରସାରଣ 

August 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଜୀ ସାର୍ଥକରେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’। ନିକଟରେ ଏହାର ସମସ୍ତ ଅଡିସନ ଶେଷ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ୨୦ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯ଟା ୩୦ରେ ଏହାର ପ୍ରସାରଣ କରାଯିବ। ଓଡିଶାର ସବୁଠାରୁ ବଡ ଏହି ମ୍ୟୁଜିକ ରିୟଲିଟି ସୋ’ରେ ଜଜ୍ ଭାବେ ରହିଛନ୍ତି ଯୁବପିଢ଼ୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ କୁଲଦୀପ ପଟ୍ଟନାୟକ ଓ ଦିପ୍ତୀରେଖା ପାଢ଼ୀ। ମହାଗୁରୁ ଭାବେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଇରା ମହାନ୍ତି ନଜର ଆସିଛନ୍ତି। ବର୍ଷ ବର୍ଷ ଧରି ଓଡିଆ ସଂଗୀତ ଦୁନିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଇରାଙ୍କୁ ପ୍ରଥମ ଥର ପାଇଁ ମ୍ୟୁଜିକ ରିୟଲିଟି ସୋ’ରେ ମହାଗୁରୁ ଭାବେ ଦେଖିବାକୁ ମିଳିବ।

ଜୀ ସାର୍ଥକରେ ପ୍ରସାରିତ ଓଡିଶାର ସବୁଠାରୁ ବଡ ମ୍ୟୁଜିକ ରିୟଲିଟି ସୋ ‘ସା ରେ ଗା ମା ପା’ରୁ ସଫଳତା ପାଇ ଅନେକ କଣ୍ଠଶିଳ୍ପୀ ଏବେ ଓଡିଆ ସଂଗୀତ ଦୁନିଆରେ ରାଜ୍ କରୁଛନ୍ତି। ଏହି ମେଗା ସୋ ଅନେକ ଜଣଙ୍କୁ ପ୍ରସିଦ୍ଧ କରାଇଛି। ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ସୁଯୋଗ।

ଏହି ସିଜିନରେ ଅଡିସନ ରାଉଣ୍ଡରୁ ହଜାର ହଜାର ପ୍ରତିଯୋଗୀମାନଙ୍କ ମଧ୍ୟରୁ ବଛା ହୋଇ ଓଡିଶାର ବିଭିର୍ଣ୍ଣ ସହରରୁ ଆସିଛନ୍ତି କିଛି ଭିର୍ଣ୍ଣ ଧରଣର କଣ୍ଠଶିଳ୍ପୀମାନେ, ଯେଉଁମାନେ ଏଥର ‘ସା ରେ ଗା ମା ପା” ମଞ୍ଚରେ କରିବେ ଧମାଲ। ଗତ ସିଜିନ ତୁଳନାରେ ଚଳିତଥର ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ ଓଡିଶାରେ ଚହଳ ପକାଇବା ଆରମ୍ଭ କରିଛି।

ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026

ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 9, 2026

ଓଡିଶା ଦକ୍ଷତା ପ୍ରତିଯୋଗିତାର ସମାପନୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

January 9, 2026
Latest News

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026

କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ‘ସମଗ୍ର ଶିକ୍ଷା’ର ନୂତନ ରୂପରେଖ ପାଇଁ ପରାମର୍ଶ ବୈଠକ

January 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ମହିଳା ଆତ୍ମରକ୍ଷା କୌଶଳ ତାଲିମ୍ ଶିବିର ଉଦ୍ଘାଟିତ

January 9, 2026

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026

ଜାନୁଆରୀ ୧୨ରେ ଅହମ୍ମଦାବାଦଠାରେ ଜର୍ମାନ ଚାନ୍ସେଲର ମର୍ଜଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.