ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟଙ୍କ ଦେହାନ୍ତ

Published: Sep 12, 2020, 3:58 pm IST

ମୁମ୍ବାଇ: ପ୍ରଖ୍ୟାତ ବଲିଉଡ୍‌ କଣ୍ଠଶିଳ୍ପୀ ତଥା ଭଜନ ଗାୟିକା ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟ ପୋଡ୍‌ୱାଲଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 35 ବର୍ଷ ବୟସ ହୋଇଥିଲା। ଆଦିତ୍ୟଙ୍କ ପରଲୋକ ନେଇ ଗାୟକ ତଥା ସଙ୍ଗୀତଜ୍ଞ ଶଙ୍କର ମହାଦେବନ୍‌ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ଅନୁରାଧାଙ୍କ ପୁତ୍ର ଆଦିତ୍ୟ କିଡ୍‌ନୀ ରୋଗରେ ଆକ୍ରାନ୍ତ ଥିଲେ ଓ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଦିତ୍ୟ ଜଣେ ଜଣାଶୁଣା ମ୍ୟୁଜିକ୍‌ ଆରେଞ୍ଜର ଓ ପ୍ରଡ୍ୟୁସର ଭାବରେ ପରିଚିତ ।

Related posts