Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶରେ 4ଟି ରାଜଧାନୀ କରାଯାଉ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
ଜାତୀୟ ଖବର

ଦେଶରେ 4ଟି ରାଜଧାନୀ କରାଯାଉ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

January 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

କୋଲକାତା, ଦେଶର ଶାସନ ଲୋକଙ୍କ ପାଖରେ ପହଁଚିବା ପାଇଁ ଯଦି ମୋଦୀ ସରକାର ପ୍ରକୃତରେ ଚାହୁଁଛନ୍ତି ତେବେ ଦେଶରେ 4ଟି ରାଜଧାନୀ କରନ୍ତୁ। ଏହିପରି ଏକ ଆହ୍ବାନ ଦେଇଛନ୍ତି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମମତା ଏହା କହିଛନ୍ତି।

ସେ କହିଛନ୍ତି ଯେ ତାମିଲନାଡୁ ଲୋକ ରାଜଧାନୀରେ କାମ ଥିଲେ ସେମାନଙ୍କୁ ଆସିବାକୁ ଦୁଇତିନି ଦିନ ଲାଗୁଛି। ଅନେକ ଲୋକଙ୍କ ପାଇଁ ରାଜଧାନୀ ନୂଆଦିଲ୍ଲୀ ଆସିବା କାଠିକର ପାଠ। ସେଥିପାଇଁ କେନ୍ଦ୍ର ସରକାର ଭାରତରେ 4ଟି ରାଜଧାନୀ କରନ୍ତୁ। ଏହି ଚାରୋଟି ରାଜଧାନୀ ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ରାଜ୍ୟ ସମୁହକୁ ନେଇ କରାଯାଉ। ପୂର୍ବ ରାଜ୍ୟଗୁଡିକ ନେଇ ଯେଉଁ ରାଜଧାନୀ ହେବ ତାହା କୋଲକତାରେ କରାଯାଉ ବୋଲି ମମତା କହିଛନ୍ତି।

ନେତାଜୀ ଦେଶରେ ଶାସନ ବିକେନ୍ଦ୍ରୀକରଣର ସ୍ବପ୍ନ ଦେଖୁଥିଲେ ବୋଲି ମମତା କହିଛନ୍ତି। ହେଲେ ବର୍ତମାନ କେନ୍ଦ୍ର ସରକାର ୱାନ ନେସନ ୱାନ ଲିଡର ଥିଓରୀରେ ଚାଲୁଛନ୍ତି। କେନ୍ଦ୍ରରେ ସରକାର ଦୁଇଥର ହେଲେଣି। ହେଲେ କେବେ ବି ସୁଭାଷ ବୋଷଙ୍କ ଜନ୍ମଦିନ ପାଳନ କରିଥିଲେ କି ବୋଲି ମମତା ପ୍ରଶ୍ନ କରିଛନ୍ତି। ଏଥର ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ବେଶ ତତ୍ପର ବୋଲି ମମତା କହିଛନ୍ତି।

ଏଥିସହିତ ସୁଭାଷ ବୋଷଙ୍କ ଜନ୍ମଦିନକୁ ପରକ୍ରାମ ଦିବସ ଘୋଷଣାକୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ପରାକ୍ରମ ଦିବସ କଣ ? ବିଶ୍ବକବି ରବିନ୍ଦ୍ରନାଥ ଠାକୁର ନେତାଜୀଙ୍କୁ କହିଥିଲେ ଦେଶନାୟକ। ତେଣୁ କେନ୍ଦ୍ର ସରକାର ପରାକ୍ରମ ଦିବସ ପରିବର୍ତ୍ତେ ଏହାକୁ ଦେଶନାୟକ ଦିବସ ଭାବେ ଘୋଷଣା କରନ୍ତୁ। ପରାକ୍ରମ ହେଉଛି ଏକ ଗୁଜରାଟୀ ଭାଷା। ଏହାକୁ କେନ୍ଦ୍ର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି କହିଥିଲେ।

ମମତା ବାନାର୍ଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026
Latest News

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.