Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାବଧାନ: ରେଳ ଟିକେଟ ଟଙ୍କା ଫେରସ୍ତ ନାମରେ ଏଟିମ୍ କାର୍ଡର ତଥ୍ୟ ନେଇ ଆକାଉଣ୍ଟ ସଫା କରୁଛନ୍ତି ହାକର
ଅପରାଧ

ସାବଧାନ: ରେଳ ଟିକେଟ ଟଙ୍କା ଫେରସ୍ତ ନାମରେ ଏଟିମ୍ କାର୍ଡର ତଥ୍ୟ ନେଇ ଆକାଉଣ୍ଟ ସଫା କରୁଛନ୍ତି ହାକର

January 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର,ବର୍ତ୍ତମାନ ସାଇବର ଠକମାନଙ୍କ ନୂଆ ତରିକା। ବିଭିନ୍ନ ପ୍ରକାରର କୌଶଳ ଫେଲ ମାରିବା ପରେ ବର୍ତ୍ତମାନ ରେଳ ବିଭାଗ ନାମରେ ବର୍ତ୍ତମାନ ଠକିବା ଆରମ୍ଭ କରିଛନ୍ତି। ଏହି ଠକମାନେ ଫୋନ କଲ କରି ରେଳବାଇ ରିଫଣ୍ଡ ପାଉଣା ଫେରସ୍ତ ପାଇଁ କହୁଛନ୍ତି।

ସେମାନେ ସାଧାରଣତଃ ଯେଉଁମାନେ ରେଳ ଯାତ୍ରୀ ସେମାନଙ୍କୁ ଟାର୍ଗେଟ କରିଛନ୍ତି। ତାଙ୍କ ବଳକା ଟଙ୍କା ଫେରସ୍ତ ହେବ ବୋଲି କହି ଯାତ୍ରୀଙ୍କ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସବିଶେଷ ବିବରଣୀ ମାଗୁଛନ୍ତି। ଯଦି ଆପଣ ସମସ୍ତ ତଥ୍ୟ ଦେଇଦେଲେ ତେବେ କଥା ସରିଲା। ହାକରମାନେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବେ।

ଏହିପରି ଘଟଣା ଆସିବା ପରେ ରେଳବାଇ ତରଫରୁ ଏକ ସ୍ପଷ୍ଟିକରଣ ତଥା ଯାତ୍ରୀଙ୍କୁ ପରାମର୍ଶ ଦେଇଛି। ବିଭାଗ କହିଛି ଯେ,ଏହାର ଗ୍ରାହକ କିମ୍ବା ରେଳ ବ୍ୟବହାରକାରୀଙ୍କୁ ସେମାନଙ୍କର ଡେବିଟ୍ କ୍ରେଡିଟ୍ କାର୍ଡର ବିବରଣୀ କାହାକୁ ପ୍ରକାଶ ନ କରିବାକୁ ଅନୁରୋଧ କରିଛି।

ଭାରତୀୟ ରେଳବାଇ, ଆଇଆରସିଟିସି କିମ୍ବା ରେଳ କର୍ମଚାରୀମାନେ କୌଣସି ସ୍ଥାନରେ ଯେପରିକି ଆରକ୍ଷଣ କେନ୍ଦ୍ର, ବୁକିଂ କାଉଣ୍ଟର, ୱେଟିଂ ହଲ, ଷ୍ଟେସନ ଇତ୍ୟାଦି ଠାରେ ଯାତ୍ରୀମାନଙ୍କୁ କୌଣସି ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ ସୂଚନା ମାଗନ୍ତି ନାହିଁ। ଯେପରିକି ଡେବିଟ୍, କ୍ରେଡିଟ୍ କାର୍ଡ ନମ୍ବର, ଓଟିପି, ଏଟିଏମ୍ ପିନ୍, ସିଭିଭି ନମ୍ବର, ପ୍ୟାନ କାର୍ଡ ନମ୍ବର ଏବଂ ଜନ୍ମ ତାରିଖ ଇତ୍ୟାଦି।

ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଗ୍ରାହକ, ରେଳ ବ୍ୟବହାରକାରୀ ଏବଂ ଯାତ୍ରୀମାନଙ୍କୁ ସେମାନଙ୍କର ବ୍ୟାଙ୍କିଙ୍ଗ ସୂଚନା କିମ୍ବା ଗୁପ୍ତ ନମ୍ବର କାହାକୁ ନ ଜଣାଇବାକୁ ପରାମର୍ଶ ଦେଇଛି। ଯଦି ଏପରି ଠକେଇର କେହି ଶୀକାର ହେଲେ ତେବେ ସେମାନେ ରେଳ ଭିଜିଲାନ୍ସକୁ ସୂଚନା ଦେବାକୁ ପରାମର୍ଶ ଦେଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026
Latest News

ଚଣ୍ଡିଖୋଲ ଠାରେ ‘ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ’ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଚିଠି

March 26, 2026

ଭାରତର ଏନଡିସିକୁ ଅନୁମୋଦନ କଲା କେନ୍ଦ୍ର କ୍ୟାବିନେଟ୍

March 26, 2026

ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ-ମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 26, 2026

ପ୍ରିଜିମ୍‍-ଏସଜି ପୋର୍ଟାଲର ଶୁଭାରମ୍ଭ

March 26, 2026

ଇମିଗ୍ରେସନ, ଭିସା, ବିଦେଶୀ ପଞ୍ଜୀକରଣ ଏବଂ ଟ୍ରାକିଂ ଯୋଜନା ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.