ଅମିର ଖାନଙ୍କ ଝିଅ ଇରା ଖାନଙ୍କ କଥାକୁ ନେଇ ସାରା ବଲିଉଡ୍ ପଡୁଛି ଉଠୁଛି, କଲେ ଏକ ବଡ ଖୋଲାସା

Published: Nov 3, 2020, 3:43 pm IST

ମୁମ୍ବାଇ, ପ୍ରଖ୍ୟାତ ଅଭିନେତା ଅମିର ଖାନଙ୍କ ଝିଅଙ୍କ ଏକ ଖୋଲାସକୁ ନେଇ ଚାରିଆଡେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି। ଅମିରଙ୍କ ଝିଅ ଇରା ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟିଂକୁ ନେଇ ଏହି ଚର୍ଚ୍ଚା ଚାଲିଛି। ଇରା କହିଛନ୍ତି ଯେ, ସେ ଚଉଦ ବର୍ଷ ବୟସ ବେଳେ ଯୌନ ଶୋଷଣର ଶିକାର ହୋଇଥିଲେ। ଏହାକୁ ନେଇ ପୁରା ବଲିଉଡ ପଡୁଛୁ ଉଠୁଛି।

ବିଶ୍ବ ଅବସାଦ ଦିବସ ଉପଲକ୍ଷେ ଇରା ଏହି ପୋଷ୍ଟିଂ କରିଛନ୍ତି। ସେଥିରେ ସେ କହିଛନ୍ତି ଯେ, ମୋ ବାପାମାଙ୍କ ଛାଡପତ୍ର ନେଇ ମୁଁ ଅବସାଦ ଗସ୍ତ ହୋଇ ନାହିଁ। ପଇସାପତ୍ର ନେଇ ଅବସାଦ ଗସ୍ତ ହୋଇ ନାହିଁ। ଶେଷରେ ସେ କହିଛନ୍ତି ଯେ 14 ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି। ତେବେ ତାହା ଯୋଗୁଁ ଅବସାଦ ହୋଇଥିଲେ କି ନାହିଁ ଇରା ଉଲ୍ଲେଖ କରି ନାହିାଁନ୍ତି।

Related posts