Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମନୋରଂଜନ»ମଇ ୨୯, ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ
ମନୋରଂଜନ

ମଇ ୨୯, ଜୀ-ସାର୍ଥକ ସଂସାରର ସବୁ ଧାରାବାହିକରେ ସବୁଠାରୁ ବଡ଼ଦିନ

May 25, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଓଡିଶାର ମନୋରଞ୍ଜନ ଚ୍ୟାନେଲ ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି। ସେଥିପାଇଁ ମଇ ୨୯, ଜୀ-ସାର୍ଥକ କରୁଛି, ଜୀ-ସାର୍ଥକ ସଂସାରର ସବୁଠାରୁ ବଡ଼ଦିନ, ଜୀ-ସାର୍ଥକ ସହିତ ଜଡ଼ିତ ରୁହନ୍ତୁ କାରଣ ଚ୍ୟାନେଲର ସମସ୍ତ ମେଗା ଧାରାବାହିକରେ ରହିବ ବଡ଼ ଧରଣର ମନୋରଞ୍ଜନ।

ସନ୍ଧ୍ୟା ୬:୩୦ରେ ‘ମୁଁ ବି ବିଜୟୀନି’ ଯେଉଁଥିରେ ଦେଖିବେ, କାହ୍ନା ଓ ରାଧିକାର ବାହାଘରରେ ରାଧିକା ନିଖୋଜ ଅଛି ତେବେ ଦେବିକା ଓ ସ୍ତୁତି କେମିତି ଖୋଜିବେ ରାଧିକାକୁ, କ’ଣ କରିବେ ? ସେହିପରି ୭ଟାରେ ‘ଝିଲ୍ଲୀରେ ଦେଖିବେ, ଝିଲ୍ଲୀ ଓ ଟିନା ମଧ୍ୟରେ ହେବ ଏକ ହେଲ୍ଦି କିଚେନ୍ସ ପ୍ରତିଯୋଗିତା, ତେବେ ଏଇ ପ୍ରତିଯୋଗିତାରେ କାହାର ହେବ ଜିତ୍ ??? କଣ କରିବ ଝିଲ୍ଲୀ ? ୭:୩୦ରେ ଦେଖିବେ ‘ସୁନାଝିଅ’, ଆରମ୍ଭ ହୋଇଛି ଶାଶୁ ବୋହୂଙ୍କ ଲଢେଇ ଓ ପ୍ରଥମ ଥର ପାଇଁ ପ୍ରିୟା ଭବାନୀକୁ ଜେଲ୍ ପଠାଇବାକୁ ସଫଳ ହୋଇଛି ହେଲେ କେମିତି ? ୮ଟାରେ ଦେଖିବେ ‘ସାଥିରେ’, ଧାରା ସାମନାକୁ ଆସିଛି ପ୍ରକୃତ ଖଳନାୟକ ଇନ୍ଦ୍ରାଣୀ ର ଅସଲ ଚେହେରା।

ଧାରା ଅମ୍ବରକୁ ଇନ୍ଦ୍ରାଣୀ ବିଷୟରେ ଯେତେ କହିଲେବି ଅମ୍ବର ଏହାକୁ ମାନୁନାହିଁ ଓ ଧାରାକୁ ବିଶ୍ବାସ କରୁନାହିଁ। ଏବେ କେମିତି ଶାସ୍ତି ଦେବା ଧାରା ଇନ୍ଦ୍ରାଣୀକୁ? ୮:୩୦ରେ ‘ତୁ ଖରା ମୁଁ ଛାଇ’ରେ ଦେଖିବେ ହଠାତ୍ ମାନିନୀ ସନ୍ଦେହ କରୁଛି, ଏଜେ ନିଜ ପ୍ରଥମ ସ୍ତ୍ରୀର ହତ୍ୟା କରିଛନ୍ତି ବୋଲି ହେଲେ କାହିଁକି ଏମିତି କଣ କରିଛି ଏଜେ ? ମାନିନୀ କଣ ସତର ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରିବ ? ୯ଟାରେ ଦେଖିବେ ‘ଖୁସିର ଛୁଙ୍କ’ରେ ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି ଝିଅ ଖୁସିର ନିଜ ସିନ୍ଦୂରକୁ ଫେରି ପାଇବାର ଚେଷ୍ଟା। କରନ୍ କୁ ଖୋଜିବାକୁ ପୁରୀରୁ ରଜତ ସହିତ ଭୁବନେଶ୍ବର ଆସିଛି ଖୁସି କିନ୍ତୁ ଭୁବନେଶ୍ବର ଆସିବା ପରେ ସେ ଫସି ଯାଇଛି ରଜତର ଚାଲ୍ ରେ। ଏଇସବୁ ବାଧାବିଘ୍ନକୁ ପାର୍ କରି କଣ ଖୁସି ଫେରେଇ ଆଣିପାରିବ ନିଜ ସହିତ ନିଜ ସିନ୍ଦୂରକୁ? ଜାଣିବାପାଇଁ ଦେଖନ୍ତୁ ୧ ଘଣ୍ଟାର ମହା ଅଧ୍ୟାୟ। ଏମିତି ବହୁ ବଡ଼ ବଡ଼ ସସପେନ୍ସ ଓ ପରିବର୍ତ୍ତନ ଦେଖିବେ ଜୀ-ସାର୍ଥକ ସମସ୍ତ ମେଗା ଧାରାବାହିକରେ।

ଆଜି ଠାରୁ ଆପଣଙ୍କ ସବୁ କାମ ସାରି ପ୍ରସ୍ତୁତ ରୁହନ୍ତୁ ମଇ୨୯, ରେ ଜୀ-ସାର୍ଥକ ର ସବୁ ଠାରୁ ବଡ଼ ଦିନ ପାଇଁ। ଜୀ-ସାର୍ଥକ ସର୍ବଦା ଦର୍ଶକଙ୍କୁ କିଛି ନୂଆ ଦେଖାଇବାକୁ ଚେଷ୍ଟା କରିଥାଏ।  ଏଥର ଜୀ-ସାର୍ଥକ ଏହି ବଡ଼ ଦିନ ରେ ସମସ୍ତ ମେଗା ଧାରାବାହିକରେ ସସପେନ୍ସ କାହାଣୀ ସବୁ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ପ୍ରକାଶ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲ ଚିଫ୍ ଅଫିସର ପ୍ରତୀକ ସିଲ୍।

ଜୀ ସାର୍ଥକ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.