Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀ ନିଳାମ୍ବୁ ମହୋତ୍ସବ ୨୦୨୩: ୬ଷ୍ଠ ସଂନ୍ଧ୍ୟାରେ ଗୋଟିପୁଅ ଡ୍ୟାନ୍ସ ରେ ମତୁଆଲା ଦର୍ଶକ
ଆଜିର ଖବର

ଟାଙ୍ଗୀ ନିଳାମ୍ବୁ ମହୋତ୍ସବ ୨୦୨୩: ୬ଷ୍ଠ ସଂନ୍ଧ୍ୟାରେ ଗୋଟିପୁଅ ଡ୍ୟାନ୍ସ ରେ ମତୁଆଲା ଦର୍ଶକ

February 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବଳରାମ ଦେବ ବିଦ୍ୟାପିଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ୬ଷ୍ଠ ସଂନ୍ଧ୍ୟା। ୬ଷ୍ଠ ସଂନ୍ଧ୍ୟାରେ ଟାଗିଂ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବରେ ମଂଚରେ ଉପସ୍ଥିତ ଥିଲେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ବରିଷ୍ଠ କବି ତଥା ଭୂବନେଶ୍ୱର ର ପୂର୍ବତନ ସାସଂଦ ଡଃ ପ୍ରସନ୍ନ ପାଟ୍ଟଶାଣୀ, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ବିଶିଷ୍ଟ ସାହିତ୍ୟିକ ଶଶାଙ୍କ ଶେଖର ଚୁଡାମଣୀ, ଟାଗିଂ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିସ୍ମା ମାନଧାତା,ଟାଗିଂ ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ,ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ରାଘବ ସେଠୀ, ଚାଷୀ ନେତା ଅକ୍ଷୟ କୁମାର, ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ କିଶୋର ବାବୁ, ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ସାମ୍ବାଦିକ ସଂଘ ଟାଗିଂ ରେ ନିଳାମ୍ବୁ ମହୋତ୍ସବ ଭଳି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇପାରିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି। ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର, ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ, ସଂଘର ପ୍ରବକ୍ତା ସରୋଜ ପାଇକରାୟ, ସଂଘର ଉପଦେଷ୍ଟା ପ୍ରଦୋଷ କୁମାର ଦାସ, ସଂଘର ସହ ସଂମ୍ପାଦକ ବିକ୍ରମ କେଶରୀ ସାହୁ ମଂଚରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ।

ମଂଚରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତୋରିୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଅଂଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମଂଚ ଉପରେ ଅତିଥି ମାନେ ମାନପତ୍ର ଓ ଉତ୍ତୋରିୟ ଦେଇ ସମ୍ମାନିତ କରିଥିଲେ। ୬ଷ୍ଠ ସଂନ୍ଧ୍ୟାରେ ରଗାଂରଗଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅର୍କେଷ୍ଟ୍ରା ସଗିଂତ ସା ରେ ଗା ମା ପା ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଚାନ୍ଦପୁର କଳିଙ୍ଗ ଡ୍ୟାନ୍ସ ଗ୍ରୃପ ପକ୍ଷରୁ ନୃତ୍ୟ ପରିବେଷଣ,ଚାନ୍ଦପୁର ଏଜି ମିଶନ ଶିକ୍ଷାନୁଷ୍ଠାନ ପକ୍ଷରୁ ନୃତ୍ୟ, ମାଉଣ୍ଟ ଲିଟ୍ରା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ଚାନ୍ଦପୁର ବିଣାପାଣୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ଭୂବନେଶ୍ୱର ଆରଧନା ଡ୍ୟାନ୍ସ ଏକାଡେମୀ କଳାକାର ମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ବେଶ ଚିତାକର୍ଷକ ଥିଲା।

ଶିତୁଆ ସଂନ୍ଧ୍ୟାରେ ଦର୍ଶକ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ମନୋଭରି ଉପଭୋଗ କରି ବେଶ ମତୁଆଲା ହୋଇଥିଲେ। ୬ଷ୍ଠ ସଂନ୍ଧ୍ୟାରେ ସାମ୍ବାଦିକ ସଂଘର ଆଇନ ପରାମର୍ଶ ଦାତା ସନ୍ଦିପନି ମିଶ୍ର,ଉପ ସଭାପତି ମନୋଜ କୁମାର ନାଇଡୁ,କୋଷାଧ୍ୟକ୍ଷ ଲଛମନ ନାୟକ, ସାମ୍ବାଦିକ କମଳ ଲୋଚନ ପାଇକରାୟ, ରାକେଶ କୁମାର ଜଗଦେବ, ରଜନୀକାନ୍ତ ମିଶ୍ର, ରାକେଶ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ବେହେରା, ଦୁର୍ଗା ପ୍ରସାଦ ଦାଶ, ଅନନ୍ତ କୁମାର ପ୍ରଧାନ, ଜୟନ୍ତ ସୁବୁଦ୍ଧି, ହିମାଂଶୁ ଭୂଷଣ ଚମ୍ପତିରାୟ, ବିଭୁତି ଭୁଷଣ ଦାଶ, ରାମଚନ୍ଦ୍ର ପରିଡା, ବାଲୁଙ୍କେଶ୍ୱର ବେହେରା, ଅଜୟ ସେଠୀ, ସୂର୍ଯ୍ୟକାନ୍ତ ସାହୁ, ପ୍ରଶାନ୍ତ କୁମାର ବେହେରା, ଚନ୍ଦ୍ରଶେଖର ଦାଶ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ।

ଟାଙ୍ଗୀ ମଦରଟେରେସା ଯୁବକ ସଂଘର ଯୁବକ ମାନେ ସହଯୋଗ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ସତ୍ୟନାରାୟଣ ମହାପାତ୍ର। ଶେଷରେ ସଂଘର ଉପଦେଷ୍ଟା ଶ୍ୟାମସୁନ୍ଦର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ମହୋତ୍ସବ ପଡିଆରେ ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ପସରା ମେଲିଥିଲା। ଦର୍ଶକ ମାନେ ମହୋତ୍ସବରେ ବୁଲାବୁଲି କରି ସାସ୍କୃତିକ କାର୍ଯ୍ୟକ୍ରମ କୁ ବେଶ ଉପଭୋଗ କରି ମତୁଆଲା ଥିଲେ। ସୁରକ୍ଷା ନିମନ୍ତେ ଟାଗିଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

ଟାଙ୍ଗୀ ନିଳାମ୍ବୁ ମହୋତ୍ସବ ୨୦୨୩
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.