Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BIG NEWS: ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୫ ଜଣ ପ୍ୟାକ୍ସ ସଂପାଦକ ନିଲମ୍ବିତ, ଜାଣନ୍ତୁ କିଏ
ଜାତୀୟ ଖବର

BIG NEWS: ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୫ ଜଣ ପ୍ୟାକ୍ସ ସଂପାଦକ ନିଲମ୍ବିତ, ଜାଣନ୍ତୁ କିଏ

January 21, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧାନ କିଣାରେ ଅନିୟମିତତା ଅଭିଯୋଗରେ ୧୫ ଜଣ ପ୍ୟାକ୍ସ ସଂପାଦକ ହେଲେ ନିଲମ୍ବିତ, ଜାଣନ୍ତୁ କିଏ

ଭୁବନେଶ୍ୱର, ଖରିଫ ଋତୁରେ ଖରିଫ ଧାନ କିଣାରେ ଅନିୟମିତତା ଓ ସରକାରୀ ନିର୍ଦ୍ଦେଶନାମାର ଉଲ୍ଲଂଘନ ଅଭିଯୋଗରେ ୧୫ ଜଣ ପ୍ରାଥମିକ ସମବାୟ ସମିତିର ସଂପାଦକଙ୍କୁ ସମବାୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି ଓ ଜଣେ ଡାଟା ଏଣ୍ଟି୍ର ଅପରେଟରଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ଧାନକିଣାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିବା ପରିପ୍ରକ୍ଷୀରେ ୫-‘ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମରେ କୌଣସି ଅନିୟମିତତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତା ପ ସ୍ୱାଇଁ କହିଛନ୍ତି ।

କାର୍ଯ୍ୟରୁ ନିଲମ୍ବିତ ହୋଇଥିବା ସଂପାଦକମାନେ ହେଲେ ସମ୍ବଲପୁର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ନୂଆମୁରା ପ୍ୟାକ୍ସର ରାଧାକାନ୍ତ ଭୋଇ, ଧମା ପ୍ୟାକ୍ସର ସରୋଜ କୁମାର ଦାସ, ଚାରମାଳ ପ୍ୟାକ୍ସର ଅସିତ କୁମାର ପ୍ରଧାନ, ସାହାସପୁର ପ୍ୟାକ୍ସର କୃପାସିନ୍ଧୁ ସାହୁ, ସମରବାଗ ପ୍ୟାକ୍ସର ସଂପାଦକ ପ୍ରମୋଦ କୁମାର ଭୋଇ, ଲଖନପୁର ପ୍ୟାକ୍ସର ଭାର ପ୍ରାପ୍ତ ସଂପାଦକ ପ୍ରଦୀପ ସା । ସେହି ପରି ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବୈଦ୍ୟନାଥ ପ୍ୟାକ୍ସର ଦିଲ୍ଲୀପ ସୁନା, ମହୁଲି ଏବଂ ଖରି ପ୍ୟାକ୍ସର ସଂପଦାକ ଓ ଭାରପ୍ରାପ୍ତ ସଂପାଦକ ରବି ମିଶ୍ର, ଜଟେସିଂହ ପ୍ୟାକ୍ସର ସିଇଓ ଘନଶ୍ୟାମ ପ୍ରଧାନ, ଉଲୁଣ୍ଡା ପ୍ୟାକ୍ସର ସିଇଓ ରାମକୃଷ୍ଣ ପାଢ଼ୀ ଓ ମୁରଶୁଣ୍ଢି ପ୍ୟାକ୍ସର ସିଇଓ ପ୍ରଭାତ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି ।

ଏଥି ସହିତ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ବାଘିଆପଡ଼ା ପ୍ୟାକ୍ସର ସଂପାଦକ ନେତ୍ରାନନ୍ଦ ପୁରୋହିତ, ରାମଗଡ଼ ପ୍ୟାକ୍ସର ସଂପାଦକ ନିରୋଦ କୁମାର ପାତ୍ର ଏବଂ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ସଢ଼ା ପ୍ରାଥମିକ ସମବାୟ ସମିତିର ସଂପଦକ ଦୀନବନ୍ଧୁ ଜେନା ଓ ସହକାରୀ ସଂପାଦକ ଶୁକଦେବ ରାଉତଙ୍କୁ ନିଲମ୍ବନ କରାଯାଇଥିବା ବେଳେ ସଢ଼ା ପ୍ୟାକ୍ସର ଡାଟା ଏଣ୍ଟି୍ର ଅପରେଟର ମନୋଜ କୁମାର ନାୟକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି।

ଆଜି ଧାନ କିଣା ଅନିୟମତା ନେଇ ବିଜେପି ତରଫରୁ ସମ୍ବଲପୁରରେ ବିଶାଳ କୃଷକ ରାଲି କରାଯାଇଥିଲା। ଏଥିରେ ରାଜ୍ୟ ସରକାରଙ୍କୁ ବିଜେପି ଟ୍ୟାର୍ଗେଟ କରିଥିଲା। ସରକାର ଠିକ ଭାବେ ମଣ୍ଡି ପରିଚାଳନା କରିପାରୁ ନାହାଁନ୍ତି ବୋଲି ଅଭିଯାଗ କରାଯାଇଥିଲା। ଏହାପରେ ପରେ ରାଜ୍ୟ ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

ଧାନ କିଣା ଧାନ କିଣା ଅନିୟମିତତା ପ୍ୟାକ୍ସ ସଂପାଦକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025
Latest News

ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

July 22, 2025

ନାବାଳିକା ଦେହରେ  ନିଆଁ ଲଗାଇଦେବା ଘଟଣା: ବଳଙ୍ଗା ପୁଲିସଠାରୁ ସମସ୍ତ ତଥ୍ୟ ସଂଗ୍ରହ କଲା କ୍ରାଇମବ୍ରାଞ୍ଚ

July 22, 2025

ପେଟ୍ରୋଲିୟମ୍‌ ସଂଘର ଆଲୋଚନା ପରେ ବଡ଼ ନିଷ୍ପତ୍ତି: ସମ୍ପୂର୍ଣ୍ଣ ନିଷେଧ ହେଲା ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକ୍ରୟ କରିବା

July 22, 2025

ଆଜି ଜୁଲାଇ ୨୨ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଭାଗ୍ୟରେ ହେବ ବଡ ପରିବର୍ତ୍ତନ

July 22, 2025

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.