Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବିହାରରେ କାମ କରିବ କି ଡିଭାଇଡ୍‌ ଆଣ୍ଡ୍‌ ରୁଲ୍‌ ପଲିସି!: ଲୋଭ ଦେଖାଇ ଫାଇଦା ପାଇଁ ଚାଲିଛି ମସୁଧା
ଜାତୀୟ ଖବର

ବିହାରରେ କାମ କରିବ କି ଡିଭାଇଡ୍‌ ଆଣ୍ଡ୍‌ ରୁଲ୍‌ ପଲିସି!: ଲୋଭ ଦେଖାଇ ଫାଇଦା ପାଇଁ ଚାଲିଛି ମସୁଧା

December 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ପାଟନା: ରାଜନୀତି ହେଉଛି ସତରଞ୍ଜ ଖେଳ ପରି। ଏଠି କୋଉ ମୁହୂର୍ତ୍ତରେ ସରକାର ଗଡିଯିବ କେହି କହିପାରିବେ ନାହିଁ। ରାଜନୀତିର କୂଟ ଚାଲ୍‌ ଆଗରେ ଜନାଦେଶ ବି ଫେଲ୍‌ ମାରିଯାଏ। ମହାରାଷ୍ଟ୍ରର ରାଜନୀତି ହେଉ କି ମଧ୍ୟପ୍ରଦେଶ କିମ୍ବା କର୍ଣ୍ଣାଟକ, ସବୁଠି ରାଜନୀତିର କୂଟ ଚାଲ୍‌ ଆଗରେ ସବୁ ପ୍ରଯତ୍ନ ବିଫଳ ପ୍ରମାଣିତ ହୋଇଛି। ବିହାର ରାଜନୀତିରେ ମଧ୍ୟ ଏବେ ହଲ୍‌ଚଲ ଆରମ୍ଭ ହେଲାଣି।

ନିକଟରେ ବିହାର ବିଧାନସଭାରେ ବାଜିମାତ୍‌ ମାରିଥିବା ବିଜେପି ଓ ଜେଡିୟୁ ମେଣ୍ଟ ଗଠନ କରି ଶାସନ ଚଳାଇଛନ୍ତି। କିନ୍ତୁ ଏନଡିଏ୍‌ରେ ଫାଟ ସୃଷ୍ଟି ହେବା କାରଣରୁ ଏବେ ଏହାର ଫାଇଦା ନେବାକୁ ଆରେଜଡି ପ୍ରାଣପ୍ରଣେ ଚେଷ୍ଟା ଚଳାଇଛି। ନିକଟରେ ଜେଡିୟୁରୁ ୬ ଜଣ ବିଧାୟକ ବିଜେପିରେ ମିଶିବା ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଥିବା ସମ୍ପର୍କରେ ଟିକେ ଅଡୁଆ ଦେଖାଦେଇଛି। ଠିକ୍‌ ଏହି ଅଡୁଆ ସୂତାରୁ ନିଜ ପାଇ ଖିଅ ଯୋଗାଡୁଛି ଆର୍‌ଜେଡି।

ବିହାରରେ ଆରଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀଙ୍କ କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପ୍ରଧାନମନ୍ତ୍ରୀ ପଦର ଲୋଭ ଦେଖାଇ ଏନଡିଏ ମେଣ୍ଟ ଭାଙ୍ଗିବାକୁ ଚେଷ୍ଟା କରିଛି ଆରଜେଡି। ନୀତିଶ ଆରଜେଡିକୁ ସହଯୋଗ କରି ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରନ୍ତୁ, ପ୍ରତିବଦଳରେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଉପସ୍ଥାପନ କରିବ। ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ନୀତିଶଙ୍କୁ ତୃତୀୟ ସାମ୍ମୁଖ୍ୟର ପ୍ରଧାନମନ୍ତ୍ରୀ ଭାବରେ ଉପସ୍ଥାପିତ କରିବା ପାଇଁ ଆରଜେଡିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ ମନ୍ତବ୍ୟ ଦେଇଛନ୍ତି। ତେବେ ଚୌଧୁରୀ ପ୍ରସ୍ତାବ ରଖିଥିବା ବେଳେ ଜେଡିୟୁ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ନିର୍ବାଚନୀ ଫଳାଫଳ ପରେ ମଧ୍ୟ ଆରଜେଡି ପକ୍ଷରୁ ଜେଡିୟୁ ନିମନ୍ତେ ସମାନ ପ୍ରସ୍ତାବ ଦିଆଯାଇଥିଲା। ତେବେ ମେଣ୍ଟଧର୍ମ ପାଳନ ନିମନ୍ତେ ନୀତିଶ ଉକ୍ତ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ମାତ୍ର ବର୍ତ୍ତମାନ ପରସ୍ଥିତି ଭିନ୍ନ ରହିଛି। ଅରୁଣାଚଳ ପ୍ରଦେଶରେ ୬ ଜଣ ଆରଜେଡି ବିଧାୟକ ବିଜେପିରେ ଯୋଗ ଦେବା ପରେ ଉଭୟ ଦଳ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇଛି। ନିକଟରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସେ ଲାଳାୟିତ ନାହାନ୍ତି, ବିଜେପି ଚାହିଁଲେ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେଇପାରିବ ବୋଲି ନୀତିଶ କହିଥିଲେ। ନୀତିଶଙ୍କ ଏହି ବୟାନ ପରେ ପୁଣି ଥରେ ଆରଜେଡି ପକ୍ଷରୁ ପ୍ରଧାନମନ୍ତ୍ରୀତ୍ୱର ଥୋପ ପକାଯାଇଛି।

ଅପରପକ୍ଷରେ ଜେଡିୟୁର ଜଣେ ବରିଷ୍ଠ ନେତା କହିଛନ୍ତି, ଏଲଜେପି ବିଜେପିର ବି ଟିମ ଭଳି କାମ କରୁଛି। ଏଲଜେପି କାରଣରୁ ଜେଡିୟୁ ଏକାଧିକ ଆସନରେ ପରାଜିତ ହୋଇଥିଲା। ବର୍ତ୍ତମାନର ଅରୁଣାଚଳପ୍ରଦେଶ ଘଟଣା ପରେ ବିଜେପିର ଅସଲ ଚରିତ୍ର ସାମ୍ନାକୁ ଆସିଛି। ଉଭୟ ଦଳ ମଧ୍ୟରେ ରହିଥିବା ବିଶ୍ୱାସ କମିବାରେ ଲାଗିଛି। ତେବେ ଆରଜେଡିର ଡିଭାଇଡ୍‌ ଆଣ୍ଡ ରୁଲ୍‌ ପଲିସି ଏଠି ସଫଳ ହେବ ନା ଏନଡିଏ ମେଣ୍ଟ ପୂର୍ବପରି କ୍ଷମତାରେ ରହିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

biharpolitics BJP jdu NDA rjd
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.