Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସତ ଓ ମିଛର ଦୋଛକିରେ ବୈଜୟନ୍ତଙ୍କ ଉଡାଣ
ବିଶେଷ ଖବର

ସତ ଓ ମିଛର ଦୋଛକିରେ ବୈଜୟନ୍ତଙ୍କ ଉଡାଣ

October 27, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

 

ଭାରତ ସରକାରଙ୍କ ବେସାମରିକ ବିମାନଚଳାଚଳ ବିଭାଗର ମହା ନିର୍ଦ୍ଦେଶକ ଗତ ପଚିଶ ତାରିଖ ଦିନ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର ରବିନସନ ଆର 44କୁ ବିପଜ୍ଜନକ ଭାବରେ ଉଡାଣ କରିନଥିଲା ବୋଲି ସ୍ପଷ୍ଟୀକରଣ ଦେବାପରେ, ଏହା ସତ୍ୟର ବିଜୟ ବୋଲି ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ୨୫ ତାରିଖ ଡିଜିସିଏ ନିଜର ଚିଠି ଲେଖି କହିଥିଲେ ଯେ ସେପ୍ଟେମ୍ବର ୧୫ ତାରିଖ ଦିନ ଏହି ହେଲିକେପ୍ଟର ଟି ଭୁବନେଶ୍ୱର ଏୟାର ପୋର୍ଟ ରୁ ବାହାରି ରାଜହଂସ, ପୁରୀ, କୋଣାର୍କ ଦେଇ ଗରଦପୁରଠାରେ ଓହ୍ଳାଇଥିଲା। ଏହା ବିପଜ୍ଜନକ ସ୍ତରରେ ନିଜର ଉଡାଣ କରିନଥିଲା ବୋଲି ଡିଜିସିଏ କହିଛି। ତେବେ ଏହି ଚିଠିଟି ସତ୍ୟର ବିଜୟ ବୋଲି ଶ୍ରୀ ପଣ୍ଡା ଯାହା କହିଛନ୍ତି, ତାହାର ସତ୍ୟାସତ୍ୟ ଖୋଜିବା ନିହାତି ଜରୁରୀ।

ପ୍ରାଥମିକ ଭାବରେ ଦେଖିଲେ ଡିଜିସିଏ ଲେଖିଥିବା ଚିଠିରେ କୌଣସି ପ୍ରକାର ବୈଷୟିକ ସୂଚନା ନାହିଁ। ପୋଲିସ ସୂତ୍ରରୁ ଜଣା ପଡିଛି ଯେ ଏହି ଚିଠି ଆଧାରରେ ବୈଜୟନ୍ତଙ୍କ ହେଲିକପ୍ଟର କୁ ଛଡା ଯାଇପାରିବନାହିଁ। ୧୫ ସେପ୍ଟେମ୍ବର ର ଉଡାଣ ବିଷୟରେ ପୁରୀ ପୋଲିସ ଯେଉଁ ସବୁ ତଥ୍ୟ ମାଗିଥିଲା ତାହା ଏହି ଚିଠିରେ ନାହିଁ। ହେଲିକପ୍ଟର କେତେ ତଳକୁ ଖସିଥିଲା, ଚିଲିକା ପାଣିରେ ଏହା ଓହ୍ଲାଇଥିଲା କି ନାହିଁ, ପୁରୀ ମନ୍ଦିର ଉପରେ ଉଡିଲା ବେଳେ ଏହା କେତେ ଦୂରତାରେ ଥିଲା ଇତ୍ୟାଦି କଥା ଏହି ଚିଠିରେ ବିଲକୁଲ ଉଲ୍ଲେଖ ନାହିଁ। ତେଣୁ ଏହା ଉପରେ ଅଧିକ ସ୍ପଷ୍ଟୀକରଣ ଦେବାକୁ ଡିଜିସିଏ କୁ ପୁରୀ ପୋଲିସ ଆଉ ଏକ ଚିଠି ଲେଖିଛନ୍ତି। ଡିଜିସିଏ ର ଏହି ଚିଠି ଘଟନା କୁ ସ୍ପଷ୍ଟ କରିବା ପରିବର୍ତ୍ତେ ଅଧିକ ଗୋଳମାଳିଆ କରିଦେଇଛି।

ଡିଜିସିଏ ର ଅଧିକାରୀ କେବଳ ଭୁବନେଶର ଏୟାର ପୋର୍ଟ କୁ ଆସି, ସମ୍ପୃକ୍ତ ହେଲିକପ୍ଟରର ବ୍ଲାକ ବକ୍ସର ତଦନ୍ତ ନକରି, ଏପ୍ରକାର ଅଧାପନ୍ତରିଆ ରିପୋର୍ଟ ଦେଇଛନ୍ତି ବୋଲି ପୁରୀ ପୋଲିସ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଅସଲ କଥା ହେଉଛି, ଯେଉଁ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଏହି ମାମଲା ହୋଇଛି, ସେମାନେ ହେଲିକପ୍ଟର ସ୍ପଷ୍ଟ ଭାବରେ ଚିଲିକା ପାଣିରେ ଓହ୍ଲାଇଥିଲା ବୋଲି ବୟାନ ଦେଇଛନ୍ତି। ସେହି ଆଧାରରେ ଏବେ ତଦନ୍ତ ଚାଲିବା କଥା।

ଉଡାଣ ସମ୍ପର୍କରେ ବାସ୍ତବ ତଥ୍ୟ ଦେବାରେ ଡିଜିସିଏ ଯଦି ସମର୍ଥ ନହୁଏ ତାହେଲେ, ହେଲିକପ୍ଟର ନିର୍ମାଣକାରୀ କମ୍ପାନୀ ଠାରୁ ଏ ବିଷୟରେ ତଥ୍ୟ ମଗାଯାଇପାରିବ ବୋଲି ପୋଲିସ କହିଛି। ନିକଟ ଅତୀତରେ ସିଲ ହୋଇଥିବା ହାଙ୍ଗରରେ ଇମ୍ଫା କମ୍ପାନୀର ଅନ୍ୟ ଦୁଇଟି ହେଲିକପ୍ଟରର ଆବଶ୍ୟକୀୟ ମରାମତି ଓ ନିୟମିତ ସର୍ଭିସ ନହେଲେ ଏଠି ସକାଶେ ହେବାକୁ ଥିବା କ୍ଷତି ପାଇଁ ପୋଲିସ ଦାୟୀ ରହିବ ବୋଲି ଏକ ଚିଠିରେ କୁହାଯାଇଛି। ତେବେ ଆଇନ ଅନୁସାରେ ଅନ୍ୟ ଦୁଇଟି ହେଲିକପ୍ଟରକୁ ଛଡାଯିବ କି ନାହିଁ,  ସେ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଏସପି କହିଛନ୍ତି।

ତେବେ ଏହି ଘଟଣାକ୍ରମରୁ ରାଜନୈତିକ ଫାଇଦା ଉଠାଇବା ଲାଗି ବୈଜୟନ୍ତ ବହୁ ପ୍ରକାର ଚେଷ୍ଟା କରୁଥିଲେ ମଧ୍ୟ, ସାଧାରଣ ଲୋକଙ୍କୁ ଏହା ପ୍ରଭାବିତ କରିପାରୁନାହିଁ। ଜଣେ ଶିଳ୍ପପତିଙ୍କ ହେଲିକପ୍ଟର ଯଦି ବେଆଇନ ଭାବେ ଚିଲିକାରେ ଓହ୍ଲାଇଥିବ ତେବେ ଆଇନ ଅନୁସାରେ ଏହା ଦଣ୍ଡ ପାଇବ। ସେଥିରେ ସାଧାରଣ ଲୋକ ଚିନ୍ତା କରିବା କାହିଁକି। ତେବେ ବୈଜୟନ୍ତ ପଣ୍ଡା ଓ ତାଙ୍କ ମାଲିକାନାରେ ଥିବା ଗଣମାଧ୍ୟମ ଏହାକୁ ଓଡିଶା ରାଜନୀତିର ଏକ ପ୍ରମୁଖ ସମସ୍ୟା ଭାବରେ ଉପସ୍ଥାପନ କରିବାକୁ ଗତ ଦେଢ ମାସ ହେଲା ଚେଷ୍ଟା କରୁଛନ୍ତି। ସାଧାରଣ ଲୋକର ତେଲ ଲୁଣର ସଂସାର ସହିତ ହେଲିକପ୍ଟର ଉଡାଣର ଯେ କୌଣସି ସମ୍ପର୍କ ନାହିଁ, ଏକଥା ଆକାଶରେ ଉଡୁଥିବା ନେତାମାନେ ବୁଝିପାରନ୍ତି ନାହିଁ!!

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026

ଲୋକସଭା ଏବଂ ରାଜ୍ୟସଭାରେ ଜନ ବିଶ୍ୱାସ ବିଲ୍- ୨୦୨୬ ପାସ୍

April 3, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

April 3, 2026

ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଏସିଆ ଉପରେ ଗଠିତ ମନ୍ତ୍ରୀଗୋଷ୍ଠୀର ଦ୍ୱିତୀୟ ବୈଠକ

April 3, 2026
Latest News

୨୦୨୬ ଆଇପିଏଲ: ପ୍ରଥମ ବିଜୟ ପରେ କେଉଁ ସ୍ଥାନରେ ରହିଲା SRH, ଜାଣନ୍ତୁ ପଏଣ୍ଟ ଟେବୁଲ

April 3, 2026

ଦଣ୍ଡ ନାଚରେ ଅଶ୍ଳୀଳତା ପ୍ରସଙ୍ଗ: କାରଣ ଦର୍ଶାଅ ନୋଟିସ ଜାରି କଲେ ଛତ୍ରପୁର ତହସିଲଦାର

April 3, 2026

ପାକିସ୍ତାନ ଉପରେ ଆଫଗାନିସ୍ତାନର ସର୍ଜିକାଲ୍ ଷ୍ଟ୍ରାଇକ୍: ୩ ପାକିସ୍ତାନୀ ସୈନିକ ନିହତ

April 3, 2026

ରାଜ୍ୟର ୧୮୮୯ ଟି ନୂତନ ଅଙ୍ଗନବାଡ଼ି ଗୃହ ଉଦଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ

April 3, 2026

ଓଡ଼ିଶାରେ ଆଦିବାସୀ ସାଂସ୍କୃତିକ ଐତିହ୍ୟର ପ୍ରଚାର

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.