Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୋଟେଲ୍‌ ରୁମ୍‌ରେ ମିଳିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ
ଆଜିର ଖବର

ହୋଟେଲ୍‌ ରୁମ୍‌ରେ ମିଳିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ

December 9, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚେନ୍ନାଇ : ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଭିଜେ ଚିତ୍ରା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି । ମାତ୍ର 28 ବର୍ଷ ବୟସରେ ଅଭିନେତ୍ରୀ ଜଣକ ଚେନ୍ନାଇ ନସରପେଟ୍‌ଠାରେ ଏକ ହୋଟେଲ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବାର ସୂଚନା ରହିଛି ।

କିଛିଦିନ ପୂର୍ବେ ଜଣାଶୁଣା ବ୍ୟବସାୟୀ ହେମନ୍ତ ରବିଙ୍କ ସହିତ ତାଙ୍କର ନିର୍ବନ୍ଧ ହୋଇଥିବାବେଳେ ତାଙ୍କର ଆତ୍ମହତ୍ୟା ଖବରଟି ତାଙ୍କ ପ୍ରଶଂସକଙ୍କୁ ଝଟ୍‌କା ଦେଇଛି। ତେବେ ଚିତ୍ରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ତାଙ୍କ ଭାବୀସ୍ବାମୀଙ୍କୁ ପୋଲିସ୍‌ ପଚରାଉଚୁରା କରୁଛି ।

ତାମିଲ୍‌ ଭାଷାର ଲୋକପ୍ରିୟ ଧାରାବାହିକ ‘ପାଣ୍ଡିଆନ୍‌ ଷ୍ଟୋର୍ସ’ରେ ମୁଲଇ ଚରିତ୍ରରେ ଅଭିନୟ କରି ଘରେ ଘରେ ବେଶ୍‌ ପରିଚିତ ହୋଇପାରିଥିଲେ । ତେବେ ସେ ଡିପ୍ରେସନ୍‌ରେ ଥିବାରୁ ଏପରି ଏକ ଚରମ ନିଷ୍ପତ୍ତି ନେଇଥିବାର ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ସେ ଶୁଟିଂ ସାରା ବିଳମ୍ବିତ ରାତ୍ରି ଅର୍ଥାତ୍‌ 2.30ରେ ହୋଟେଲ୍‌କୁ ଫେରିଥିଲେ । ତେବେ ସେହି ହୋଟେଲ୍‌ରେ ସେ ତାଙ୍କ ଭାବୀ ସ୍ବାମୀଙ୍କ ସହିତ ରହୁଥିଲେ । ଚିତ୍ରାଙ୍କ ଭାବୀ ସ୍ବାମୀ ହେମନ୍ତଙ୍କ  କହିବାନୁସାରେ ଶୁଟିଂ ସାରି ଚିତ୍ରା ହୋଟେଲରେ ପହଞ୍ଚିବା ପରେ ଗାଧୋଇବାକୁ ଯାଇଥିଲେ। ସେ ଅଧିକ ସମୟ ଗାଧୁଆ ଘରେ ରହିବାରୁ ହେମନ୍ତ ଏନେଇ ହୋଟେଲ କର୍ମଚାରୀଙ୍କୁ ଜଣାଇଥିଲେ। ନକଲ ଚାବିରେ କବାଟ ଖୋଲିବା ପରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୁଲିସ ଚିତ୍ରାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସୂଚନାଯୋଗ୍ୟ, ଚିତ୍ରା ଜଣେ ସଫଳ ଅଭିନେତ୍ରୀ ହେବା ସହିତ ଜଣେ ଭଲ ଉପସ୍ଥାପିକା ଭାବେ ବେଶ୍‌ ପରିଚିତ ରହିଥିଲେ । 2013 ମସିହାରୁ ସେ ବହୁଲୋକପ୍ରିୟ ରିଅଲିଟି ଶୋ’ରେ ଉପସ୍ଥାପିକା ତଥା ପ୍ରତିଯୋଗୀ ଭାବେ ରହିଥିଲେ। ସେହିପରି ଜୀ ତାମିଲ୍‌ର ଧାରାବାହିକର ’ଡାର୍ଲିଂ ଡାର୍ଲିଂ, କର୍ଲସ୍‌ ତାମିଲ୍‌ରେ ଭେଲୁ୍ଞ୍ଚି’ରେ ମଧ୍ୟ ସେ ଅଭିନୟ କରିଥିଲେ । ମାତ୍ର 28 ବର୍ଷ ବୟସରେ ଚିତ୍ରାଙ୍କର ଆତ୍ମହତ୍ୟା ଖବର ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି । (ଏଜେନ୍ସି)

suicide
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026
Latest News

ପାକିସ୍ତାନକୁ ଝଟକା: ରୁଷ ସହ ୧୦,୦୦୦ କୋଟିର ଚୁକ୍ତି, ୨୮୮ଟି କ୍ଷେପଣାସ୍ତ୍ର କିଣିବ ଭାରତ

February 13, 2026

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ: ପୋଲିସର ତଦନ୍ତ ଆରମ୍ଭ

February 13, 2026

ଭାରତ ବିରୋଧୀ ମୌଲାନା ମାମୁନାଲ୍ ହକ୍‌ଙ୍କ ପରାଜୟ: ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ

February 13, 2026

ଜାଇକା ସହାୟତାପ୍ରାପ୍ତ ବନ ପ୍ରକଳ୍ପଗୁଡ଼ିକର ୧୪ତମ ଜାତୀୟ କର୍ମଶାଳା

February 13, 2026

“ଓଏସ-ସିଆଟି ମାଧ୍ୟମରେ ରାଜ୍ୟସ୍ତରୀୟ IT ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ” କାର୍ଯ୍ୟକ୍ରମର ଶୁଭାରମ୍ଭ

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.