Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପାଞ୍ଚ ବର୍ଷରେ ୪ କୋଟିରୁ ଉର୍ଦ୍ଧ୍ଵ ତଫସିଲଭୁକ୍ତ ଜାତି ଛାତ୍ରବୃତ୍ତି ଯୋଜନା ପାଇଁ ୫୯ ହଜାର କୋଟି ଅର୍ଥରାଶି ଅନୁମୋଦିତ
ଜାତୀୟ ଖବର

ପାଞ୍ଚ ବର୍ଷରେ ୪ କୋଟିରୁ ଉର୍ଦ୍ଧ୍ଵ ତଫସିଲଭୁକ୍ତ ଜାତି ଛାତ୍ରବୃତ୍ତି ଯୋଜନା ପାଇଁ ୫୯ ହଜାର କୋଟି ଅର୍ଥରାଶି ଅନୁମୋଦିତ

December 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପାଞ୍ଚ ବର୍ଷରେ ୪ କୋଟିରୁ ଉର୍ଦ୍ଧ୍ଵ ତଫସିଲଭୁକ୍ତ ଜାତି ଛାତ୍ରବୃତ୍ତି ଯୋଜନା ପାଇଁ ୫୯ ହଜାର କୋଟି ଅର୍ଥରାଶି ଅନୁମୋଦିତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଆର୍ଥିକ ବ୍ୟାପାର କମିଟି ତଫସୁଲଭୁକ୍ତ ଜାତିର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା କେନ୍ଦ୍ରୀୟ ପୋଷ୍ଟ ମାଟ୍ରିକ ସ୍କଲାରସିପ (ପିଏମଏସ-ଏସସି)ର ବିଶେଷ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି । ଆଗାମୀ ପାଞ୍ଚ ବର୍ଷରେ ଏହାଦ୍ଵାରା ୪ କୋଟିରୁ ଉର୍ଦ୍ଧ୍ଵ ତଫସିଲଭୁକ୍ତ ଛାତ୍ରଛାତ୍ରୀ ଉପକୃତ ହେବା ସହ ସଫଳତାର ସହ ସେମାନଙ୍କ ଶିକ୍ଷା ସଂପୂର୍ଣ୍ଣ କରିପାରିବେ ।

କ୍ୟାବିନେଟ ଅନୁମୋଦନ କରିଥିବା ୫୯ ହଜାର ୪୮ କୋଟି ଟଙ୍କାରୁ କେନ୍ଦ୍ର ସରକାର ୩୫ ହଜାର ୫୩୪ କୋଟି (ଶତକଡା ୬୦) ଓ ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିବେ । ଏଥିରେ ବର୍ତ୍ତମାନର ଅଙ୍ଗୀକାରବଦ୍ଧ ବୋଧ (କମିଟେଡ ଲାଇଏବିଲିଟି) ପଦ୍ଧତିକୁ ଦୂର କରାଯିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ କେନ୍ଦ୍ରର ଅଧିକ କ୍ଷମତା ରହିବ ।

ପୋଷ୍ଟ ମାଟ୍ରିକ ବୃତ୍ତି ଯୋଜନାରେ ଏକାଦଶ ଶ୍ରେଣୀ ବା ତା’ଠାରୁ ଅଧିକ ପାଠ ପଢିବାକୁ ଇତ୍ସୁକ ତଫସିଲଭୁକ୍ତ ଜାତିର ଛାତ୍ରଛାତ୍ରୀଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରିଥାନ୍ତି । କେନ୍ଦ୍ର ସରକାର ଏହି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ପାଞ୍ଚ ବର୍ଷ ମଧ୍ୟରେ ତଫସିଲଭୁକ୍ତ ଜାତିର ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଜାତୀୟ ସ୍ତରରେ କରିବାକୁ ଉଦ୍ୟମ କରିଛନ୍ତି ।

ଏଥିରେ ଯେଉଁ ନିଷ୍ପତି ନିଆଗଲା ତାହା ହେଲା

୧. ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ସବୁଠାରୁ ଗରିବ ବିଦ୍ୟାର୍ଥୀଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ତାଲିକାଭୁକ୍ତ କରାଯିବ । ଏକ ଆକଳନରୁ ଜଣାପଡିଛି ଯେ, ଦେଶର ପ୍ରାୟ ଏକ କୋଟି ୩୬ ଲକ୍ଷ ତଫସିଲଭୁକ୍ତ ଜାତିର ଛାତ୍ରଛାତ୍ରୀ ଦଶମ ଶ୍ରେଣୀରୁ ଅଧିକ ପଢି ପାରୁନାହାନ୍ତି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସେମାନଙ୍କୁ ଉଚ୍ଚ ଶିକ୍ଷା ପରିଧି ମଧ୍ୟକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ।

୨. ଏହି ଯୋଜନା ଅନଲାଇନ ହେବା ସହ ଏଥିରେ ମଜବୁତ ସାଇବର ସୁରକ୍ଷା ବ୍ୟବସ୍ଥା ରହିଛି । ଏଥିପାଇଁ ସ୍ଵଚ୍ଛତା, ଉତ୍ତରଦାୟିତ୍ଵ, ଅବିଳମ୍ବେ ସମୟଭିତ୍ତିକ ସହାୟତା ପ୍ରଦାନ ଓ ଦକ୍ଷତା ରଖିବ ।

୩. ରାଜ୍ୟଗୁଡିକ ଶତ ପ୍ରତିଶତ ନିର୍ଭୁଲ ଯୋଗ୍ୟତାର ଯାଞ୍ଚ, ଜାତି ସ୍ଥିତି, ଆଧାର ଚିହ୍ନଟିକରଣ ଓ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ବିବରଣୀ ଅନଲାଇନ ପୋର୍ଟାଲରେ ପ୍ରଦାନ କରିବେ ।

୪. ଛାତ୍ରୀଙ୍କୁ ଏହି ଯୋଜନା ଅଧୀନରେ ସହାୟତା ଡିବିଟି ମୋଡରେ କରାଯିବା ସହ ଯଥାସମ୍ଭବ ଆଧାର ସକ୍ଷମ ଦେ ପଦ୍ଧତିର ଅନୁସରଣ କରାଯିବ । କେନ୍ଦ୍ରୀୟ ଅଂଶ ଶତକଡା ୬୦ ଭାଗ ଆର୍ଥିକ ସହାୟତା ରାଶି ସିଧାସଳଖ ଡିବିଟି ଜରିଆରେ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ । ସମ୍ପୃକ୍ତ ରାଜ୍ୟ ସରକାର ତାଙ୍କ ଅଂଶ ପଇଠ କରିବା ସୁନିଶ୍ଚିତ କରିବାପରେ ଠିକ ସମୟ ସୂଚୀ ଅନୁସାରେ ପଠାଯିବ ।

୫. ସୋସିଆଲ ଅଡିଟ, ଷାଣ୍ମାସିକ ପ୍ରତି ଶିକ୍ଷାନୁଷ୍ଠାନର ଅଡିଟ ରିପୋର୍ଟ, ବାର୍ଷିକ ତୃତୀୟ ପକ୍ଷ ମୂଲ୍ୟାୟନ ଜରିଆରେ ସମଗ୍ର ପ୍ରକ୍ରିୟାର ନିରୀକ୍ଷଣ କରାଯିବ ।

କେନ୍ଦ୍ରୀୟ ସହାୟତା ପରିମାଣ ଯାହାକି ୨୦୧୭-୧୮ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ପାଖାପାଖି ଏଗାର ଶହ କୋଟି ଟଙ୍କା ଥିଲା ତାହା ୨୦୨୦-୨୧ ରୁ ୨୦୨୫-୨୬ ମଧ୍ୟରେ ପାଞ୍ଚଗୁଣାରୁ ଅଧିକ ଅର୍ଥାତ ଛଅ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇବ ।

Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026

ହୀରାପଥର ଖଣି ଚିହ୍ନଟ ହୋଇଥିବା ବିଧାନସଭାରେ ଲିଖିତ ଉତ୍ତର ଦେଲେ ଇସ୍ପାତ ଓ ଖଣି ମନ୍ତ୍ରୀ

March 20, 2026

ଆଜି ହେଉଛି ପଖାଳ ଦିବସ: ଜାଣନ୍ତୁ ଏହା କାହିଁକି ପାଳନ କରନ୍ତି ଓଡିଆ?

March 20, 2026

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026
Latest News

ଭୁବନେଶ୍ୱରସ୍ଥିତ ପାନ୍ଥନିବାସଠାରେ ଦୁଇ ଦିନିଆ ‘ପଖାଳ ପର୍ବ’ ଉଦଘାଟିତ

March 20, 2026

ଉତ୍କଳ ବିଶ୍ୱବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗର ସୁବର୍ଣ୍ଣ ଜୟନ୍ତୀ ସମାରୋହ

March 20, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତି ସମ୍ପର୍କରେ ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

March 20, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.