Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବର୍ତ୍ତମାନ ଭାରତରେ କଣ ରହିଛି କରୋନା ସ୍ଥିତି, ଚଟାପଟ ଜାଣନ୍ତୁ ଏହି ୧୨ ଟି ତଥ୍ୟ
ଜାତୀୟ ଖବର

ବର୍ତ୍ତମାନ ଭାରତରେ କଣ ରହିଛି କରୋନା ସ୍ଥିତି, ଚଟାପଟ ଜାଣନ୍ତୁ ଏହି ୧୨ ଟି ତଥ୍ୟ

December 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମେତ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀଭୂତ ରଣନୀତି ଓ ସକ୍ରିୟ ତଥା ଉଚିତ ପଦକ୍ଷେପ ଯୋଗୁ ଭାରତର କରୋନା ଆରୋଗ୍ୟ ହାର ବେଶ ଅଧିକ ରହିବା ସହ ସକ୍ରିୟ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ମୃତ୍ୟୁ ହାର ବି କମୁଛି । କରୋନା ସଂପର୍କରେ ଜାଣନ୍ତୁ ଏହି ୧୨ ଟି ତଥ୍ୟ

୧-ପ୍ରତ୍ୟେକ ଦିନ ନୂଆ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହା କି ଆକ୍ରାନ୍ତଙ୍କ ମଧ୍ୟରେ ଆରୋଗ୍ୟ ହାର ବୃଦ୍ଧିକୁ ସୁନିଶ୍ଚିତ କରିପାରିଛି । ମୋଟ କରୋନା ଆରୋଗ୍ୟ ମାମଲା ପାଖାପାଖି ୯୫ ଲକ୍ଷ (୯୪,୮୯,୭୪୦)ରେ ପହଞ୍ଚିଛି। ଆଜିକା ଦିନରେ ଆରୋଗ୍ୟ ହାର ୯୫.୩୧%କୁ ବୃଦ୍ଧି ପାଇଛି। ଏଥିସହ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏବେ ଏହା ୯୧,୬୭,୩୭୪ ରହିଛି।

୨-ସୁସ୍ଥ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଭାରତର ସକ୍ରିୟ ମାମଲା ସଂଖ୍ୟା ସଂକୁଚିତ ହେବାରେ ଲାଗିଛି। ଏହା ଭାରତର ମୋଟ ସକ୍ରିୟ ମାମଲା ୩,୨୨,୩୬୬ରେ ସୀମିତ ରଖିବା ସୁନିଶ୍ଚିତ କରିଛି, ଯାହା କି ମୋଟ ଆକ୍ରାନ୍ତ ମାମଲାର ମାତ୍ର ୩.୨୪% ।

୩-ବିଶ୍ୱରେ ଭାରତର କରୋନା ଆରୋଗ୍ୟ ହାର ସର୍ବାଧିକ ରହିଛି । ବିଶ୍ୱରେ ଆରୋଗ୍ୟ ହାର ୭୦.୨୭% ହୋଇଥିବା ବେଳେ ଭାରତରେ ଏହା ୯୫.୩୧% ହୋଇଛି। ଆମେରିକା, ବ୍ରାଜିଲ, ରୁଷ ଏବଂ ଇଟାଲୀରେ ଆରୋଗ୍ୟ ହାର କମ ରହିଥିବା ଏହି ଦେଶଗୁଡ଼ିକର ରିପୋର୍ଟ ଦର୍ଶାଉଛି ।

୪-ଜାତୀୟ ହାର ସହ ତାଳ ଦେଇ, ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ ହାରାହାରି ଅଙ୍କ ତୁଳନାରେ ଅଧିକ ରହିଛି ।

୫-ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୩,୨୯୧ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।
୬-ଦିନକରେ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ୭୫.୬୩% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

୭-କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫,୭୨୮ ଜଣ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୮୮୭ ରୋଗୀ ସୁସ୍ଥ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୨,୭୬୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

୮-ଗତ ୨୪ ଘଣ୍ଟାରେ ଦେଶରେ ୨୪,୦୧୦ ନୂଆ ମାମଲା ନୂଆ ମାମଲା ସାମ୍ନାକୁ ଆସିଛି। ନୂଆ ମାମଲା ମଧ୍ୟରୁ ୭୮.୨୭% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

୯-ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୬,୧୮୫ ନୂଆ ମାମଲା ଚିହ୍ନଟ କରାଯାଇଛି। ପଶ୍ଚିମବଙ୍ଗରେ ୨,୨୯୩ ରୋଗୀ ସାମ୍ନାକୁ ଆସିଥିବା ବେଳେ ଛତିଶଗଡ଼ରେ ୧,୬୬୧ ନୂଆ ମାମଲା ଚିହ୍ନଟ କରାଯାଇଛି।

୧୦-ଗତ ୨୪ ଘଣ୍ଟାରେ ୩୫୫ କରୋନା ରୋଗୀ ପ୍ରାଣ ହରାଇଛନ୍ତି, ଯାହାର ୭୯.୧୫% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

୧୧-ମହାରାଷ୍ଟ୍ରରେ ଦିନକରେ ୯୫ ରୋଗୀଙ୍କ ଜୀବନ ଯାଇଛି, ଯାହା ମୋଟ ଦୈନିକ ମୃତ୍ୟୁର ୨୬.୭୬% । ପଶ୍ଚିମବଙ୍ଗରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୩୨ ଜଣ ପ୍ରାଣ ହରାଇଛନ୍ତି ।

୧୨-ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ମୋଟ କରୋନା ଆକ୍ରାନ୍ତ ମାମଲା ଦୃଷ୍ଟିରୁ ଭାରତର କରୋନା ମୃତ୍ୟୁ ହାର ୧.୪୫% ରହିଛି ଏବଂ ଏହା କ୍ରମାଗତ ଭାବେ ହ୍ରାସ ପାଉଛି । ଭାରତର କରୋନା ମୃତ୍ୟୁ ହାର ବିଶ୍ୱରେ ସବୁଠୁ କମ ରହିଛି ।

କରୋନା କୋଭିଡ19
Share. Facebook Twitter LinkedIn Email WhatsApp Copy Link

Related Posts

ବିହାର ନିର୍ବାଚନ: ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ସ୍ୱାଗତ

November 14, 2025

ବିପୁଳ ବିଜୟ ପରେ ନୀତିଶ କୁମାରଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

November 14, 2025

ନୂଆପଡାବାସୀଙ୍କୁ ଧନ୍ୟବାଦ ଏବଂ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ…..

November 14, 2025

ବିହାର ନିର୍ବାଚନ ସମେତ ଆଠଟି ଆସନରେ ଉପନିର୍ବାଚନର ଫଳାଫଳ: ଜାଣନ୍ତୁ କଂଗ୍ରେସର ସ୍ଥିତି

November 14, 2025
Latest News

ବାଣପୁର ଓକିଲ ସଂଘର ୪୬ ତମ ବାର୍ଷିକ ଉତ୍ସବ: ଯୋଗଦେଲେ ଆଇନ ମନ୍ତ୍ରୀ

November 14, 2025

ଆସନ୍ତାକାଲିଠାରୁ ୧୮ ଯାଏଁ ଓଡ଼ିଆର୍ଟରେ ଆନ୍ତର୍ଜାତୀୟ ଚିଲିକା ଶେଲଡକ ଲୋକ ସଂସ୍କୃତି ଉତ୍ସବ

November 14, 2025

ବାଣପୁର ତାଲୁକ ଆଇନା ସେବା ସମିତି ପକ୍ଷରୁ ଶିଶୁଦିବସ ପାଳନ

November 14, 2025

ପ୍ରତ୍ୟେକ ଶିଶୁକୁ ସୁରକ୍ଷିତ ପରିବେଶ ସହ ଉପଯୁକ୍ତ ଶିକ୍ଷା ପ୍ରଦାନ ଜରୁରୀ: ସୋଆ ଉପସଭାପତି

November 14, 2025

ବାଲୁଗାଁ ରେଲୱେ ଓଭର ବ୍ରିଜ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.