
କୋଲକାତା, ମହାନ ନାୟକ ତଥା ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନକୁ ଜାତୀୟ ଛୁଟିି ଦିନ ଭାବେ ଘୋଷଣା କରାଯାଉ। କେନ୍ଦ୍ର ସରକାରଙ୍କ ନିକଟରେ ଏହିପରି ଦାବୀ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ନେତାଜୀଙ୍କ 125 ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ ସଭାରେ ସେ ଏହି ଦାବୀ କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ନେତାଜୀ କିପରି କେଉଁ ପରିସ୍ଥିତିରେ ଅନ୍ତର୍ଦ୍ଧାନ ହେଲେ ତାହାର ତଦନ୍ତ କରାଯାଉ।
ଏଥିସହିତ ମମତା କେନ୍ଦ୍ର ସରକାର ଘୋଷଣା କରିଥିବା ପରକ୍ରାମ ଦିବସକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପରାକ୍ରମ ଦିବସ କଣ ? ବିଶ୍ବକବି ରବିନ୍ଦ୍ରନାଥ ଠାକୁର ନେତାଜୀଙ୍କୁ କହିଥିଲେ ଦେଶନାୟକ। ତେଣୁ କେନ୍ଦ୍ର ସରକାର ପରାକ୍ରମ ଦିବସ ପରିବର୍ତ୍ତେ ଏହାକୁ ଦେଶନାୟକ ଦିବସ ଭାବେ ଘୋଷଣା କରନ୍ତୁ। ପରାକ୍ରମ ହେଉଛି ଏକ ଗୁଜରାଟୀ ଭାଷା। ଏହାକୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି କହିଥିଲେ।