Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପତି, ପତ୍ନୀ ଔର ପାର୍ଟି
ଆଜିର ଖବର

ପତି, ପତ୍ନୀ ଔର ପାର୍ଟି

December 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଲକାତା : ନିର୍ବାଚନ ସମୟ ଆସିଲେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଏ। ପଶ୍ଚିମବଙ୍ଗରେ ଏବେ ଦଳ ବଦଳ ଚାଲିଛି। ନିକଟରେ ଟିଏମ୍‌ସିର ବହୁ ନେତା ବିଜେପିରେ ମିଶିଥିବାବେଳେ ଏବେ ବିଜେପିକୁ ଝଟ୍‌କା ଲାଗିଛି। ଦଳର ସାଂସଦ ସୌମିତ୍ର ଖାନ୍‌ଙ୍କ ପତ୍ନୀ ସୁଜାତା ମଣ୍ଡଳ ବିଜେପି ଛାଡି ଟିଏମ୍‌ସିର ହାତ ଧରିଛନ୍ତି। ସୌମିତ୍ର ପଶ୍ଚିମବଙ୍ଗ ବିଜେପି ଯୁବା ମୋର୍ଚ୍ଚାର ଅଧ୍ୟକ୍ଷ ରହିଛନ୍ତି। ସୁଜାତାଙ୍କ ମିଶ୍ରଣ ପର୍ବରେ ଟିଏମସିର ବରିଷ୍ଠ ନେତା ସୌଗତ ରୟ ଓ ମୁଖପାତ୍ର କୁନାଲ ଘୋଷ ପ୍ରମୁଖ ଉପସ୍ଥିତ ରହିଥିଲେ। ଟିଏମ୍‌ସିର ଶୁଭେନ୍ଦୁ ଅଧିକାରୀ ବିଜେପିରେ ମିଶିଥିବାବେଳେ ଆଜି ସୁଜାତା ଟିଏମ୍‌ସିରେ ମିଶିଛନ୍ତି। ବିଜେପିର ଉପଯୁକ୍ତ ସମ୍ମାନ ମିଳୁନଥିବାର ଅଭିଯୋଗ କରିଛନ୍ତି ସୁଜାତା। ପଶ୍ଚିମବଙ୍ଗ ରାଜନୀତିରେ ସୁଜାତାଙ୍କ ବେଶ ଦବଦବା ରହିଛି।

ଅପରପକ୍ଷରେ ଶାହାଙ୍କ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତକୁ ନେଇ ରାଜନୀତି ଏବେ ପୂରା ସରଗରମ ରହିଛି। ଶାହା ଦିଦିଙ୍କୁ ଟାର୍ଗେଟ୍‌ କରୁଥିବାବେଳେ ମମତା ବାନାର୍ଜୀଙ୍କ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ବିଜେପିକୁ ଅଲ୍‌ଟିମେଟ୍‌ ଦେଇଛନ୍ତି। ବିଜେପି ପଶ୍ଚିମବଙ୍ଗରେ ଦୁଇ ଅଙ୍କ ମଧ୍ୟ ପାର୍‌ କରିପାରିବ ନାହିଁ।

ଅନ୍ୟପଟରେ ସୁଜାତା ଟିଏମ୍‌ସିରେ ଯୋଗ ଦେବା ପରେ ତାଙ୍କ ସ୍ବାମୀ ସୌମିତ୍ର ନାରାଜ ରହିଛନ୍ତି। ସୁଜାତାଙ୍କୁ ଛାଡପତ୍ର ଦେବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବାର ସୂଚନା ରହିଛି। ସୁଜାତା ଓ ସୌମିତ୍ରଙ୍କ ମଧ୍ୟରେ କିଛି ଦିନ ଧରି ମନାନ୍ତର ଲାଗି ରହିଥିଲା।

ସୁଜାତା ଟିଏମ୍‌ସିରେ ମିଶିବା ପରେ ସୌମିତ୍ର କହିଛନ୍ତି ଯେ, ପରିବାର ମଧ୍ୟରେ ମତଭେଦ ରହିଥିଲା। ପରିବାର ଭିତରେ ଝଗଡା ହୁଏ, କିନ୍ତୁ ଏହାକୁ ରାଜନୈତିକ ରୂପ ଦେବା ଠିକ୍‌ ନୁହେଁ। ସୌମିତ୍ର କହିଛନ୍ତି ଯେ, ସେ ବିଜେପିର ଏକ ସିପାହୀ। ବିନା ପଦବୀରେ ବି ମଧ୍ୟ ଲଢେଇ କରିବେ। ସାଂସଦ ସୌମିତ୍ର ଖାନ୍‌ଙ୍କ ସ୍ତ୍ରୀ ସୁଜାତା ବିଜେପିକୁ ଜିତାଇବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ତେବେ ଏବେ ପତି, ପତ୍ନୀ ଓ ପାର୍ଟି ମଧ୍ୟରେ କାହାକୁ ସଫଳତା ମିଳୁଛି ତାହା ସମୟ କହିବ।

westbengal election
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025

ଓଡିଶା ପାଇଁ ଐତିହାସିକ ମୁହୂର୍ତ୍ତ: ଓସ୍କାର ତାଲିକାରେ ସ୍ଥାନ ପାଇଲା ଅକ୍ଷୟ ପରିଜାଙ୍କ ‘ପାପା ବୁକା’

August 27, 2025

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025
Latest News

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025

ଓଡିଶା ପାଇଁ ଐତିହାସିକ ମୁହୂର୍ତ୍ତ: ଓସ୍କାର ତାଲିକାରେ ସ୍ଥାନ ପାଇଲା ଅକ୍ଷୟ ପରିଜାଙ୍କ ‘ପାପା ବୁକା’

August 27, 2025

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025

‘ଭାରତ ଏବଂ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ହେବ’: ପୂର୍ବତନ ବୈଦେଶିକ ସଚିବ

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.