Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ 4ଟି ରାଜଧାନୀ କରାଯାଉ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଜାତୀୟ ଖବର

ଦେଶରେ 4ଟି ରାଜଧାନୀ କରାଯାଉ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

January 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା, ଦେଶର ଶାସନ ଲୋକଙ୍କ ପାଖରେ ପହଁଚିବା ପାଇଁ ଯଦି ମୋଦୀ ସରକାର ପ୍ରକୃତରେ ଚାହୁଁଛନ୍ତି ତେବେ ଦେଶରେ 4ଟି ରାଜଧାନୀ କରନ୍ତୁ। ଏହିପରି ଏକ ଆହ୍ବାନ ଦେଇଛନ୍ତି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମମତା ଏହା କହିଛନ୍ତି।

ସେ କହିଛନ୍ତି ଯେ ତାମିଲନାଡୁ ଲୋକ ରାଜଧାନୀରେ କାମ ଥିଲେ ସେମାନଙ୍କୁ ଆସିବାକୁ ଦୁଇତିନି ଦିନ ଲାଗୁଛି। ଅନେକ ଲୋକଙ୍କ ପାଇଁ ରାଜଧାନୀ ନୂଆଦିଲ୍ଲୀ ଆସିବା କାଠିକର ପାଠ। ସେଥିପାଇଁ କେନ୍ଦ୍ର ସରକାର ଭାରତରେ 4ଟି ରାଜଧାନୀ କରନ୍ତୁ। ଏହି ଚାରୋଟି ରାଜଧାନୀ ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ରାଜ୍ୟ ସମୁହକୁ ନେଇ କରାଯାଉ। ପୂର୍ବ ରାଜ୍ୟଗୁଡିକ ନେଇ ଯେଉଁ ରାଜଧାନୀ ହେବ ତାହା କୋଲକତାରେ କରାଯାଉ ବୋଲି ମମତା କହିଛନ୍ତି।

ନେତାଜୀ ଦେଶରେ ଶାସନ ବିକେନ୍ଦ୍ରୀକରଣର ସ୍ବପ୍ନ ଦେଖୁଥିଲେ ବୋଲି ମମତା କହିଛନ୍ତି। ହେଲେ ବର୍ତମାନ କେନ୍ଦ୍ର ସରକାର ୱାନ ନେସନ ୱାନ ଲିଡର ଥିଓରୀରେ ଚାଲୁଛନ୍ତି। କେନ୍ଦ୍ରରେ ସରକାର ଦୁଇଥର ହେଲେଣି। ହେଲେ କେବେ ବି ସୁଭାଷ ବୋଷଙ୍କ ଜନ୍ମଦିନ ପାଳନ କରିଥିଲେ କି ବୋଲି ମମତା ପ୍ରଶ୍ନ କରିଛନ୍ତି। ଏଥର ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ବେଶ ତତ୍ପର ବୋଲି ମମତା କହିଛନ୍ତି।

ଏଥିସହିତ ସୁଭାଷ ବୋଷଙ୍କ ଜନ୍ମଦିନକୁ ପରକ୍ରାମ ଦିବସ ଘୋଷଣାକୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପରାକ୍ରମ ଦିବସ କଣ ? ବିଶ୍ବକବି ରବିନ୍ଦ୍ରନାଥ ଠାକୁର ନେତାଜୀଙ୍କୁ କହିଥିଲେ ଦେଶନାୟକ। ତେଣୁ କେନ୍ଦ୍ର ସରକାର ପରାକ୍ରମ ଦିବସ ପରିବର୍ତ୍ତେ ଏହାକୁ ଦେଶନାୟକ ଦିବସ ଭାବେ ଘୋଷଣା କରନ୍ତୁ। ପରାକ୍ରମ ହେଉଛି ଏକ ଗୁଜରାଟୀ ଭାଷା। ଏହାକୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି କହିଥିଲେ।

ମମତା ବାନାର୍ଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025

ଅପରେସନ୍ ସିନ୍ଦୂର ପରେ ଗୋଟିଏ ମଞ୍ଚରେ ଆସିବେ ସରିଫ ଏବଂ ମୋଦି: ଜାଣନ୍ତୁ କେବେ?

August 25, 2025

ଗଣେଶ ଚତୁର୍ଥୀରେ କେଉଁ ମୁହୂର୍ତ୍ତରେ ଗଣପତି ମୂର୍ତ୍ତି ଘରକୁ ଆଣିବା, ଜାଣନ୍ତୁ ଶୁଭ ସମୟ

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.