Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବର୍ତ୍ତମାନ ଭାରତରେ କଣ ରହିଛି କରୋନା ସ୍ଥିତି, ଚଟାପଟ ଜାଣନ୍ତୁ ଏହି ୧୨ ଟି ତଥ୍ୟ
ଜାତୀୟ ଖବର

ବର୍ତ୍ତମାନ ଭାରତରେ କଣ ରହିଛି କରୋନା ସ୍ଥିତି, ଚଟାପଟ ଜାଣନ୍ତୁ ଏହି ୧୨ ଟି ତଥ୍ୟ

December 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମେତ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀଭୂତ ରଣନୀତି ଓ ସକ୍ରିୟ ତଥା ଉଚିତ ପଦକ୍ଷେପ ଯୋଗୁ ଭାରତର କରୋନା ଆରୋଗ୍ୟ ହାର ବେଶ ଅଧିକ ରହିବା ସହ ସକ୍ରିୟ ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ମୃତ୍ୟୁ ହାର ବି କମୁଛି । କରୋନା ସଂପର୍କରେ ଜାଣନ୍ତୁ ଏହି ୧୨ ଟି ତଥ୍ୟ

୧-ପ୍ରତ୍ୟେକ ଦିନ ନୂଆ ମାମଲା ତୁଳନାରେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହା କି ଆକ୍ରାନ୍ତଙ୍କ ମଧ୍ୟରେ ଆରୋଗ୍ୟ ହାର ବୃଦ୍ଧିକୁ ସୁନିଶ୍ଚିତ କରିପାରିଛି । ମୋଟ କରୋନା ଆରୋଗ୍ୟ ମାମଲା ପାଖାପାଖି ୯୫ ଲକ୍ଷ (୯୪,୮୯,୭୪୦)ରେ ପହଞ୍ଚିଛି। ଆଜିକା ଦିନରେ ଆରୋଗ୍ୟ ହାର ୯୫.୩୧%କୁ ବୃଦ୍ଧି ପାଇଛି। ଏଥିସହ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ଥିବା ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏବେ ଏହା ୯୧,୬୭,୩୭୪ ରହିଛି।

୨-ସୁସ୍ଥ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବା ଯୋଗୁ ଭାରତର ସକ୍ରିୟ ମାମଲା ସଂଖ୍ୟା ସଂକୁଚିତ ହେବାରେ ଲାଗିଛି। ଏହା ଭାରତର ମୋଟ ସକ୍ରିୟ ମାମଲା ୩,୨୨,୩୬୬ରେ ସୀମିତ ରଖିବା ସୁନିଶ୍ଚିତ କରିଛି, ଯାହା କି ମୋଟ ଆକ୍ରାନ୍ତ ମାମଲାର ମାତ୍ର ୩.୨୪% ।

୩-ବିଶ୍ୱରେ ଭାରତର କରୋନା ଆରୋଗ୍ୟ ହାର ସର୍ବାଧିକ ରହିଛି । ବିଶ୍ୱରେ ଆରୋଗ୍ୟ ହାର ୭୦.୨୭% ହୋଇଥିବା ବେଳେ ଭାରତରେ ଏହା ୯୫.୩୧% ହୋଇଛି। ଆମେରିକା, ବ୍ରାଜିଲ, ରୁଷ ଏବଂ ଇଟାଲୀରେ ଆରୋଗ୍ୟ ହାର କମ ରହିଥିବା ଏହି ଦେଶଗୁଡ଼ିକର ରିପୋର୍ଟ ଦର୍ଶାଉଛି ।

୪-ଜାତୀୟ ହାର ସହ ତାଳ ଦେଇ, ୧୮ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଆରୋଗ୍ୟ ହାର ଜାତୀୟ ହାରାହାରି ଅଙ୍କ ତୁଳନାରେ ଅଧିକ ରହିଛି ।

୫-ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩୩,୨୯୧ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।
୬-ଦିନକରେ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ୭୫.୬୩% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

୭-କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫,୭୨୮ ଜଣ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୮୮୭ ରୋଗୀ ସୁସ୍ଥ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୨,୭୬୭ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

୮-ଗତ ୨୪ ଘଣ୍ଟାରେ ଦେଶରେ ୨୪,୦୧୦ ନୂଆ ମାମଲା ନୂଆ ମାମଲା ସାମ୍ନାକୁ ଆସିଛି। ନୂଆ ମାମଲା ମଧ୍ୟରୁ ୭୮.୨୭% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ କରାଯାଇଛି ।

୯-ଗତ ୨୪ ଘଣ୍ଟାରେ କେରଳରେ ସର୍ବାଧିକ ୬,୧୮୫ ନୂଆ ମାମଲା ଚିହ୍ନଟ କରାଯାଇଛି। ପଶ୍ଚିମବଙ୍ଗରେ ୨,୨୯୩ ରୋଗୀ ସାମ୍ନାକୁ ଆସିଥିବା ବେଳେ ଛତିଶଗଡ଼ରେ ୧,୬୬୧ ନୂଆ ମାମଲା ଚିହ୍ନଟ କରାଯାଇଛି।

୧୦-ଗତ ୨୪ ଘଣ୍ଟାରେ ୩୫୫ କରୋନା ରୋଗୀ ପ୍ରାଣ ହରାଇଛନ୍ତି, ଯାହାର ୭୯.୧୫% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି ।

୧୧-ମହାରାଷ୍ଟ୍ରରେ ଦିନକରେ ୯୫ ରୋଗୀଙ୍କ ଜୀବନ ଯାଇଛି, ଯାହା ମୋଟ ଦୈନିକ ମୃତ୍ୟୁର ୨୬.୭୬% । ପଶ୍ଚିମବଙ୍ଗରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୩୨ ଜଣ ପ୍ରାଣ ହରାଇଛନ୍ତି ।

୧୨-ଭାରତରେ ଦୈନିକ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ମୋଟ କରୋନା ଆକ୍ରାନ୍ତ ମାମଲା ଦୃଷ୍ଟିରୁ ଭାରତର କରୋନା ମୃତ୍ୟୁ ହାର ୧.୪୫% ରହିଛି ଏବଂ ଏହା କ୍ରମାଗତ ଭାବେ ହ୍ରାସ ପାଉଛି । ଭାରତର କରୋନା ମୃତ୍ୟୁ ହାର ବିଶ୍ୱରେ ସବୁଠୁ କମ ରହିଛି ।

କରୋନା କୋଭିଡ19
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026

କୋଲକାତାରେ ୧୮୭୦୦ କୋଟିର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

March 14, 2026

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.