Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳରୁ ଜିତିବା ସମ୍ଭବ ନୁହେଁ, ନିଜ ସର୍ଭେରୁ ବୁଝିଲେ ବୈଜୟନ୍ତ
ବିଶେଷ ଖବର

ବିଜେଡି ବ୍ୟତୀତ ଅନ୍ୟ କୌଣସି ଦଳରୁ ଜିତିବା ସମ୍ଭବ ନୁହେଁ, ନିଜ ସର୍ଭେରୁ ବୁଝିଲେ ବୈଜୟନ୍ତ

October 27, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଉ ପାଞ୍ଚ ମାସ ପରେ ଓଡିଶାର ବିଧାନସଭା ସହିତ ଲୋକ ସଭା ନିର୍ବାଚନ ହେବ। ସେଥିପାଇଁ ସବୁ ଦଳ ଯେପରି ବ୍ୟସ୍ତ ସେହିପରି ବିଜେଡିରୁ ବହିସ୍କୃତ ବୈଜୟନ୍ତ ପଣ୍ଡା ମଧ୍ୟ ନିଜ ଭାଗ୍ୟ ଓ ଭବିଷ୍ୟତକୁ ନେଇ ବେଶ୍ ଚିନ୍ତିତ। ବର୍ତ୍ତମାନ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ଏବଂ କେଉଁ ସ୍ଥାନରୁ ଛିଡା ହେବେ ସେ ନେଇ କୈଣସି ନିଷ୍ପତିରେ ପହଁଚି ପାରୁ ନାହିଁନ୍ତି। ସେଥିପାଇଁ ସେ ନୂଆ ଦିଲ୍ଲୀର ଏକ ପ୍ରତିଷ୍ଠିତ ସଂସ୍ଥାକୁ ଭଲ ଅର୍ଥ ଦେଇ ସର୍ଭେ କରାଇଥିବାର ଜଣାପଡିଛି। ଏହି ସଂସ୍ଥା ରାଜ୍ୟର ବିଭିନ୍ନ ଲୋକସଭା ଆସନକୁ ଯାଇ ବୈଜୟନ୍ତ କେଉଁ ଦଳରୁ ଛିଡା ହେଲେ ଭଲ ହେବ ଏବଂ ସେ କିପରି ନେତା ସେ ନେଇ ସଂସ୍ଥା ଏକ ସର୍ଭେ କରିଛି। ଏହି ସଂସ୍ଥାକୁ ବୈଜୟନ୍ତ ଦୁଇଟି ପର୍ଯ୍ୟାୟରେ ସର୍ଭେ କରିବା ପାଇଁ ବରାଦ କରିଥିବାର ଜଣାପଡିଛି। ପ୍ରଥମେ ସଂସ୍ଥା ବୈଜୟନ୍ତ କିପରି ନେତା ଏବଂ ସେ ସେହି ଅଞ୍ଚଳରେ ଛିଡା ହେଲେ ଭଲ ହେବ କା ନାହିଁ ସର୍ଭେ କରି ରିପୋର୍ଟ ଦେବାକୁ କହିଥିଲେ। ଫଳରେ ସଂସ୍ଥା ଦୀର୍ଘଦିନ ଧରି ସର୍ଭେ କରିବା ପରେ ଯେଉଁ ରିପୋର୍ଟ ବାହାରିଲା ତାହାକୁ ଦେଖି ବୈଜୟନ୍ତଙ୍କ ମୁଣ୍ଡ ବାଁରେଇ ଗଲା।

ସର୍ଭେ ମୁତାବକ ବୈଜୟନ୍ତଙ୍କୁ ଗ୍ରାମାଞ୍ଚଳ ଲୋକେ ବିଲକୁଲ ଜାଣନ୍ତି ନାହିଁ ବୋଲି ସଂସ୍ଥା କହିଲା। ଏପରିକି କେତେକ ସହରାଞ୍ଚଳର ଲୋକେ ବୈଜୟନ୍ତଙ୍କୁ ଟିଭିରେ ଦେଖିଥିବାର କହିଥିଲେ ମଧ୍ୟ ତାଙ୍କ ସଂପର୍କରେ ଅଧିକ କିଛି ଜାଣନ୍ତି ନାହିଁ ବୋଲି ମତ ଦେଇଥିଲେ। ହେଲେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ବୈଜୟନ୍ତଙ୍କୁ ଭଲଭାବରେ ଜାଣନ୍ତି ବୋଲି କହିଥିଲେ। ଏପରିକି ସେ କେତେଥର ସାଂସଦ ହୋଇଛନ୍ତି, ତାଙ୍କର କଣସବୁ ରହିଛି ଏହି ଗୋଷ୍ଠି ଭଲଭାବରେ ଅବଗତ ଅଛନ୍ତି। ସେହିପରି ବୈଜୟନ୍ତ ବିଜେଡିରୁ ବହିସ୍କୃତ ହେବା ସହିତ ତାଙ୍କର ରାଜନୈତିକ ବ୍ୟାପାର ଉପରେ ମଧ୍ୟ ଏହି ଗୋଷ୍ଠି ବେଶ ସ୍ପଷ୍ଟ ଉତ୍ତର ଦେଇଥିଲେ। ତେବେ ବୈଜୟନ୍ତ ତାଙ୍କ ଅଞ୍ଚଳରୁ ପ୍ରାର୍ଥି ହେଲେ ଭୋଟ ଦେବେ କି ନାହିଁ ବୋଲି ପଚାରାଯିବାରୁ ଏହି ଗୋଷ୍ଠି ରୋକଠୋକ ମନା କରିଦେଇଥିଲେ। ଏହାକର କାରଣ କଣ ବୋଲି ସଂସ୍ଥା ଯେଉଁ ରିପୋର୍ଟ ସଂଗ୍ରହ କଲା ତାହା ମଧ୍ୟ ବୈଜୟନ୍ତଙ୍କୁ ଏକ ଝଟକା ସଦୃଶ୍ୟ ହୋଇପଡିଛି। ସଂସ୍ଥାର ରିପୋର୍ଟ ଅନୁସାରେ ବୈଜୟନ୍ତ ସେମିତି କୌଣସି ଆକର୍ଷଣୀୟ ବ୍ୟକ୍ତିତ୍ବ ନୁହଁନ୍ତି। ସେ ବିଭିନ୍ନ ଗରିବ ଲୋକଙ୍କୁ ଯେତିକି ସାହାର୍ଯ୍ୟ କରିନ୍ତି ତାହାଠାରୁ ଢେର ଅଧିକ ଗୁଣ ସୋସିଆଲ ମିଡିଆରେ ପ୍ରଚାର କରନ୍ତି। ଅନ୍ୟପକ୍ଷରେ ବୈଜୟନ୍ତ ଶହଶହ କୋଟି ଟଙ୍କା ( ସଠିକ ଭାବେ କେତେ ଟଙ୍କା କହିପାରି ନ ଥିଲେ) ବିଦ୍ୟୁତ ବିଲକୁ ପଇଠ ନ କରି ନିଜର କ୍ଷମତା ବଳରେ ତାହା ଛାଡ ପାଇଛନ୍ତି ବୋଲି ଲୋକେ କହିଥିଲେ। ଏପରି ରିପୋର୍ଟ ହସ୍ତଗତ ହେବା ପରେ ବୈଜୟନ୍ତ ହତବାକ୍ ହୋଇଯାଇଥିଲେ। କାରଣ ରାଜନୈତିକ କ୍ଷେତ୍ରରେ ଏପରି ଅଭିଯୋଗ ତାଙ୍କର ଦେହସୁହା ହୋଇଯାଇଥିଲା। ହେଲେ ସର୍ଭେ ରିପୋର୍ଟରେ ଏପରି ରିପୋର୍ଟ ଆସିବା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଏହାପରେ ସଂସ୍ଥାକୁ ବୈଜୟନ୍ତ ପୁଣି ଏକ ସର୍ଭ କରିବା ପାଇଁ ଦାୟିତ୍ବ ଦେଇଥିଲେ। ତାହା ହେଲା ସେ କେଉଁ ଦଳରୁ ପ୍ରାର୍ଥି ହେଲେ ଭଲ ହେବ। ଏହି ରିପୋର୍ଟ ଯାହା ମିଳିଲା ତାହା ମଧ୍ୟ ଜୟ ପଣ୍ଡାଙ୍କ ମୁଣ୍ଡ ଘୁରେଇ ଦେଇଥିଲା। ଦିନରାତି ବେଶ୍ ପରିଶ୍ରମ କରି ସଂସ୍ଥା ଯେଉଁ ସର୍ଭେ କଲା ତାହା ହେଲା ବୈଜୟନ୍ତ ବିଜେଡି ବ୍ୟତିତ ଅନ୍ୟ କୌଣସି ଦଳରୁ ପ୍ରାର୍ଥି ହେଲେ ଜିତିବା ସମ୍ଭାବନା ନାହିଁ । ଅନ୍ୟଦଳ ସଂପର୍କରେ ସଂସ୍ଥାର ମତ ହେଲା ଯେ, ବିଜେପିରୁ ବୈଜୟନ୍ତ ପ୍ରାର୍ଥୀ ହେଲେ ତାହା ସେହି ଦଳ ପାଇଁ ଗ୍ରହଣୀୟ ହେବ ନାହିଁ। ଅନ୍ୟପକ୍ଷରେ ଜୟ ବିଜେଡିରୁ ଯେପରି ଫାଇଦା ହାସଲ କରିଛନ୍ତି ତାହା ଅନ୍ୟ ଦଳର କର୍ମିମାନଙ୍କ ପାଇଁ କେବେ ବି ଗ୍ରହଣୀୟ ହେବ ନାହିଁ ବୋଲି ସଂସ୍ଥା କହିଛି। ମୁଖ୍ୟତଃ ଜୟ ପଣ୍ଡାଙ୍କ ଦେହରେ ବିଜୁ ପଟ୍ଟନାୟକ ଏବଂ ବିଜେଡିର ଛାପ ଏପରି ଲାଗିଛି ରହିଛି ଯେ, ସେ ଆଉ ମାସ କେଇଟା ମଧ୍ୟରେ ଗେରୁଆ ହୋଇ ବୁଲିଲେ ଲୋକେ ଗ୍ରହଣ କରିବା ସମ୍ଭବ ହେବ ନାହିଁ। ଏପରିକି ସ୍ବାଧୀନ ପ୍ରାର୍ଥୀ ଭାବେ ମଧ୍ୟ ଗ୍ରହଣୀୟ ହେବେ ନାହିଁ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ହେଲେ ବୈଜୟନ୍ତ କଂଗ୍ରେସରେ ନିଜର ସ୍ଥିତି ପାଇଁ ସଂଘର୍ଷ କରିପାରିବେ ବୋଲି ସଂସ୍ଥା କହିଛି।

ବୈଜୟନ୍ତଙ୍କ ମୁଖ୍ୟ ସମସ୍ୟା ହେଲେ ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବାରୁ, ବିଜେଡି ବ୍ୟତିରକେ ନିଜର ସ୍ଥିତି କଣ ତାହା ତାଙ୍କୁ ଦେଖାଇବାର ସମୟ ନାହିଁ। ବିଜେଡି ଗନ୍ଧ ତାଙ୍କ ଦେହରୁ ଏ ପର୍ଯ୍ୟନ୍ତ ଯାଇ ନାହିଁ ବୋଲି ସଂସ୍ଥା କହିଛି। ଫଳରେ ଆଗାମୀ ନିର୍ବାଚନରେ ସେ କଣ କରିବେ ସେହି  ଚିନ୍ତାରେ ପଡିଛନ୍ତି। ତେବେ ବୈଜୟନ୍ତ ଏହି ସଂସ୍ଥା ଉପରେ ରାଗି କୁଆଡେ ଖପ୍ପା ହୋଇଛନ୍ତି। ସଂସ୍ଥା ଠିକ୍ ଭାବେ ସର୍ଭେ କରିପାରି ନାହିଁ ବୋଲି ବୈଜୟନ୍ତ ଅନୁଭବ କରି ପୁଣି ଆଉ ଏକ ନୂଆ ସଂସ୍ଥାକୁ ଦାୟିତ୍ବ ଦେଇଥିବାର ଜଣାପଡିଛି।  ଏହି ନୂଆ ସଂସ୍ଥା କେବଳ ତିନୋଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ଭେ କରିବା ପାଇଁ କୁହାଯାଇଛି। ମୁଖ୍ୟତଃ ଏହି ତିନୋଟି ନିର୍ବାଚନ ମଣ୍ଡଳିରୁ କେଉଁଠି ପ୍ରାର୍ଥି ହେଲେ ତାଙ୍କୁ ଭଲ ହେବ ତାହା ସର୍ଭେ କରି ରିପୋର୍ଟ ଦେବାକୁ କୁହାଯାଇଛି। ଏହି ନୂଆ ସଂସ୍ଥା ଆସନ୍ତା ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ରିପୋର୍ଟ ଦେବ ବୋଲି ଜଣାପଡିଛି।ତେବେ ଏ ନେଇ ବୈଜୟନ୍ତ ପଣ୍ଡାଙ୍କ ଅଫିସ ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

ପି.ଏମ୍ କିଷାନରେ ଆବଶ୍ୟକ ହେଉଥିବା ସମସ୍ତ ମାନଦଣ୍ଡକୁ ପୂରଣ କରି ସହାୟତା ଲାଭ କରନ୍ତୁ: ମୁଖ୍ୟମନ୍ତ୍ରୀ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026
Latest News

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026

‘ସୋଆ ପ୍ରକ୍ସିମା ୨୦୨୬’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଲେ ସନ୍ଥ ଗୌର ଗୋପାଳ ଦାସ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.