Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରି କଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ
ଜାତୀୟ ଖବର

ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରି କଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ

January 16, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣର ଶୁଭାରମ୍ଭ କରି କଣ କହିଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି । ଦେଶର କୋଣଅନୁକୋଣରେ ପହଞ୍ଚିବାକୁ ଥିବା ଏହା ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ । ଏହାର ଶୁଭାରମ୍ଭ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୩୦୦୬ରୁ ଊର୍ଦ୍ଧ୍ୱ ଟୀକାକରଣ କେନ୍ଦ୍ର ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ପ୍ରାରମ୍ଭରେ ଟୀକା ବିକଶିତ କରିଥିବା ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ସାଧାରଣତଃ ଟୀକା ପ୍ରସ୍ତୁତ କରିବା ପାଇଁ ବର୍ଷ ବର୍ଷ ଲାଗିଥାଏ । କିନ୍ତୁ ଏଠାରେ, ଏତେ କମ ସମୟରେ, ପୁଣି ଗୋଟିଏ ନୁହେଁ ଦୁଇ ଦୁଇଟି ମେଡ-ଇନ-ଇଣ୍ଡିଆ ଟୀକା ପ୍ରସ୍ତୁତ କରାଯାଇପାରିଛି । ଟୀକାର ଦୁଇଟି ଡୋଜ୍ ନେବା ଯେମିତି ଭୁଲି ନଯାଆନ୍ତି ସେଥିପାଇଁ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ ।

ସେ କହିଥିଲେ ଯେ ଟୀକାର ଦୁଇଟି ଡୋଜ୍ ମଧ୍ୟରେ ଅତିକମରେ ଗୋଟିଏ ମାସର ବ୍ୟବଧାନ ରହିବ । ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ମଣିଷ ଶରୀରରେ କରୋନା ବିରୋଧରେ ଜରୁରି ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥାଏ, ତେଣୁ ଟୀକା ନେବା ପରେ ମଧ୍ୟ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଲାଗି ସେ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ ବ୍ୟାପକ ସ୍ତରର ଏହି ଟୀକାକରଣ ଅଭିଯାନ ଉପରେ ଦୃଷ୍ଟିପାତ କରି କହିଥିଲେ ଯେ କେବଳ ପ୍ରଥମ ପର୍ଯ୍ୟାୟରେ ତିନି କୋଟି ଲୋକଙ୍କୁ ଟୀକା ଦିଆଯିବ, ଅର୍ଥାତ ଅତିକମରେ ବିଶ୍ୱର ୧୦୦ରୁ ଅଧିକ ଦେଶର ଜନସଂଖ୍ୟା ଠାରୁ ଅଧିକ ଲୋକ ଟୀକା ନେବେ। ଏହାକୁ ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ଆଗକୁ ନିଆଯାଇ ବୟସ୍କ ଜନସାଧାରଣ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ରହିଥିବା ଲୋକଙ୍କୁ ଟୀକା ଦିଆଯିବ ବୋଲି ସେ କହିଥିଲେ । ସେ କହିଥିଲେ ଯେ କେବଳ ତିନୋଟି ଦେଶ-ଭାରତ, ଆମେରିକା ଓ ଚୀନରେ ୩୦ କୋଟିରୁ ଅଧିକ ଲୋକସଂଖ୍ୟା ରହିଛନ୍ତି ।

ଟୀକା ପ୍ରସ୍ତୁତ କରିଥିବା ଭାରତୀୟ ବୈଜ୍ଞାନିକ, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଭାରତୀୟ ପ୍ରକ୍ରିୟା ଏବଂ ସଂସ୍ଥାଗତ ବ୍ୟବସ୍ଥା ପ୍ରତି ସାରା ବିଶ୍ୱରେ ଯଥେଷ୍ଟ ବିଶ୍ୱସନୀୟତା ରହିଛି ଏବଂ ନିରନ୍ତର ଭାବେ ଉନ୍ନତ ପରିଣାମ ମାଧ୍ୟମରେ ଏହି ବିଶ୍ୱାସ ଅର୍ଜନ କରାଯାଇଛି । ତେଣୁ ଟୀକା ସଂକ୍ରାନ୍ତ ଗୁଜବ ଏବଂ ଷଡ଼ଯନ୍ତ୍ରକାରୀ ଅବଧାରଣାକୁ ବିଶ୍ୱାସ ନକରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ ।

କରୋନା ବିରୋଧରେ ଏକତ୍ରିତ ହୋଇ ସାହସର ସହିତ ଲଢ଼େଇ କରିଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଭାରତ ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତାର ସହିତ କରୋନା ମୁକାବିଲା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ ନହେବାକୁ ଦେବାର ଏକ ଦୃଢ଼ସଂକଳ୍ପ ସେ ଦେଖିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ ଡ୍ରାଇଭର, ଆଶାକର୍ମୀ, ସଫେଇ କର୍ମଚାରୀ, ପୋଲିସ ଏବଂ ଅନ୍ୟ ଅଗ୍ରଣୀ ଯୋଦ୍ଧା ଯେଉଁମାନେ ଅନ୍ୟର ଜୀବନ ବଂଚାଇବା ଲାଗି ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚପ୍ରଶଂସା କରିଥିଲେ।

ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଘରକୁ ଫେରିପାରିନଥିଲେ, କାରଣ ଭୂତାଣୁ ବିରୋଧୀ ଲଢ଼େଇରେ ସେମାନଙ୍କର ଜୀବନ ଚାଲିଯାଇଥିଲା ବୋଲି ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଥିଲେ । ନିରାଶା ଓ ଭୟର ପରିବେଶ ମଧ୍ୟରେ ଅଗ୍ରଣୀ କରୋନା ଯୋଦ୍ଧାମାନେ ଆଶାର ନୂଆ ଆଲୋକ ନେଇ ଆସିଥିଲେ । ଆଜି ପ୍ରଥମେ ସେମାନଙ୍କୁ ଟୀକା ଦେଇ ଦେଶ କୃତଜ୍ଞତାର ସହିତ ସେମାନଙ୍କର ଯୋଗଦାନକୁ ସ୍ୱୀକାର କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ସଂକଟର ପ୍ରାରମ୍ଭିକ ଦିନଗୁଡ଼ିକ ବିଷୟରେ ସ୍ମରଣ କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସଠିକ ସମୟରେ ସଠିକ ନିଷ୍ପତି ନେବା କ୍ଷେତ୍ରରେ ଭାରତ ସତର୍କତା ପ୍ରଦର୍ଶିତ କରିଥିଲା । ଭାରତରେ ୩୦ ଜାନୁଆରୀ, ୨୦୨୦ରେ ପ୍ରଥମ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା, ଏହାର ଦୁଇ ସପ୍ତାହ ପୂର୍ବରୁ ଭାରତ ଏକ ଉଚ୍ଚସ୍ତରୀୟ ସମିତି ଗଠନ କରିଥିଲା । ଆଜିକୁ ଠିକ୍ ଏକ ବର୍ଷ ପୂର୍ବରୁ ଭାରତ ସଠିକ ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲା । ୧୭ ଜାନୁଆରୀ ୨୦୨୦ରେ ଭାରତ ପ୍ରଥମ ମାର୍ଗଦର୍ଶିକା ଜାରି କରିଥିଲା ଏବଂ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ସ୍କ୍ରିନିଂ ଆରମ୍ଭ କରିବାରେ ଭାରତ ଥିଲା ପ୍ରଥମ ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ।

ଜନତା କର୍ଫ୍ୟୁ ସମୟରେ ଶୃଙ୍ଖଳା ଏବଂ ଧୈର୍ଯ୍ୟର ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅଭ୍ୟାସ ଲକଡାଉନ ପାଇଁ ଦେଶକୁ ମାନସିକ ସ୍ତରରେ ପ୍ରସ୍ତୁତ କରିଥିଲା ବୋଲି ସେ ଆଲୋକପାତ କରିଥିଲେ । ତାଳି-ଥାଳି ବଜାଇବା ଓ ଦୀପ ଜଳାଇବା ଦ୍ୱାରା ଦେଶର ମନୋବଳ ସୁଦୃଢ଼ ହୋଇଥିଲା ।

ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କର ଉଦ୍ଧାର ସମ୍ପର୍କରେ ମଧ୍ୟ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ । ଏପରି ଏକ ସମୟ ଯେତେବେଳେ ବିଶ୍ୱର ଅନେକଗୁଡ଼ିଏ ରାଷ୍ଟ୍ର ସେମାନଙ୍କର ନାଗରିକମାନଙ୍କୁ ଚୀନରେ ଫସି ରହିବାକୁ ଦେଇଥିଲେ, ଭାରତ କେବଳ ନିଜ ଦେଶର ଲୋକମାନଙ୍କୁ ସେଠାରୁ ଉଦ୍ଧାର କଲା ନାହିଁ ବରଂ ଅନ୍ୟ ଦେଶର କିଛି ନାଗରିକମାନଙ୍କୁ ମଧ୍ୟ ଉଦ୍ଧାର କରି ଆଣିଥିଲା । ଉଦ୍ଧାର କରାଯାଉଥିôବା ଭାରତୀୟଙ୍କ ନମୁନା ପରୀକ୍ଷାରେ ସମସ୍ୟା ଭୋଗୁଥିବା ଏକ ରାଷ୍ଟ୍ରକୁ ଏକ ସମ୍ପୂର୍ଣ୍ଣ ପରୀକ୍ଷାଗାର ପଠାଇବା ଘଟଣାର ସେ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଙ୍କଟର ମୁକାବିଲା ଲାଗି ଭାରତର ପ୍ରୟାସକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି । କେନ୍ଦ୍ର, ରାଜ୍ୟ, ସ୍ଥାନୀୟ ସରକାର, ସରକାରୀ କାର୍ଯ୍ୟାଳୟ, ସାମାଜିକ ସଂଗଠନ ମିଳିତ ଭାବେ ଦକ୍ଷତାର ସହିତ କାର୍ଯ୍ୟ କରିବା ଏବଂ ସମନ୍ୱିତ ତଥା ଏକତ୍ରିତ ଢଙ୍ଗରେ ସଂକଟର ମୁକାବିଲା କରିବାର ଏହା ହେଉଛି ଏକ ପ୍ରକୃଷ୍ଟ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଥିଲେ “ଭାରତ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ଆରମ୍ଭ କରୁଛି । ଏହା ଏକ ଗୌରବର ଦିନ, ଆମର ବୈଜ୍ଞାନିକ ଏବଂ ଆମର କଠିନ ପରିଶ୍ରମୀ ସ୍ୱାସ୍ଥ୍ୟସେବା କର୍ମୀ, ନର୍ସିଂ କର୍ମଚାରୀ, ପୋଲିସ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କ ସାମର୍ଥ୍ୟ ଓ ସଫଳତାର ଏକ ଉତ୍ସବ । ସାର୍ବଜନୀନ ସ୍ୱାସ୍ଥ୍ୟ, ଆନନ୍ଦ ଲାଭ ସହିତ ଦୁଃଖରୁ ମୁକ୍ତି ଲାଗି ବୈଦିକ ମନ୍ତ୍ର-

ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମାକଶ୍ଚିତ୍ ଦୁଃଖ ଭାଗ୍ ଭବେତ୍ ।।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ୧୯୦୦ କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ୭୧ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 13, 2026

ଥିରୁବନନ୍ତପୁରମ ନଗର ନିଗମ ଉପନିର୍ବାଚନରେ ବିଜେପି ପରାସ୍ତ, ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ!

January 13, 2026
Latest News

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ନବନିଯୁକ୍ତ କର୍ମଚାରୀଙ୍କ ମାର୍ଗଦର୍ଶନ କଲେ ପିଆଇବି ଏଡିଜି

January 13, 2026

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ‘ନିଶାମୁକ୍ତ କ୍ୟାମ୍ପସ ଅଭିଯାନ’ର ଶୁଭାରମ୍ଭ

January 13, 2026

ଆସନ୍ତା ୧୯ରୁ ସୋଆରେ ଦୁଇ ଦିନିଆ ପ୍ରଥମ ପୁଷ୍ପ ଉତ୍ସବ

January 13, 2026

ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଇଲଗ୍ ୨୦୨୬କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

January 13, 2026

କେନ୍ଦୁଝରରେ ଖୋଲିବ ‘ନ୍ୟାସନାଲ ସ୍କୁଲ ଅଫ ଡ୍ରାମା’ର ରାଜ୍ୟ ଶାଖା: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.