Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାମାରୀର ବର୍ଷ ୨୦୨୦ର କୋହ! କିଛି ସ୍ମୃତି ଓ କିଛି ଅନୁଭୂତି
ବିଶେଷ ଖବର

ମହାମାରୀର ବର୍ଷ ୨୦୨୦ର କୋହ! କିଛି ସ୍ମୃତି ଓ କିଛି ଅନୁଭୂତି

December 31, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବିଦାୟ ନେଇଛି କୋଡ଼ିଏ କୋଡ଼ିଏ। ବୋଧହୁଏ ଏଇପରି ଦାରୁଣ ଦୁଃସମୟ ଏପରି ବିଗତ ଶହେବର୍ଷ ଭିତରେ କେହିକେବେ ଅଂଗେ ନିଭାଇ ନଥିବ। ୨୦୨୦ ନୂଆ ବର୍ଷର ଉତ୍ସାହ ସହ ସ୍ୱାଗତ କରିଥିବା ଗଂଜାମ ଜିଲ୍ଲାବାସୀ ତଥା ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଦୁଇମାସ ପରେ ସବୁକିଛି ନୀରବ ରହିଯାଇଥିଲା। କରୋନା ମହାମାରୀର ଅବଧି ପ୍ରାୟ ୧୦ ମାସ ହେଲା ଲାଗିରହିବା ହେତୁ ଅଦ୍ୟାବଧି ସଂକଟ ଟଳିନଥିବା ଅନୁଭବ କରି ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆ ବର୍ଷକୁ ସ୍ୱାଗତ କରିବା ଉତ୍ସାହ ଉଦ୍ଦୀପନା ସବୁ କିଛି ମଉଳି ଯାଇଛି।

ଇଂରାଜୀ ନବବର୍ଷର ସ୍ୱାଗତ ପାଇଁ କେବଳ ସାମାଜିକ ଗଣମାଧ୍ୟମ ଏକମାତ୍ର ବିକଳ୍ପ। ତରୁଣ ତରୁଣୀରୁ ଦେଇ ବୟସ୍କଙ୍କ ପାଇଁ ଏକମାତ୍ର ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେବା ନେବା ପର୍ବକୁ ନେଇ ଆସିଛି ୨୦୨୧। କୋଡ଼ିଏ କୋଡ଼ିଏର ଚିତ୍ର ଥିଲା ବଡ଼ ଦାରୁଣ। ଅର୍ଥନୈତିକ ସ୍ଥିତିକୁ ବଜ୍ର ଆଘାତ ଦେବା ସହ ରାଜନୈତିକ ପରିସର ମଧ୍ୟ ଏକପ୍ରକାର ହଟଚମଟ।

ପ୍ରଶାସନିକ ବ୍ୟବସ୍ଥାରୁ ନେଇ ଘଟଣା ଦୁର୍ଘଟଣା, ସାହିତ୍ୟରୁ ନେଇ ସଂସ୍କୃତି ପରମ୍ପରାରୁ ନେଇ ଲୋକ ଉତ୍ସବ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଅନୁଶୀଳନ କରିଲା ବେଳେ ଅନୁଭବ ହୁଏ ୨୦୨୦ର ତିକ୍ତ ଅନୁଭୂତି। ଏକେ ଆରକେ ବଳି ଦୁଃଖର ଭଣ୍ଡାର ନେଇ ଆସିଥିବା ପୃଥିବୀକୁ ଏଇ ୨୦୨୦।

ଗଂଜାମ ଜିଲ୍ଲାରେ ମହାମାରୀ କରୋନାର ରୂପ ମେ ମାସରେ କ୍ରମଶଃ ବୃଦ୍ଧି ପାଇଁ ଜୁନ୍ ଜୁଲାଇ ବେଳକୁ ଅଧିକ ସାଂଘାତିକ ରୂପ ନେବା ବେଳକୁ ଗଂଜାମ ଜିଲ୍ଲାର ସ୍ଥିତି ଥିଲା ଅତି ସଂଗୀନ। ହଜାର ହଜାର ସଂଖ୍ୟାର ବାହାର ସୁରାଟରୁ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପରେ ସ୍ଥିତି ଅଧିକରୁ ଅଧିକ ଜଟିଳ ହେଲା। ସମାଜ ଆଗରେ ପ୍ରତ୍ୟେକ ସମୟରେ ଏକ ଚିନ୍ତିତ ଭାବରେ ପ୍ରଶାସନ ବିପର୍ତ୍ତିକୁ ଟାଳିବା ପାଇଁ ଯଥାସାଧ୍ୟ ଉଦ୍ୟମ ଥିଲା ପ୍ରଶଂସନୀୟ। ଜିଲ୍ଲାରେ ଏଗାରରୁ ଅଧିକ ଆଇଏଏସ୍ ଅଫିସରଙ୍କ ସକ୍ରିୟ ଭୂମିକା ସହ ପୋଲିସ୍‌, ଅଙ୍ଗନୱାଡ଼ି, ଆଶାକର୍ମୀ, ଏଲୋପାଥିକ ଡ଼ାକ୍ତର, ଆୟୁଷ ଡ଼ାକ୍ତରଙ୍କ ନିଷ୍ଠାପର କର୍ତ୍ତବ୍ୟରୁ ଆଜି କରୋନା ରୂପ ତଳମୁହାଁ ହୋଇ ବର୍ଷର ଶେଷ ଭାଗକୁ ଜିଲ୍ଲାବାସୀ ଆଶ୍ୱସ୍ତି ଅନୁଭବ କରୁଛନ୍ତି।

ରାଜନୀତିର ସ୍ଥିତି ଥିଲା ରୋଚକ। ବିଜୁ ଜନତା ଦଳର ମଂଗୁଆଳ ସାଜି ଆସୁଥିବା ଏକ ଅଂଚଳର ପ୍ରଭାବଶାଳୀ ନେତା ମଧ୍ୟରୁ ଅଲେଖ ଚୌଧୁରୀଙ୍କ ଆକସ୍ମିତ ଦୁଃଖଦ ବିୟୋଗ ଥିଲା ବଡ଼ ଯନ୍ତ୍ରଣାଦାୟକ। ଡ. ପ୍ରଦୀପ ପାଣିଗ୍ରାହୀ ଗୋପାଳପୁର ବିଧାୟକଙ୍କ ରାଜନୀତିର ପରିସରକୁ କଳୁଷିତ କରିଦେଲେ ପିତା ପୁତ୍ର ପାଠକଙ୍କ ପାଠ ଆଜି ସବୁଠାରୁ ଅଧିକ ରହସ୍ୟମୟ ଓ ରୁଚିକର। ଡ. ପ୍ରଦୀପ ପାଣିଗ୍ରାହୀ ବିଜୁ ଜନତା ଦଳର ତୁଙ୍ଗ ନେତା ଲୋକ ପ୍ରତିନିଧି ଭାବରେ ସମାଜରେ ସେ କିପରି ଗୋଟିଏ ମହାକାଳ ଫଳ ଏହା ପ୍ରମାଣିତ କରିଦେଲା ୨୦୨୦ର ଚର୍ଚ୍ଚିତ ଚେହେରା। ତାଙ୍କ ପାଇଁ ଦଳର ସଂକଟ ମଧ୍ୟ ବଢ଼ିବା ସହ ଅନେକ ବିରୋଧ କଟାକ୍ଷର ସମ୍ମୁଖୀନ ହେଲା ଶାସକ ଦଳ। ଏହାଛଡ଼ା କରୋନା ମହାମାରୀର ଚିତ୍ରଠାରୁ ଭୟଙ୍କର ଥିଲା ରାଜନେତାଙ୍କ ଚରିତ୍ର। ଏଇମାନେ ଲୋକପ୍ରତିନିଧି ହୋଇ ଲୋକଙ୍କ ପାଖକୁ ନଯାଇ ପ୍ରଶାସନିକ ମୁଣ୍ଡରେ ସବୁ ଢ଼ାଳି ଦେଇଥିଲେ। ଏହା ମଧ୍ୟ ସତ ଯେ ପ୍ରଶାସନିକ କଳର ଉପସ୍ଥିତ ବୁଦ୍ଧିରୁ କରୋନା ମୁକାବିଲା ଥିଲା ସହଜ।

ସାହିତ୍ୟରେ ଗଂଜାମ ମାଟିର କୃତି ଅର୍ଜନ କରିଥିଲେ ତିନି ସାହିତ୍ୟିକ ଡ. ଶରତ ଜେନା, ଡ. ପ୍ରସନ୍ନ ସ୍ୱାଇଁ ଏବଂ ଡ. ସିଦ୍ଧାର୍ଥ ପାଢ଼ୀ। ଓଡ଼ିଶା ସାହିତ୍ୟ ଏକାଡ଼େମୀର ଯୋଗଦାନ ଥିଲା ସୁଖଦକର କିନ୍ତୁ ମହାନ୍ ଗାଳ୍ପିକ ପ୍ରାବନ୍ଧିକ ପ୍ରଫେସର ହରିହର ଦାସ, ଡ. ଚନ୍ଦ୍ରମଣି ସ୍ୱାଇଁ, ଅଭିରାମ ପଣ୍ଡା ଶିଶୁ ସାହିତ୍ୟିକଙ୍କୁ ହରାଇ ଥିଲେ ସାହିତ୍ୟ ଅନୁରାଗୀ। ଭାଷା, ସଂସ୍କୃତି ଓ କଳାର ପୂଜାର କ୍ଷେତ୍ର ଗଂଜାମ ଏକ ପ୍ରକାର ସ୍ଥାଣୁ ଏବଂ ସିନେମା ହଲ୍ ଗୁଡ଼ିକର ସ୍ଥିତି ବେଳକୁ ବେଳ ସଂଗୀନ ଥିଲା। ଶ୍ରମିକ, ଶ୍ରମଜୀବୀଙ୍କ ଦୈନ୍ୟ ସ୍ଥିତି ଏକ ପ୍ରକାର ଗମ୍ଭୀର ଥିବାବେଳେ ବ୍ରହ୍ମପୁର ବାଣିଜ୍ୟ କ୍ଷେତ୍ର ହରାଇଥିଲା କୋଟି କୋଟି ଟଙ୍କାର ବ୍ୟାପାର।

ଶହେବର୍ଷ ଭିତରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ହେବା ଫଳରେ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ବଡ଼ଦୁଃଖ ଦୁର୍ଦ୍ଦିନର ସମୟ ଥିଲା କରୋନା। ପର୍ବପର୍ବାଣି ମୁଖରିତ ଗଂଜାମ ଜିଲ୍ଲାରେ ପ୍ରଥମଥର ପାଇଁ ବିଷୁବ ଉତ୍ସବ, ଦଣ୍ଡନାଟ ବନ୍ଦ ହେବା ସହିତ ଗାଁ ଗାଁରେ ନବରାତ୍ର ପୂଜାର ଆନନ୍ଦ ଛଡ଼ାଇ ନେଇଥିଲା କରୋନା। ଦୁର୍ଗାପୂଜା, ଗଣେଶ ପୂଜା ଏବଂ ସାବିତ୍ରୀ, ରଜ ଉତ୍ସବର ସୁଖ ଛଡ଼ାଇ ନେଇଥିଲା ମହାମାରୀର ସମୟ। ଏମିତିରେ କରୋନାକୁ ବିଦାୟ ଦେବା ପାଇଁ ଅନେକ ସଂଘର୍ଷ ଏବେବି ଲାଗିଥିବାବେଳେ ଆଜି ବି କରୋନାର ଭୟ ଭିତରେ ନୂଆବର୍ଷ ୨୦୨୧ ସ୍ୱାଗତ କରିବା ଆନନ୍ଦ ଛଡ଼ାଇ ନେଇଛି ମହାମାରୀ।

ମହାମାରୀର ବର୍ଷ ୨୦୨୦ ବିଦାୟ ଯିବା ପୂର୍ବରୁ ଅନେକ ଶୁଭେଚ୍ଛା ଜଣାଇ ଲେଖି କେବଳ ଈଶ୍ୱରଙ୍କୁ ପ୍ରାର୍ଥନା କରିଛନ୍ତି ବ୍ୟାଧିଭୟ ମୁକ୍ତ ବିଶ୍ୱ। ଆଗାମୀ ବର୍ଷକୁ ନୂଆ ଅନୁଭୂତି ସାଥୀରେ ନେଇ ଆସୁ ଏବଂ ବିଷାଦମୟ ବିଶ୍ୱ ମହଁରେ ହସ ଫଟିଉଠୁ।

ନୂଆ ବର୍ଷ
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

ବେଆଇନ ମହଜୁଦକାରୀ ଏବଂ କଳାବଜାର ରୋକିବା ପାଇଁ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

March 17, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Latest News

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026

‘ଭାରତୀୟଙ୍କ ଜୀବନ ସହିତ ଖେଳୁଛନ୍ତି…’: ପାକିସ୍ତାନୀ ଖେଳାଳିଙ୍କୁ କିଣିବାରୁ ବର୍ଷିଲେ ଗାଭାସ୍କର

March 17, 2026

ଆଜି ଚୈତ୍ର ଦ୍ବିତୀୟ ମଙ୍ଗଳବାର: ପଢନ୍ତୁ ମା’ ମଙ୍ଗଳାଙ୍କର ନୀତିକାନ୍ତି

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.