Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଚାଞ୍ଚଲ୍ୟକର ଘଟଣା, ଇସ୍ରୋର ଓଡିଆ ବୈଜ୍ଞାନିକଙ୍କୁ ମାରାତ୍ମକ ବିଷ ଦେଇ ହୋଇଥିଲା ହତ୍ୟା ଉଦ୍ୟମ
ଅପରାଧ

ଚାଞ୍ଚଲ୍ୟକର ଘଟଣା, ଇସ୍ରୋର ଓଡିଆ ବୈଜ୍ଞାନିକଙ୍କୁ ମାରାତ୍ମକ ବିଷ ଦେଇ ହୋଇଥିଲା ହତ୍ୟା ଉଦ୍ୟମ

January 7, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର, ଇସ୍ରୋରେ ଅବସ୍ଥାପିତ ଓଡିଆ ବୈଜ୍ଞାନିକ ତପନ ମିଶ୍ରଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଉଦ୍ୟମ। ଏ କଥାକୁ ଖୋଦ ତପନ ମିଶ୍ର ନିଜ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି। ଏହାକୁ ନେଇ ବର୍ତ୍ତମାନ ବିଶେଷଜ୍ଞ ମହଲରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। କଣ ପାଇଁ ଜଣେ ବୈଜ୍ଞାନିକଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା। ସେ ନେଇ ବର୍ତ୍ତମାନ ଉଠୁଛି ପ୍ରଶ୍ନ। ଏହି ଷଢଯନ୍ତ୍ରରେ କୌଣସି ବିଦେଶ ଶକ୍ତି ରହିଛି କି ବୋଲି ଅନେକ ସନ୍ଦେହ ମଧ୍ୟ କରୁଛନ୍ତି।

ରାୟଗଡାରେ ଜନ୍ମିତ ତପନ ମିଶ୍ର ବର୍ତ୍ତମାନ ଇସ୍ରୋର ବରିଷ୍ଠ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ସେ ଆସନ୍ତା ମାସରେ ଅବସର ଗ୍ରହଣ କରିବେ। ତା ପୂର୍ବରୁ ସେ ଭବିଷ୍ୟତ ଜୀବନ ବିପଦପୂର୍ଣ୍ଣ ରହିଛି ଭାବେ ସେ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ଖାଦ୍ୟରେ ଆର୍ସେନିକ ଟ୍ରାଇଅକ୍ସାଇଡ ନାମକ ଏକ ରଂଗହୀନ ଏବଂ ସ୍ବାଦହୀନ ମାରାତ୍ମକ ରାସାୟନିକ ପଦାର୍ଥ ମିଶାଯାଇଥିଲା। ତାଙ୍କର ବିଭାଗୀୟ ପଦନ୍ନତି ପାଇଁ ସାକ୍ଷାତକାର ଦେବାକୁ ଯାଇଥିବା ବେଳେ ଏହି ରାସାୟନିକ ପଦାର୍ଥ ଦିଆଯାଇଥିଲା।

ପ୍ରଥମେ ସେ ହଠାତ କିଛି ଜାଣିପାରି ନ ଥିଲେ। ହେଲେ ଏହି ବିଷର ପ୍ରଭାବ ଏପରି ଥିଲା ଯେ ସେ ପ୍ରାୟ ଦୁଇ ବର୍ଷ ଧରି ସେ ବିଭିନ୍ନ ରୋଗରେ ଘାଣ୍ଟି ହେଲେ ବୋଲି କହିଛନ୍ତି। ଏହାର ପ୍ରଭାରରେ ତାଙ୍କର ରକ୍ତକ୍ଷୟ, ଶ୍ବାସପ୍ରଶ୍ବାସରେ କଷ୍ଟ ହେବା, ହୃଦଘାତ ହେବା, ହାତପାଦ ନଖ ମରିଯିବା, ସ୍ନାୟୁ ଏବଂ ମେରୁଦଣ୍ଡର ଗୁରୁତର ସମସ୍ୟା ଦେଖାଦେଇଥିଲା।

ଶରୀରରେ ଏପରି ଲକ୍ଷଣ ଆସିବା ପରେ ସେ ପ୍ରଥମେ ଅହମ୍ମଦାବାଦ ଏବଂ ପରେ ନୂଆଦିଲ୍ଲର ଏମସ ହସପିଟାଲରେ ଚିକିତ୍ସିତ ହୋଇଥିଲେ। ସେହି ସମୟରେ ଜଣାପଡିଥିଲା ଯେ ତାଙ୍କ ଦେହରେ ଏହି ମାରାତ୍ମକ ରାସାୟନିକ ପଦର୍ଥ ପ୍ରବାହିତ ହେଉଛି। ଫୋରନେସିକ ବିଭାଗର ପ୍ରଫେସର ସୁଧୀର ଗୁପ୍ତା ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ବିଷ ଶରୀରରେ ପ୍ରବେଶ କଲେ ମୃତ୍ୟୁ ନିଶ୍ଚିତ ହେବା କଥା। ଆପଣ କେମିତି ବଞ୍ଚିଛନ୍ତି ବୋଲି ଗୁପ୍ତା ପ୍ରଶ୍ନ କରିଥିବାର ତପନ ମିଶ୍ର ଫେସବୁକରେ ଉଲ୍ଲେଖ କରିଛନ୍ତି।

ଏହି ରାସାୟନିକ ପଦାର୍ଥ ଦେବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଏହାର ପ୍ରଭାବରେ ହଠାତ ତାଙ୍କର ହୃଦଘାତ ହୋଇ ମୃତ୍ୟୁ ହୋଇଥାଆନ୍ତା, କେହି ଜାଣିପାରି ନ ଥାଆନ୍ତେ। ପ୍ରଥମେ ତାଙ୍କ ଶରୀରେ ଯେପରି ଲକ୍ଷଣ ଦେଖାଦେଇଥିଲା ସେଥିରେ ବିଷ ପ୍ରୟୋଗ ଥିଲା ବୋଲି ଇସ୍ରୋର କେତେକ ବୈଜ୍ଞାନିକ ସନ୍ଦେହ ପ୍ରକଟ କରିଥିଲେ। ଏ ସଂପର୍କରେ ଗୃହ ବିଭାଗ ସିକ୍ୟୁରିଟ ଅଥରିଟିକୁ ମଧ୍ୟ ଅବଗତ କରାଯାଇଥିଲା। ସେମାନେ ତଦନ୍ତ କରି ୨୦୧୭ ମସିହାରେ ବିଷ ପ୍ରୟୋଗ ହୋଇଥଲା ବୋଲି ଜଣାଇଥିଲେ।

ତପନ ମିଶ୍ର ତାଙ୍କ ଫେସବୁକରେ ଉଲ୍ଲେଖ କରିଛନ୍ତି ଯେ ୧୯୭୧ ମସିହାରେ ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରଭାଇଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା। ସେହିପରି ୧୯୯୯ ମସିହାରେ ଅନ୍ୟତମ ବୈଜ୍ଞାନିକ ଏସ ଶ୍ରୀନିବାସଙ୍କର ମଧ୍ୟ ଅଚାନକ ମୃତ୍ୟୁ ହୋଇଥିଲା। ୧୯୯୪ ମସିହାରେ ବୈଜ୍ଞାନିକ ନାମ୍ବିନାରାୟନଙ୍କର ମଧ୍ୟ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତେଣୁ ସେହିପରି ମୋତେ ହତ୍ୟା କରିବା ପାଇଁ କେହି ଷଢଯନ୍ତ୍ର କରିଥାଇପାରେ ବୋଲି ସେ କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ବୈଜ୍ଞାନିକ ତଥା ବିଶେଷଜ୍ଞ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଛି।

ଇସ୍ରୋ ବୈଜ୍ଞାନିକ ତପନ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.