Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ରିଟେନର କୋଭିଡ-୧୯ର ନୂଆ ଷ୍ଟ୍ରେନକୁ ମୁକାବିଲା ପାଇଁ ଭାରତ ସରକାର ଆରମ୍ଭ କଲେ ବଡ ପଦକ୍ଷେପ
ଜାତୀୟ ଖବର

ବ୍ରିଟେନର କୋଭିଡ-୧୯ର ନୂଆ ଷ୍ଟ୍ରେନକୁ ମୁକାବିଲା ପାଇଁ ଭାରତ ସରକାର ଆରମ୍ଭ କଲେ ବଡ ପଦକ୍ଷେପ

December 26, 2020No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବ୍ରିଟେନର କୋଭିଡ-୧୯ର ନୂଆ ଷ୍ଟ୍ରେନକୁ ମୁକାବିଲା ପାଇଁ ଭାରତ ସରକାର ବର୍ତ୍ତମାନ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ଆଇସିଏମଆର ପକ୍ଷରୁ କୋଭିଡ-୧୯ ଉପରେ ଜାତୀୟ ଟାସ୍କ ଫୋର୍ସର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରିଟେନରେ ସାର୍ସ କୋଭ-୨ର ନୂଆ ଷ୍ଟ୍ରେନ ଦେଖାଦେବା ପରେ ପରୀକ୍ଷଣ, ଚିକିତ୍ସା ଏବଂ ନିରୀକ୍ଷଣରେ ପ୍ରମାଣ ଆଧାରିତ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଭାରିଆଣ୍ଟ ଷ୍ଟ୍ରେନରେ ୧୪ ଟି ଅଣ-ସମକକ୍ଷ (ଆମିନୋ ଏସିଡ୍ ପରିବର୍ତ୍ତନ) ପରିବର୍ତ୍ତନ, ୬ ଟି ସମକକ୍ଷ (ଅଣ ଆମିନୋ-ଏସିଡ୍ ପରିବର୍ତ୍ତନ) ଏବଂ ୩ ଟି ବିଲୋପନ ଅଛି। ସ୍ପାଇକ୍ (ଏସ) ଜିନରେ ଆଠଟି ପରିବର୍ତ୍ତନ ଅଛି ଯାହା ଏସିଇ୨ ରିସେପ୍ଟରଗୁଡିକର ବାଇଣ୍ଡିଂ ସାଇଟ୍ ବହନ କରିଥାଏ, ଯାହା ହେଉଛି ମାନବ ଶ୍ୱାସକ୍ରିୟାରେ ଜୀବାଣୁ ପ୍ରବେଶ କରିବାର ବିନ୍ଦୁ।

ବର୍ତ୍ତମାନ ସାର୍ସ କୋଭ-୨ ପାଇଁ ରହିଥିବା ଜାତୀୟ ଚିକିତ୍ସା ପଦ୍ଧତି, ପରୀକ୍ଷଣ ରଣନୀତି ଏବଂ ନିରୀକ୍ଷଣ ରଣନୀତି ସହିତ ବ୍ରିଟେନର ନୂଆ ଷ୍ଟ୍ରେନ ପାଇଁ କିପରି ରଣନୀତି ଅବଲମ୍ବନ କରାଯିବ ସେ ସମ୍ପର୍କରେ ଟାସ୍କଫୋର୍ସ ବିସ୍ତୃତ ଭାବେ ଆଲୋଚନା କରିଥିଲା। ବ୍ରିଟେନରେ ଠାବ ହୋଇଥିବା ଷ୍ଟ୍ରେନର ସଂକ୍ରମଣ ଆଶଙ୍କା ଅଧିକ ରହିଥିବାରୁ ଏହାକୁ ଠାବ କରିବା ଏବଂ ଭାରତରେ ଏହାର ଦ୍ରୁତ ସଂକ୍ରମଣକୁ ରୋକିବା ଲାଗି ଏଥିରେ ସଂକ୍ରମିତ ଲୋକଙ୍କୁ ଶୀଘ୍ର ଚିହ୍ନଟ କରିବା ଉପରେ ବୈଠକରେ ଜୋର ଦିଆଯାଇଥିଲା।

ନୂଆ ଷ୍ଟ୍ରେନ ଦେଖାଦେବା ସ୍ଥିତିରେ ଚିକିତ୍ସା ପଦ୍ଧତିରେ କୌଣସି ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି ଟାସ୍କଫୋର୍ସ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଆଇସିଏମଆର ପକ୍ଷରୁ ସବୁବେଳେ ସାର୍ସ-କୋଭ-୨ ପରୀକ୍ଷଣ ପାଇଁ ଦୁଇ କିମ୍ବା ତତୋଧିକ ଜିନ ପରୀକ୍ଷଣ କରାଯାଇଥାଏ। ସେଥିପାଇଁ ବର୍ତ୍ତମାନର ପରୀକ୍ଷଣ ରଣନୀତିରେ ସଂକ୍ରମିତ ମାମଲା ଚିହ୍ନଟରେ ପରିବର୍ତ୍ତନର ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା।

ବିଶେଷ କରି ବ୍ରିଟେନରୁ ଆସୁଥିବା ନୂଆ ଷ୍ଟ୍ରେନକୁ ଦେଖି ବର୍ତ୍ତମାନର ନିରୀକ୍ଷଣ ରଣନୀତି ଅତିରିକ୍ତ ସାର୍ସ-କୋଭ-୨ ପାଇଁ ପରିବର୍ଦ୍ଧିତ ଜେନୋମିକ ନିରୀକ୍ଷଣ କରାଯିବାକୁ ଟାସ୍କଫୋର୍ସ ପକ୍ଷରୁ ସୁପାରିସ କରାଯାଇଛି। ସାର୍ସ-କୋଭ-୨ର ପରିବର୍ତ୍ତିତ ଭୂତାଣୁ ବ୍ରିଟେନରେ ଠାବ କରାଯିବ ଏବଂ ଅନ୍ୟ ଦେଶଗୁଡ଼ିକ ଏହି ଦିଗରେ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଏନସିଡିସି ପକ୍ଷରୁ ଭାରତ ସରକାରଙ୍କୁ ଅବଗତ କରାଯାଇଛି। ଏହି ପରିସ୍ଥିତିକୁ ସକ୍ରିୟ ଭାବେ ଅନୁଧ୍ୟାନ କରାଯାଉଛି। ଏହି ପରିବର୍ତ୍ତିତ ଭୂତାଣୁକୁ ଚିହ୍ନଟ କରିବା ଏବଂ ଅବରୋଧ କରିବା ନିମନ୍ତେ ଏକ ରଣନୀତି କାଯ୍ୟକାରୀ କରାଯାଇଛି। ସେଗୁଡିକ ହେଲା

ଭାରତର ସମସ୍ତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରୀକ୍ଷଣ କଡାକଡି

1-ଗତ ୨୧ ଡିସେମ୍ବର-୨୩ ଡିସେମ୍ବର ମଧ୍ୟରେ ବ୍ରିଟେନରୁ ଆସି ପହଞ୍ଚିଥିବା ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦରରେ ପରୀକ୍ଷଣ କରାଯାଉଛି।

2-କେବଳ ଆରଟି-ପିସିଆର ପରୀକ୍ଷଣ ରିପୋର୍ଟ ଉପଲବ୍ଧ ଥିଲେ, ନେନେଟିଭ ଯାତ୍ରୀମାନଙ୍କୁ ବିମାନବନ୍ଦରରେ ପ୍ରବେଶ କରିବା ନିମନ୍ତେ ଅନୁମତି ଦିଆଯିବ।

3-ପଜିଟିଭ ହେଉଥିବା ସମସ୍ତ ଯାତ୍ରୀଙ୍କୁ ସଂସ୍ଥାଗତ ସଙ୍ଗରୋଧରେ ରଖାଯିବ ଏବଂ ସେମାନଙ୍କର ନମୁନା ହୋଲ ଜେନୋମ ସିକୁଏନ୍ସି (ଡବ୍ଲୁଜିଏସ) ପାଇଁ ପଠାଯିବ।

4-ନୂଆ ଷ୍ଟ୍ରେନରେ ସଂକ୍ରମିତ ହୋଇନଥିବା ସୁନିଶ୍ଚିତ ହେବା ପରେ ହିଁ ଯାଇ ପ୍ରଚଳିତ ପରିଚାଳନା ପ୍ରୋଟୋକଲ ଅନୁଯାୟୀ ପଜିଟିଭମାନଙ୍କୁ ସଂସ୍ଥାଗତ ସଙ୍ଗରୋଧ ଛାଡ଼ିବା ନିମନ୍ତେ ଅନୁମତି ମିଳିବ।

5-ପଜିଟିଭ ମାମଲାର ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ସଙ୍ଗରୋଧ ସୁବିଧାରେ ରଖାଯିବ ଏବଂ ଆଇସିଏମଆର ଗାଇଡଲାଇନ ଅନୁଯାୟୀ ସେମାନଙ୍କର ପରୀକ୍ଷା କରାଯିବ।

ଗୋଷ୍ଠୀ ନିରୀକ୍ଷଣ :

1- ବିଗତ ୨୮ ଦିନ ମଧ୍ୟରେ ବ୍ରିଟେନରୁ ଆସିଥିବା ଯାତ୍ରୀମାନଙ୍କର ସୂଚନା ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଇମିଗ୍ରେସନ ବ୍ୟୁରୋ ପକ୍ଷରୁ ପ୍ରଦାନ କରାଯାଇଛି।

2-୨୫ ନଭେମ୍ବର-୨୦ ଡିସେମ୍ବର ମଧ୍ୟରେ ବ୍ରିଟେନରୁ ଆସିଥିବା ଯାତ୍ରୀମାନଙ୍କୁ ଆଇଡିଏସପି ରାଜ୍ୟ ସର୍ଭିଲେନ୍ସ ୟୁନିଟ (ଏସଏସୟୁ) ଏବଂ ଜିଲ୍ଲା ସର୍ଭିଲେନ୍ସ ୟୁନିଟ (ଡିଏସୟୁ) ପକ୍ଷରୁ ଟ୍ରାକ କରାଯାଉଛି।

3-ଆଇସିଏମଆର ଗାଇଡଲାଇନ ଅନୁଯାୟୀ ଏହି ସବୁ ଯାତ୍ରୀମାନଙ୍କର ନମୁନା ପରୀକ୍ଷା କରାଯାଉଛି ଏବଂ ସମସ୍ତ ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ସଂସ୍ଥାଗତ ସଂଗରୋଧରେ ରଖାଯାଉଛି।

4-ସମସ୍ତ ପଜିଟିଭ ମାମଲାର ନମୁନା ଡବ୍ଲୁଜିଏସ ପାଇଁ ପଠାଯାଉଛି।

5-ଏହି ପଜିଟିଭ ମାମଲାଗୁଡ଼ଇକର ସମ୍ପ୍ରସାରିତ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ଏବଂ ସେମାନଙ୍କୁ ସଂସ୍ଥାଗତ ପୃଥକବାସରେ ରଖାଯାଉଛି।

6-୧୪ ଦିନ ପରେ ଦୁଇଟି ନମୁନା ନେଗେଟିଭ ଆସିବା ପରେ ପଜିଟିଭ ମାମଲାଗୁଡ଼ିକୁ ଛଡ଼ାଯାଉଛି।

ସମ୍ଭାବ୍ୟ ନିରୀକ୍ଷଣ

1-ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରୁ ୫% ପଜିଟିଭ ମାମଲାର ଡବ୍ଲୁଜିଏସ ପରୀକ୍ଷା ପାଇଁ ପଠାଯାଉଛି।

2-୫୦ ଜଣ ବ୍ରିଟେନ ଫେରନ୍ତାଙ୍କ ନମୁନା ସିକୁଏନ୍ସିଂ ପାଇଁ ମାନ୍ୟତାପ୍ରାପ୍ତ ପରୀକ୍ଷାଗାରଗୁଡ଼ିକୁ ପଠାଯାଇଛି।

3-ଏନସିଡିସିର ଅଧ୍ୟକ୍ଷତାରେ ଏକ ଜେନମିକ ସର୍ଭିଲେନ୍ସ କନସୋର୍ସିଅମ, ଆଇଏନଏସଏସିଓଜି ଗଠନ କରାଯାଇଛି।

4-ଏହି କନସୋର୍ସିୟମରେ ଥିବା ଅନ୍ୟ ପରୀକ୍ଷାଗାରଗୁଡ଼ିକ ହେଲେ : ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ, ନୂଆଦିଲ୍ଲୀ; ସିଏସଆଇଆର-ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି, ଦିଲ୍ଲୀ, ସିଏସଆଇଆର-ସେଣ୍ଟର ଫର ସେଲୁଲାର ଆଣ୍ଡ ମୋଲିକୁଲାର ବାୟୋଲୋଜି, ହାଇଦ୍ରାବାଦ; ଡିବିଟି-ଇନଷ୍ଟିଚ୍ୟୁଟ ଅଫ ଲାଇଫସାଇନ୍ସେସ, ଭୁବନେଶ୍ୱର; ଡିବିଟି-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ବାୟୋମେଡ଼ିକାଲ ଜେନୋମିକ୍ସ, କଲ୍ୟାଣୀ; ଡିବିଟି-ଇନଷ୍ଟେମ-ନ୍ୟାସନାଲ ସେଣ୍ଟର ଫର ବାୟୋଲୋଜିକାଲ ସାଇନ୍ସେସ, ବେଙ୍ଗାଲୁରୁ; ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋସାଇନ୍ସେସ(ନିମହାନ୍ସ), ବେଙ୍ଗାଲୁରୁ; ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି, ପୁନେ।

5-ବ୍ରିଟେନର ସାର୍ସକୋଭ-୨ ଷ୍ଟ୍ରେନକୁ ଆଗୁଆ ଠାବ ଏବଂ ଅବରୋଧ ନିମନ୍ତେ ଜେନୋମିକ ସର୍ଭିଲେନ୍ସ ବଢ଼ାଇବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ତେବେ ସାର୍ସକୋଭ-୨ ଭୂତାଣୁ ବାରମ୍ବାର ରୂପ ବଦଳାଉଥିବାରୁ ଅନ୍ୟ ଆରଏନଏ ଭାଇରସ ବିଷୟରେ ଜାଣିବା ମଧ୍ୟ ଜରୁରି। ସାମାଜିକ ଦୂରତା, ହାତ ସଫା ରଖିବା, ମାସ୍କ ପିନ୍ଧିବା ଏବଂ ଉପଲବ୍ଧ ହେଲେ ଏକ ପ୍ରଭାବୀ ଟୀକା ମାଧ୍ୟମରେ ମଧ୍ୟ ଭୂତାଣରୁ ପରିବର୍ତ୍ତିତ ରୂପକୁ ଅବରୋଧ କରିବା ସମ୍ଭବ ହୋଇପାରିବ।

ଏହି ବୈଠକରେ ନୀତି ଆୟୋଗର ସଦସ୍ୟ ପ୍ରଫେସର ବିନୋଦ ପଲ ଏବଂ ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଆଇସିଏମଆରର ମହାନିର୍ଦ୍ଦେଶକ ପ୍ରଫେସର ବଳରାମ ଭାର୍ଗବ ସହଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଏମ୍ସ ନିର୍ଦ୍ଦେଶକ ପ୍ରଫେସର ରଣଦୀପ ଗୁଲେରିଆ, ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ (ଡିଜିଏଚଏସ), ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ), ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଆଇସିଏମଆରର ଅନ୍ୟ ପ୍ରତିନିଧିଙ୍କ ସମେତ ସ୍ୱାଧୀନ ବିଷୟ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।

ଆଇସିଏମଆର ଜାତୀୟ ଟାସ୍କ ଫୋର୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025
Latest News

ବାରମ୍ବାର ନିଶା ଦ୍ରବ୍ୟ ଜବତ ପରେ ମୁଖ୍ୟ ଶାସନ ସଚିବ ଦେଲେ କଡା ନିର୍ଦ୍ଦେଶ, କହିଲେ….

August 25, 2025

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାହିଁକି ଭେଟିଲେ ରାଜ୍ୟପାଳ

August 25, 2025

ଗୋପାଳପୁରରେ ସମବାୟ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

August 25, 2025

ବିପର୍ଯ୍ୟୟ ମୁକାବିଲା, ଏଏମ୍ସ ଭୁବନେଶ୍ବରରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ତାଲିମ ଶିବିର ଆରମ୍ଭ

August 25, 2025

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.