Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ମନୋରଂଜନ»ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ‘ଇସ୍କ ଟ୍ରାଫିକ’ ଚଳଚିତ୍ରର ରିଲିଜ ହେଲା ମ୍ୟୁଜିକ
ମନୋରଂଜନ

ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ‘ଇସ୍କ ଟ୍ରାଫିକ’ ଚଳଚିତ୍ରର ରିଲିଜ ହେଲା ମ୍ୟୁଜିକ

August 7, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ
ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ 'ଇସ୍କ ଟ୍ରାଫିକ' ଚଳଚିତ୍ରର ରିଲିଜ ହେଲା ମ୍ୟୁଜିକ

ଭୁବନେଶ୍ବର: ଗ୍ରୀନ ଚିଲିଜ ଏଣ୍ଟରଟେନମେଣ୍ଟ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଇସ୍କ ଟ୍ରାଫିକ’ର ସଙ୍ଗୀତ ଲୋକାର୍ପିତ ହୋଇଯାଇଛି। ‘ଆମର ମ୍ୟୁଜିକ’ରେ ମୁକ୍ତିଲାଭ କରିଥିବା ଏହାର ସଙ୍ଗୀତକୁ ହୋଟେଲ ଏଚଏଚଆଇ ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଲୋକାର୍ପିତ କରାଯାଇଥିଲା। ଏଥିରେ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଓ ତାଙ୍କ ଟିମ ସମେତ ଚଳଚ୍ଚିତ୍ରର ସମସ୍ତ କଳାକାର ଓ ଟେକନିସିଆନ ଯୋଗ ଦେଇଥିଲେ।

ରୋହନଜିତ ଦାସଙ୍କ ନିର୍ଦ୍ଦେଶିତ ‘ଇସ୍କ ଟ୍ରାଫିକ’ ରେ ସଙ୍ଗୀତ ଦେଇଛନ୍ତି ଯୁବ ବର୍ଗଙ୍କ ପ୍ରଥମ ପସନ୍ଦ ଅସଦ ନିଜାମ। ତପୁ ନାୟକ, ରଞ୍ଜନ ନାୟକ, ପୁଷ୍ପକ ପରିଡା ଓ ଅସଦ ନିଜାମଙ୍କ ଦ୍ୱାରା ରଚିତ ଗୀତଗୁଡିକରେ କଣ୍ଠ ଦାନ କରିଛନ୍ତି ହ୍ୟୁମାନ ସାଗର, ମଣ୍ଟୁ ଛୁରିଆ, କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ ଓ ଅବିନାଶ ପ୍ରମୁଖ ସମସ୍ତ ଆଗଧାଡିର କଣ୍ଠଶିଳ୍ପୀ। ଚଳଚ୍ଚିତ୍ରରେ ସମୁଦାୟ ୭ଟି ଗୀତ ସ୍ଥାନିତ ହୋଇଛି। ଥିମ ଗୀତ, ଡ୍ୟାନ୍ସ ନମ୍ବର,ରୋମାଣ୍ଟିକ ଡୁଏଟ, ଆଇଟମ ଗୀତ, ସୁଫିୟାନା ଓ ବିରହ ସଙ୍ଗୀତ ପରି ସବୁବର୍ଗର ଶ୍ରୋତା ଓ ଦର୍ଶକଙ୍କୁ ଆକର୍ଷିତ କଲା ଭଳି ଗୀତ ସବୁ ରହିଛି। ଗୀତ ଗୁଡିକ ସମୟୋପଯୋଗୀ ଓ ଶ୍ରୁତିମଧୁର ହୋଇପାରିଛି। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ, ଫିରୋଜ ଓ ରୋହିତ।

‘ଇସ୍କ ଟ୍ରାଫିକ’ ମୁଖ୍ୟତ ମା’ ପୁଅ ଓ ମାମୁର ଆବେଗ ଭରା କାହାଣୀ ଉପରେ ପର୍ଯ୍ୟବସିତ। ଏଥିରେ ନାୟକ ଭାବେ ନବାଗତ ପ୍ରେମଙ୍କୁ ଉପସ୍ଥାପିତ କରାଯାଇ ଥିବା ବେଳେ ଚଳଚ୍ଚିତ୍ରର ମୁଖ୍ୟ ଆକର୍ଷଣ ସାଜିଛନ୍ତି ଅଭିନେତା ପପୁ ପମ ପମ। ତାଙ୍କୁ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବ। ଅନ୍ୟାନ୍ୟ ଭୂମିକାରେ ପୁଷ୍ପା ପଣ୍ଡା, ମନସ୍ବିନୀ ପତି, ଚୌଧୁରୀ ଜୟପ୍ରକାଶ ଦାସ, ଜୀବନ ପଣ୍ଡା, ସନ୍ତୁ ନିଜେ, ମହାପ୍ରସାଦ କର, ନୈନା ନାଥ, ପ୍ରିୟଙ୍କା ସାହୁ, ଅର୍ପିତା ସାହୁ, ଆନ୍ନା କମେଡି, ବାପି କମେଡି, କାଳିଆ, ସୁଧୀର ବାରିକ, ବେକାରିଆ ନୁକ ପ୍ରମୁଖ ଅଭିନୟ କରିଛନ୍ତି। କାହାଣୀ ଓ ସଂଳାପ ରଚନା କରିଛନ୍ତି ଶୁଭ୍ରାଂଶୁ ବିଶ୍ୱାଳ।ଓମ ପାର୍ଥ ଜିତ କ୍ୟାମେରାରେ ଥିବା ବେଳେ ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ। ପ୍ରଚାର ମୁଖ୍ୟ ରହିଛନ୍ତି ହରପ୍ରସାଦ ମହାପାତ୍ର। ‘ଇସ୍କ ଟ୍ରାଫିକ’ ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

Odia Film ଆମର ମ୍ୟୁଜିକ
Share. Facebook Twitter LinkedIn Email WhatsApp Copy Link

Related Posts

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

April 7, 2026

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

April 7, 2026

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026
Latest News

ହାଜତ ମୃତ୍ୟୁ : ୬ ଅବସରପ୍ରାପ୍ତ ପୋଲିସ୍ ଗିରଫ

April 7, 2026

ଇଗ୍ନୋର ୩୯ତମ ସମାବର୍ତ୍ତନ ଉତ୍ସବ: ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ରରେ ୭ ହଜାରରୁ ଅଧିକ ଶିକ୍ଷାର୍ଥୀ ସମ୍ମାନିତ

April 7, 2026

ଡିଏଭି ପୋଖରୀପୁଟରେ ଓଡ଼ିଆ ପକ୍ଷ ଦିବସ

April 7, 2026

କେରଳର ମନ୍ଦିର ଏବଂ ହାତୀ କଲ୍ୟାଣ ପାଇଁ ୧୮ କୋଟି ପ୍ରଦାନ କଲେ ଅନନ୍ତ ଅମ୍ବାନୀ

April 7, 2026

ଆଜି ରାଜସ୍ଥାନ ଏବଂ ମୁମ୍ବାଇ ମୁହାଁମୁହିଁ: ଜାଣନ୍ତୁ କାହାର ପଲ୍ଲା ଭାରି?

April 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.