Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ – ମୁଖ୍ୟମନ୍ତ୍ରୀ
ଜାତୀୟ ଖବର

ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ – ମୁଖ୍ୟମନ୍ତ୍ରୀ

January 1, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ ଏବଂ ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ  ବୋଲି କହିଥିଲେ। କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚିୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହ କହିଥିଲେ।

ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ  ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ। ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, “ ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ।” ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ। ସାରା ବିଶ୍ବ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ ଆମର ଲକ୍ଷ ଲକ୍ଷ କୋଭିଡ ଯୋଦ୍ଧାଙ୍କ ନିଷ୍ଠା, ତ୍ୟାଗ ଓ ସେବା ଯୋଗୁ ଆମେ ଆଜି ଭଲ ସ୍ଥିତିରେ ରହିଛୁ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁଃଖର କଥା ଯେ ଏହି ଯୁଦ୍ଧରେ ଆମର ୧୦୦ରୁ ଅଧିକ କୋଭିଡ ଯୋଦ୍ଧା ଶହୀଦ ହୋଇଛନ୍ତି, ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ। ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାର ଆପଣମାନଙ୍କ ସହିତ ଅଛନ୍ତି। ଏ ଶୂନ୍ୟତା କେବେ ବି ପୂରଣ କରିହେବ ନାହିଁ। ଆମେ କେବଳ ଆପଣମାନଙ୍କୁ ଏତିକି ସହାୟତା କରିପାରିବୁ ଯେଉଁଥିରେ ସେମାନଙ୍କୁ ପରିବାରର ସଦସ୍ୟଙ୍କ ପରଲୋକ ଯୋଗୁ ଯେପରି ଆପଣଙ୍କ ପରିବାର କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି। ସରକାର ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ।

ମାଲକାନଗିରି, କଟକ, ବରଗଡ, ବାଲେଶ୍ବର ଓ ଗଞ୍ଜାମରେ ଉପସ୍ଥିତ ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାର ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ଶହୀଦ ମାନଙ୍କ ପରିବାରବର୍ଗ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧା ଓ ସହାୟତା ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ତତ୍ତ୍ବାବଧାନରେ ଓଡିଶା ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିପାରିଛି।୧୦ ଲକ୍ଷ ପ୍ରବାସୀ ଓଡିଆଙ୍କ ଆଗମନ ସମୟରେ ରାଜ୍ୟର ପରିଚାଳନା ଉଲ୍ଲେଖନୀୟ ଥିଲା ବୋଲି ସେ କହିଥିଲେ। ଆମର ସଠିକ ଯୋଜନା ଓ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ କୋଭିଡ ଯୁଦ୍ଧରେ ସଫଳତା ମିଳିପାରିଛି ବୋଲି ସେ କହିଥିଲେ।

ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଥିଲେ ଯେ ଓଡିଶା ଅତ୍ୟନ୍ତ ସଫଳତାର ସହ କୋଭିଡ ଯୁଦ୍ଧର ମୁକାବିଲା କରିଛି। ଏଥିରେ ୧୦୧ ଜଣ କୋଭିଡ ଯୋଦ୍ଧା ଶହୀଦ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୯୬ ଜଣ ଶହୀଦଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯାଇଛି। ଆସନ୍ତା ୨ ଦିନ ମଧ୍ୟରେ ବାକି ୫ ଜଣ ଶହୀଦଙ୍କ ପରିବାରକୁ ସହାୟତା ଦିଆଯିବ।

ଏହି କାର୍ଯ୍ୟକ୍ରମରେ କୋଭିଡ ଯୋଦ୍ଧାଙ୍କ ତ୍ୟାଗ ଓ ସେବା ସଂପର୍କରେ ଏକ ଭିଡିଓ ଚିତ୍ର ପଦର୍ଶନ କରାଯାଇଥିଲା। ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବ ମାନେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।

corona
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟମ୍ବର ୧୬ ତାରିଖ ମଙ୍ଗଳବାରରେ ଯାନ ଚାଳନାରେ ସାବଧାନ ରୁହନ୍ତୁ ଏହି ପାଞ୍ଚୋଟି ରାଶି

September 16, 2025

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025
Latest News

ରାଶିଫଳ: ସେପ୍ଟମ୍ବର ୧୬ ତାରିଖ ମଙ୍ଗଳବାରରେ ଯାନ ଚାଳନାରେ ସାବଧାନ ରୁହନ୍ତୁ ଏହି ପାଞ୍ଚୋଟି ରାଶି

September 16, 2025

ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର, ଦୁଇଜଣଙ୍କୁ କଳା ସମ୍ମାନ

September 15, 2025

ସୁମା ରିୟଲ ମିଡିଆ ପ୍ରାଇଭେଟ ଲିମିଟେଡ ପ୍ରସ୍ତାବିତ ସମ୍ ଲାଇଫ୍‌ସାଇନ୍‌ସେସ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

September 15, 2025

ପୂର୍ବତଟ ରେଳପଥର ହିନ୍ଦୀ ପଖୱାଡା 2025 ପାଳନ

September 15, 2025

ଆଲୋଚନା ଟେବୁଲକୁ ଆସୁଛି ‘ଭାରତ’: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କ ବଡ଼ ବୟାନ

September 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.