Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପ୍ରଧାନମନ୍ତ୍ରୀଙ୍କ ମନର କଥା ବନାମ ବିଜେପି ଦଳର କଥା
ବିଶେଷ ଖବର

ପ୍ରଧାନମନ୍ତ୍ରୀଙ୍କ ମନର କଥା ବନାମ ବିଜେପି ଦଳର କଥା

October 31, 2018No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଅକ୍ଟୋବର ୨୮ ତାରିଖ ଦିନ ଆକାଶବାଣୀରେ ନିଜର ମନକଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଡିସେମ୍ବର ମାସରେ ଭୁବନେଶ୍ବରଠାରେ ଆୟୋଜିତ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ଵ କପ ବିଷୟରେ ଉଲ୍ଲେଖ କରିଥିଲେ। ଓଡିଶା ଆସୁଥିବା ଖେଳାଳୀମାନେ ପୁରୀ, କୋଣାର୍କ ଓ ଚିଲିକା ବୁଲି ଦେଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଓଡିଶା ସରକାର ଆୟୋଜନ କରୁଥିବା ବିଶ୍ଵକପ ହକି ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଉତ୍ସାହଜନକ ବକ୍ତବ୍ୟ ବେଶ ଗୁରୁତ୍ଵ ବହନ କରୁଛି। ଗୋଟେ ପକ୍ଷରେ ପ୍ରଧାନମନ୍ତ୍ରୀ ହକି ଆୟୋଜନ ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା କରୁଥିବା ବେଳେ ତାଙ୍କ ଦଳ ଓ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟ ଧର୍ମେନ୍ଦ୍ର ପ୍ରଧାନ ହକି ରେ ମାଟିଥିବା ଓଡିଶା ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି।

ଇତି ମଧ୍ୟରେ ବିଭିନ୍ନ ସ୍ଥାନରେ ଭାଷଣ ଦେଇ ଓ ଗଣ ମାଧ୍ୟମକୁ ଦେଇଥିବା ନିଜର ବକ୍ତବ୍ୟରେ ଧର୍ମେନ୍ଦ୍ର ଓଡିଶା ସରକାରଙ୍କ ହକି ପ୍ରେମକୁ କଟାକ୍ଷ କରିଛନ୍ତି। ଓଡିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିକୁ ଓଡିଶାର ସାମାଜିକ ଜୀବନର ଏକ ଅଂଶ ବୋଲି କହୁଥିବାବେଳେ ଏହା ସମ୍ବଳ ର ଅପଚୟ ବୋଲି ବିଜେପି ତରଫରୁ ଯୁକ୍ତି କରାଯାଉଛି।ତେବେ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” ଓଡିଶା ସରକାରଙ୍କ ଲାଗି ବଡ ଉତ୍ସାହପ୍ରଦ କଥା ହୋଇଥିବାବେଳେ, ରାଜ୍ୟ ବିଜେପି ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ସାଧାରଣ ନିର୍ବାଚନର ଠିକ ପୂର୍ବରୁ ଭୁବନେଶ୍ବରରେ ବିଶ୍ଵ କପ ହକିର ଆୟୋଜନ ବିଜେଡି ସରକାର ପାଇଁ ଏକ ବଡ ବିଜ୍ଞାପନ ସୁଯୋଗ ସୃଷ୍ଟି କରିବ ଓ ଏହା ନବୀନଙ୍କ ଭାବମୂର୍ତ୍ତି ବଢାଇବାରେ ସହାୟକ ହେବ ବୋଲି ବିଜେପି ଆକଳନ କରୁଛି। ପ୍ରଥମଥର ଲାଗି ଓଡିଶା ଏତେବଡ ଆନ୍ତର୍ଜାତିକ କ୍ରୀଡା ଉତ୍ସବ ର ଆୟୋଜନ କରୁଥିବାରୁ, ଏହାକୁ ନେଇ ରାଜନୀତି ସରଗରମ ହେବା ସ୍ଵାଭାବିକ। କିନ୍ତୁ ଏହାକୁ ନେଇ ଭୋଟ ରାଜନୀତି କଲେ ଲୋକ ତାକୁ ଠିକ ଢଙ୍ଗରେ ନେଇ ନପାରନ୍ତି। ବିଶ୍ଵକପ ହକି କୁ ନେଇ ଏବେ ଯେଉଁ ପ୍ରସ୍ତୁତି ଚାଲିଛି, ସେଥିରେ ଅମିତାଭ ବଚ୍ଚନ, ଶାହରୁଖ ଖାନ ଓ ଏଆର ରହମାନଙ୍କ ଭଳି ବଡ ତାରକା ସମ୍ପୃକ୍ତ ରହିଛନ୍ତି। ହକିକୁ ଲୋକପ୍ରିୟ କରାଇବାର ଏହି ଯୋଜନାରେ ପରୋକ୍ଷ ଭାବରେ ବିଜେଡ଼ିକୁ ନିଶ୍ଚୟ ଲାଭ ମିଳିବ। ତେଣୁ ଏହାକୁ ରାଜନୈତିକ ସ୍ତରରେ ସମାଲୋଚନା କରିବା ସହିତ ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରିବାକୁ ବିଜେପି ଚାହୁଛି।

ପ୍ରଥମ ଦିନରୁ ହକିକୁ ନେଇ ରାଜ୍ୟ ବିଜେପି ଓଡିଶା ସରକାରଙ୍କୁ ସମାଲୋଚନା କରୁଥିବାବେଳେ ହଠାତ ମନ କି ବାତ ରେ ପ୍ରଧାନମନ୍ତ୍ରୀଙ୍କ ଏ ବିପୁଳ ପ୍ରଶଂସା ବିଜେପିକୁ ଅଡୁଆ ସ୍ଥିତିରେ ପକାଇଛି। ଯେଉଁ ଦିନ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କୁ ବିପୁଳ ପ୍ରଶଂସା କରୁଛନ୍ତି, ସେହିଦିନ ଧର୍ମେନ୍ଦ୍ର ଚାଷୀ ଆତ୍ମହତ୍ୟା ବେଳେ ନବୀନ ସରକାର ଖେଳରେ ମାତିଛନ୍ତି ବୋଲି ବୟାନ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଏ ପରସ୍ପର ବିରୋଧୀ ବୟାନ ରୁ ବିଜେଡି ବଢିଆ ଲାଭ ଉଠେଇବାର ସୁଯୋଗ ପାଇଛି।

ହକି ପ୍ରସଙ୍ଗ ଓ ମନ କି ବାତ ଭିତରେ ଭବିଷ୍ୟତ ପାଇଁ ବିଜେଡି-ବିଜେପିର ଏକ ସମ୍ଭାବ୍ୟ ସହାବସ୍ଥାନ ର ସୂଚନା ରହିଛି କି? ଏହି ପ୍ରସଙ୍ଗ କୁ ଏତେ ସହଜରେ ଆଡେଇ ଦିଆ ଯାଇ ପାରିବ ନାହିଁ।

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026

ରାଜ୍ୟସଭାରେ ଅର୍ଥନୀତି ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ସାଂସଦ ପି. ଚିଦାମ୍ବରମ

February 9, 2026

ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି

February 9, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026

ଅନ୍ଧାରରେ ବୁଡ଼ିଯିବ ବାଂଲାଦେଶ?: ବିଦ୍ୟୁତ୍ ଯୋଗାଣ ବନ୍ଦ କରିବାକୁ ଧମକ ଦେଲା ଆଦାନୀ ଗ୍ରୁପ୍

February 9, 2026

ପାକିସ୍ତାନର ୟୁ-ଟର୍ଣ୍ଣ: ଟି୨୦ ବିଶ୍ୱକପରେ ଭାରତ ସହିତ ଖେଳିବାକୁ ରାଜି

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.